କରୋନା କବ୍‌ଜାରେ ଲାରା ଦତ୍ତା, ଘରକୁ ସିଲ୍‌ କରି ନୋଟିସ୍‌ ଲଗାଇଲା ବିଏମ୍‌ସି

ଜଣାଶୁଣା ଅଭିନେତ୍ରୀ ତଥା ପୂର୍ବତନ ମିସ୍‌ ୟୁନିଭର୍ସ ଲାରା ଦତ୍ତା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଲାରା କରୋନା ସଂକ୍ରମିତ ହେବା ପରେ ବିଏମ୍‌ସି ପକ୍ଷରୁ ତାଙ୍କ ବିଲ୍ଡିଂକୁ ସିଲ୍‌ କରି ଦିଆଯାଇଛି। ରିପୋର୍ଟ ମୁତାବକ, ବିଏମ୍‌ସି ଲାରା ଦତ୍ତାଙ୍କ ଘର ବାହାରେ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ର ପୋଷ୍ଟର ଲଗାଯାଇଛି। ସୂଚନା ମୁତାବକ, ପରିବାର ଭିତରେ କେବଳ ଲାରା ଦତ୍ତା ହିଁ କରୋନା ଭାଇରସ୍‌ ସଂକ୍ରମିତ ହୋଇଛନ୍ତି। କିନ୍ତୁ ଅଭିନେତ୍ରୀଙ୍କ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।

ଲାରା ଦତ୍ତା ଆଜି ଏକ ପୋଷ୍ଟ ସେୟାର କରିଛନ୍ତି। ଏଥିରେ ଲାରାଙ୍କ ଝିଅ ଓ ସେଲିନା ଜେଟ୍‌ଲିଙ୍କ ଝିଅର ପୁରୁଣା ଫଟୋ ରହିଛି। ପୋଷ୍ଟରେ ଲାରା କ୍ୟାପ୍‌ସନ୍‌ ଲେଖିଛନ୍ତି, ସେବେ ଆଉ ଏବେ। ୪ରୁ ୧୦ ଓ ଏହି ଦୁଇ ଜଣ ଏବେ ବି ଏହାକୁ ହଲାଉଛନ୍ତି। ଆପଣଙ୍କ ଝିଅ ଆପଣଙ୍କୁ ମନେ ପକାଇବ। ଜନ୍ମଦିନର ହାର୍ଦ୍ଦିକ ଶୁଭକାମନା।

 

View this post on Instagram

 

A post shared by Lara Dutta Bhupathi (@larabhupathi)

କାମ କଥା କହିବା ତ ଶେଷ ଥର ପାଇଁ ଲାରା ଦତ୍ତାଙ୍କୁ ବଡ଼ ପରଦାରେ ଅକ୍ଷୟ କୁମାରଙ୍କ ଫିଲ୍ମ ବେଲ ବଟମ୍‌ରେ ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ତାଙ୍କ ହାତରେ ହିଚକ୍ସ ଆଣ୍ଡ୍‌ ହୁକ୍‌ଅପ୍ସ, ହଣ୍ଡ୍ରେଡ୍‌ ଓ କୌନ୍‌ ବନେଗା ଶିଖରବତୀ ପ୍ରମୁଖ ଅନେକ ଓଟିଟି ପ୍ରୋଜେକ୍ଟ ରହିଛି।

Leave A Reply

Your email address will not be published.