ଜୀବନର ବଡ଼ ଗୁପ୍ତ କଥା କହିଦେଲେ ଅଭିନେତ୍ରୀ ରାଧିକା ମଦାନ, ପ୍ରଥମ ସୁଟିଂରେ ନେଇଥିଲେ ଗର୍ଭ ନିରୋଧକ ବଟିକା

ଟିଭି ପରଦାରୁ ବଡ ପରଦାରେ କ୍ୟାରିଅର କରିଥିବା ଅଭିନେତ୍ରୀ ରାଧିକା ମଦାନ ଆଜି ବଲିଉଡର ଜଣେ ଟପ ର‍୍ୟାକିଂ ଅଭନେତ୍ରୀଙ୍କ ଗଣତିରେ ଆସନ୍ତି । ଛୋଟ ପରଦାରୁ ବଲିଉଡରେ ଆସି ନିଜର କ୍ୟାରିଅର ଗଢ଼ି ପାରିଥିବା ରାଧିକା ଏଥିପାଇଁ ବହୁତ କିଛି ତ୍ୟାଗ କରିଛନ୍ତି ବୋଲି କୁହନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ବଲିଉଡରେ ସଫଳତା ପାଇବା ପାଇଁ ତାଙ୍କୁ କିଛି ହରାଇବାକୁ ମଧ୍ୟ ପଡ଼ିଛି । କ୍ୟାରିଅରର ପ୍ରଥମ ସୋପାନରେ ସେ ବହୁତ ପରିଶ୍ରମ କରିଛନ୍ତି ।

ଜୀବନର ଏକ ନଗ୍ନ ସତ୍ୟକୁ ପ୍ରକାଶ କରିବାକୁ ଯାଇ ସେ କୁହନ୍ତି ‘ମୋର ସୁଟିଂର ପ୍ରଥମ ଦିନରେ ମୁଁ ଗର୍ଭନିରୋଧକ ବଟିକା କିଣିଥିଲି ।’ ଡାଇରେକ୍ଟର ଯେତେବେଳେ ତାଙ୍କୁ ଗର୍ଭ ନିରୋଧକ ବଟିକା କିଣିବାକୁ କହିଥିଲେ ସେ ଡରି ଯାଇଥିଲେ । ହେଲେ ‘ଏହା ମୋର ପ୍ରଥମ ସୁଟିଂ ଥିବାରୁ ମୁଁ ନେବାକୁ ବାଧ୍ୟ ହୋଇଥିଲି ।’

radhika
P.C : patrika.com

ରାଧିକା ଆହୁରି କହିଥିଲେ ‘ଗୋଟିଏ ଦିନ ତାଙ୍କ ମାତା-ପିତା ତାଙ୍କୁ ସରପ୍ରାଇଜ ଦେବା ପାଇଁ ହଠାତ ତାଙ୍କ ଘରେ ପହଞ୍ଚିଗଲେ । ସେ ତାଙ୍କୁ ଦେଖିକରି ବହୁତ ଖୁସୀ ହୋଇଥିଲେ । ହେଲେ ତାଙ୍କ ନିକଟରେ ଥିବା ଗର୍ଭ ନିରୋଧକ ବଟିକା ଦେଖି ତାଙ୍କ ପିତା ମାତା ବହୁତ ଅସୁବିଧା ମନେ କରିଥିଲେ । ହେଲେ ତାଙ୍କୁ କିଛି କହି ନଥିଲେ । ସେ ଘଟଣା ମୋତେ ସେଦିନ ବହୁତ କଷ୍ଟ ଦେଇଥିଲା ।

କ୍ୟାରିଅର ପ୍ରାରମ୍ଭରେ ତାଙ୍କୁ ବହୁତ ଷ୍ଟ୍ରଗଲ କରିବାକୁ ପଡ଼ିଥିଲା ବୋଲି ରାଧିକା କହିଛନ୍ତି । ଏପରିକି ଜଣେ ଡାଇରେକ୍ଟର ତାଙ୍କୁ ଅସୁନ୍ଦର କହି ରିଜେକ୍ଟ କରିଦେଇଥିଲେ । ହେଲେ ସେ ହାର ମାନି ନଥିଲେ । ବହୁତ କଷ୍ଟର ସାମ୍ନା କରିଥିଲେ ମଧ୍ୟ କେବଳ ତାଙ୍କ ଭଲ ପ୍ରଦର୍ଶନ ପାଇଁ ସେ ବଲିଉଡରେ ତିଷ୍ଠି ରହିଛନ୍ତି ବୋଲି କୁହନ୍ତି ରାଧିକା ।