ଦୁଇ କିଡନୀ ଫେଲ ହେବାରୁ ଚାଲିଗଲା ଏହି ଅଭିନେତ୍ରୀଙ୍କ ଜୀବନ, ପୂର୍ବରୁ ସେକ୍ସ ର୍ୟାକେଟ ମାମଲାରେ ହୋଇଥିଲେ ଗିରଫ

ବଲିଉଡର ଅନେକ ଫିଲ୍ମ ଏବଂ ମ୍ୟୁଜିକ ଭିଡିଓରେ ନଜର ଆସିଥିବା ଅଭିନେତ୍ରୀ ମିଷ୍ଟି ମୁଖାର୍ଜୀଙ୍କ ପରଲୋକ ହୋଇଛି। କିଟୋ ଡାଏଟ ଯୋଗୁଁ ଦୁଇ କିଡନୀ ଫେଳ ହେବାରୁ ତାଙ୍କ ମୃତ୍ୟୁ ହୋଇଛି। ତାଙ୍କ ପରିବାରରେ କେବଳ ତାଙ୍କ ମା’ ଏବଂ ଭାଇ ରହିଛନ୍ତି।
ଖବର ମୁତାବକ, ଅଭିନେତ୍ରୀ ମିଷ୍ଟିଙ୍କ ଅବସ୍ଥା ଅନେକ ଦିନରୁ ଖରାପ ଥିଲା। ତାଙ୍କର ଦୁଇ କିଡନୀ ଖରାପ ହେବା ଯୋଗୁଁ ବହୁତ ଚିନ୍ତିତ ରହିଥିଲେ। ଅନେକ ଦିନ ଇଣ୍ଡଷ୍ଟ୍ରୀରେ କାମ କରିଥିଲେ। ୨୦୧୨ରେ ସେ ତାଙ୍କ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ। ସେ ଅନେକ ଆଇଟମ ଗୀତରେ ନଜର ଆସିଛନ୍ତି। କେବଳ ଏତିକି ନୁହେଁ ଅନେକ ମିଡିଆ କଣ୍ଟ୍ରୋଭର୍ସିରେ ମଧ୍ୟ ରହିଥିଲେ। ୨୦୧୪ରେ ସେକ୍ସ ର୍ୟାକେଟରେ ତାଙ୍କୁ ଗିରଫ କରାଯାଇଥିଲା।
ସେକ୍ସ ର୍ୟାକେଟ ମାମଲାରେ ପୋଲିସ ଛାନଭିନ କରିବା ପରେ ତାଙ୍କ ପାଖରୁ ଅନେକ ସିଡି ଏବଂ ଟେପ୍ ଜବତ ହୋଇଥିଲା। ମିଷ୍ଟିଙ୍କୁ ପୋଲିସ ହାଇପ୍ରୋଫାଇଲ ସେକ୍ସ ର୍ୟାକେଟରେ ଗିରଫ କରିଥିଲା। ସୂଚନାଯୋଗ୍ୟ, ୨୦୨୦ରେ ଅନେକ ବଲିଉଡ ସେଲିବ୍ରିଟି ମୃତ୍ୟୁବରଣ କରିଛନ୍ତି।