ଦ୍ୱିତୀୟ ଥର ମା’ ହେଲେ ଅଭିନେତ୍ରୀ ନୀରୁ ବାଜଓ୍ଵା, ଫଟୋ ଶେୟାର କରି ଜଣାଇଲେ ନିଜ ଯାଆଁଳା କନ୍ୟା ସନ୍ତାନଙ୍କ ନାଁ

ପଞ୍ଜାବୀ ଫିଲ୍ମ ଏବଂ ବଲିଉଡ୍‌ ଅଭିନେତ୍ରୀ ନୀରୁ ବାଜଓ୍ଵା ମା’ ହୋଇଛନ୍ତି। ‘ଜଟ୍‌ ଆଣ୍ଡ ଜୁଲିଏଟ୍‌’ ଷ୍ଟାର୍‌ ନୀରୁ ଦ୍ୱିତୀୟ ଥର ମା’ ହେବା ନେଇ ସୋସିଆଲ ମିଡିଆରେ ଜଣାଇଛନ୍ତି। ସେ ଏକ କେକ୍‌ ଉପରେ ନିଜ ଟୁଇନ୍ସଙ୍କ ନାଁ ଲେଖି ଫଟୋ ଶେୟାର କରିଛନ୍ତି। ନୀରୁ ଦୁଇ କନ୍ୟା ସନ୍ତାନଙ୍କ ନାଁ ଆଲିୟା ଓ ଅକିରା କୌର ରଖିଛନ୍ତି।

୨୬ ଜାନୁୟାରୀ, ୨୦୨୦ରେ ନୀରୁ ଇନ୍‌ଷ୍ଟାଗ୍ରାମରେ ନିଜ ବେବି ଶାଓ୍ଵରର ଫଟୋ ପୋଷ୍ଟ କରି ଦ୍ୱିତୀୟ ଥର ମା’ ହେବାର ଖୁସି ଫ୍ୟାନ୍‌ମାନଙ୍କ ସହ ଶେୟାର କରିଥିଲେ।

 

View this post on Instagram

 

My Valentine❤️ @vanmysteryman05

A post shared by Neeru Bajwa (@neerubajwa) on

କହି ରଖୁଛୁ, ନୀରୁ ଓ ହ୍ୟାରୀ ଜାବନ୍ଧା ୨୦୧୫ରେ ବିବାହ କରିଥିଲେ। ଏହି ଯାଅାଁଳା କନ୍ୟାଙ୍କ ପୂର୍ବରୁ ଅନାୟା କୌର ଜାବନ୍ଧା ନାମ୍ନୀ ସେମାନଙ୍କର ଏକ ଝିଅ ମଧ୍ୟ ଅଛି। ଅନାୟାଙ୍କ ଜନ୍ମ ୨୦୧୫ରେ ହିଁ ହୋଇଥିଲା। ଆକ୍ଟର ଅମିତ୍‌ ସାଧଙ୍କ ସହ ନୀରୁ ଲମ୍ବା ସମୟ ଧରି ରିଲେଶନସିପ୍‌ରେ ରହିଥିଲେ। କିନ୍ତୁ ଶେଷରେ ଏହି ସମ୍ପର୍କର ଅନ୍ତ ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.