ସୁଶାନ୍ତଙ୍କୁ ଭୁଲିଗଲେଣି ରିୟା, ଏବେ “ବିଗ ବସ” ୧୫ରେ ଏଣ୍ଟ୍ରି କରିବା ପାଇଁ ହେଉଛନ୍ତି ପ୍ରସ୍ତୁତ

ଲୋକପ୍ରିୟ ରିୟାଲିଟି ସୋ “ବିଗ ବସ”ର ୧୫ ତମ ସିଜିନ୍ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ମେକର୍ସ ଏବେ ଏହି ସିଜିନର ପ୍ରସ୍ତୁତିରେ ଲାଗି ପଡିଛନ୍ତି । ବିଗ ବସ ସିଜିନ୍ ୧୪ର ଫାଇନାଲ ସୋର ହୋଷ୍ଟ ସାଲମାନ ଖାନ ଘୋଷଣା କରିଥିଲେ ଯେ , ଆଗାମୀ ସିଜିନରେ ସାଧାରଣ ଲୋକ ବି ଶୋ ରେ ଭାଗ ନେଇପାରିବେ ।

ଆଉ ଖାସ୍ ସେଥିପାଇଁ ଚଳିତ ସୋରେ ସେଲିବ୍ରିଟିଙ୍କ ସହିତ ସାଧାରଣ ଲୋକେ ବି ନଜର ଆସିବେ। ସେଥିପାଇଁ ବିଗବସ ସିଜିନକୁ ନେଇ ଚର୍ଚ୍ଚା ବି ଜୋର ଧରିଛି। ସୋକୁ ନେଇ ଖବର ଯେତେ ଆସୁଛି ଉତ୍ସାହ ମଧ୍ୟ ସେହି ହିସାବରେ ବଢୁଛି । ଏବେ ଖବର ଆସିଛି ଯେ, ବିଗ୍ ବସର ଏହି ସିଜିନରେ ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ଥିବା ରିୟା ଚକ୍ରବର୍ତ୍ତୀ ବି ଏଣ୍ଟ୍ରି କରିପାରନ୍ତି । ଯଦି ଏମିତି ହୁଏ, ତେବେ ସୋ ମଧ୍ୟରେ ସୁଶାନ୍ତ ସିଂ ରାଜପୁତଙ୍କୁ ନେଇ କିଛି ଚର୍ଚ୍ଚା ନିହାତି ହେବ। ଖବର ଅନୁସାରେ, ରିୟାଙ୍କ ବ୍ୟତୀତ ଅନୁଷା ଦାଣ୍ଡେକର, ଦିଶା ବକାନୀ ଓ ପାର୍ଥ ସମନ୍ଥଙ୍କ ଭଳି ଷ୍ଟାରଙ୍କୁ ବିଗ୍ ବସ୍ ୧୫ର ନିର୍ମାତା ଆପ୍ରୋଚ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.