ସାଜିଦ୍‌ ଖାନ୍‌ଙ୍କ ବିରୋଧରେ ଶର୍ଲିନ୍‌ ଚୋପ୍ରାଙ୍କ ବଡ଼ ଖୁଲାସା- ସେ ନିଜ ପ୍ୟାଣ୍ଟରୁ ପ୍ରାଇଭେଟ୍‌ ପାର୍ଟ ବାହାର କରିଥିଲେ ଓ ମୋତେ…

ଫିଲ୍ମ ନିର୍ଦ୍ଦେଶକ ସାଜିଦ୍‌ ଖାନ୍‌ଙ୍କ ଉପରେ ଲାଗିଛି ଆଉ ଏକ ଗମ୍ଭୀର ଆରୋପ। ଜିଆ ଖାନ୍‌ଙ୍କ ଭଉଣୀ କରିସ୍ମା ସାଜିଦ୍‌ଙ୍କ ଉପରେ କାଷ୍ଟିଂ କାଉଚ୍‌ ଓ ଯୌନ ଶୋଷଣ କରିଥିବା ଅଭିଯୋଗ କରିବା ପରେ ଏବେ ଅଭିନେତ୍ରୀ ଶର୍ଲିନ୍‌ ଚୋପ୍ରା ମଧ୍ୟ ସାଜିଦ୍‌ଙ୍କ ବିରୋଧରେ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଖୁଲାସା କରିଛନ୍ତି।

ବଲିଉଡ୍‌ ଫିଲ୍ମ ପରେ ପ୍ଲେ ବୟ ମାଗାଜିନ୍‌ ପାଇଁ ନଗ୍ନ ଫଟୋସୁଟ୍‌ କରିସାରିଥିବା ଅଭିନେତ୍ରୀ ଶର୍ଲିନ୍‌ ଚୋପ୍ରା ସାଜିଦ୍‌ ଖାନ୍‌ଙ୍କ ସହ ନିଜ ଅନୁଭୂତି ଟ୍ଵିଟରରେ ସେୟାର କରିଛନ୍ତି। ଶର୍ଲିନ୍‌ ଲେଖିଛନ୍ତି, ‘ମୋ ବାପାଙ୍କ ମୃତ୍ୟୁର କିଛି ଦିନ ପରେ ଏପ୍ରିଲ ୨୦୦୫ରେ ମୁଁ ସାଜିଦଙ୍କୁ ସାକ୍ଷାତ କରିବାକୁ ଯାଇଥିଲି। ସେତେବେଳେ ସେ ପ୍ୟାଣ୍ଟରୁ ନିଜ ଲିଙ୍ଗ ବାହାର କରି ମୋତେ ଧରିବାକୁ କହିଥିଲେ। ମୋର ମନେ ଅଛି, ମୁଁ ତାଙ୍କୁ କହିଥିଲି ପେନିସ୍‌ କେମିତି ହୋଇଥାଏ ମୁଁ ଜାଣିଛି ଓ ମୋର ତାଙ୍କ ସହ ଦେଖା ହେବାର ଉଦ୍ଦେଶ୍ୟ ତାଙ୍କ ଲିଙ୍ଗ ଧରିବା ନୁହେଁ’।

tweet

ଶର୍ଲିନ୍‌ଙ୍କ ଏହି ଖୁଲାସା ପରେ ଏବେ ବିବାଦ ଜୋର ଧରିଛି। ଟ୍ଵିଟର ୟୁଜର ଶର୍ଲିନ୍‌ଙ୍କ ଉପରେ ହୋଇଥିବା ଏହି ଯୌନ ଶୋଷଣ ପାଇଁ ନ୍ୟାୟ ମାଗିଛନ୍ତି। ଶର୍ଲିନ୍‌ କାହିଁକି ଚୁପ୍‌ ଥିଲେ ବୋଲି ୟୁଜର ପ୍ରଶ୍ନ କରିଛନ୍ତି। ଏଭଳି ନିଦ୍ଦେର୍ଶକଙ୍କ ଯୋଗୁ ବଲିଉଡ୍‌ ନିନ୍ଦିତ ହେଉଛି ବୋଲି କିଛି ୟୁଜର କମେଣ୍ଟ କରି କହିଛନ୍ତି।