ଅଭିନେତ୍ରୀ ପିୟା ବାଜପେୟୀ ସାହାଯ୍ୟ ନିବେଦନ କରି ମାଗୁଥିଲେ ଭେଣ୍ଟିଲେଟର ବେଡ, ତିନି ଘଣ୍ଟା ଭିତରେ ହିଁ ଚାଲିଗଲା ଭାଇର ଜୀବନ

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଆଜି ଦୁଇଟି ଦୁଃଖଦ ଖବର ସାମ୍ନାକୁ ଆସିଛି। ବିଗ ବସ ୧୪ ଫେମ ସାଉଥ ଅଭିନେତ୍ରୀ ନିକି ତମ୍ବୋଲିଙ୍କ ଭାଇଙ୍କ ନିଧନ ପରେ ଅଭିନେତ୍ରୀ ପିୟା ବାଜପେୟୀଙ୍କ ଭାଇ କରୋନାରେ ପ୍ରାଣ ହରାଇଛନ୍ତି। ପିୟାଙ୍କ ଭାଇ କରୋନାରେ ସଂକ୍ରମିତ ଥିଲେ ଏବଂ ଅଭିନେତ୍ରୀ ଲଗାତାର ସାହାଯ୍ୟ ପାଇଁ ନିବେଦନ କରି ଆସୁଥିଲେ।

ପିୟା ଟ୍ୱିଟ କରି ତାଙ୍କ ଭାଇଙ୍କ ମୃତ୍ୟୁ ହୋଇଯାଇଛି ବୋଲି ସୂଚନା ଦେଇଛନ୍ତି। ତେବେ ପିୟାଙ୍କ ଭାଇ କରୋନାରେ ଆକ୍ରାନ୍ତ ହୋଇ ଜୀବନ ମରଣ ସହ ଲଢ଼ୁଥିଲେ। ଅଭିନେତ୍ରୀ ମଙ୍ଗଳବାର ସକାଳେ ଟ୍ୱିଟ କରି ସାହାଯ୍ୟ ମାଗିଥିଲେ। ସେ ଟ୍ୱିଟରେ ଭେଣ୍ଟିଲେଟର ବେଡ଼ର ଆବଶ୍ୟକତା ରହିଛି ବୋଲି କହିଥିଲେ।

ଟ୍ୱିଟ କରି ପିୟା ଲେଖିଥିଲେ, ‘ମୋତେ ଜିଲ୍ଲା ଫାରୁଖାବାଦ, ବ୍ଲକ କାୟମଗଞ୍ଜ, ଉତ୍ତର ପ୍ରଦେଶରେ ତତ୍କାଳ ସହାୟତାର ଆବଶ୍ୟକତା ରହିଛି। ଗୋଟିଏ ଭେଣ୍ଟିଲେଟର ବେଡ ଆବଶ୍ୟକ। ମୋ ଭାଇ ଜୀବନ ମରଣ ସହ ଲଢ଼ୁଛି। ହାତ ଯୋଡ଼ି ବିନତି କରୁଛି କି, ସାହାଯ୍ୟ କରନ୍ତୁ। ଆମେ ପ୍ରଥମରୁ ହିଁ ଅସୁବିଧାରେ ଅଛୁ’।

ପିୟା ଲଗାତାର କେତେକ ଟ୍ୱିଟ କରିଥିଲେ। ସେ ବିଜେପି ନେତା ତେଜିନ୍ଦର ବଗାଙ୍କ ସହ ଫୋନ କଲରେ କଥା ହୋଇଥିବା ମଧ୍ୟ ସୂଚନା ଦେଇଥିଲେ। ସବୁ ସମ୍ଭବ ପ୍ରୟାସ ସତ୍ତ୍ୱେ ଅଭିନେତ୍ରୀ ନିଜ ଭାଇକୁ ବଞ୍ଚେଇ ପାରି ନ ଥିଲେ। କିଛି ଘଣ୍ଟା ପରେ ସେ ଟ୍ୱିଟ କରି ଜଣାଇଥିଲେ କି, ‘ମୋ ଭାଇ ଆଉ ନାହାନ୍ତି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.