ଟ୍ରୋଲିଂର ଶିକାର ହୋଇପାରନ୍ତି ସ୍ୱରା, ଅସହିଷ୍ଣୁତାକୁ ନେଇ କହିଲେ ଏପରି କଥା

ପୁଣି ମୁହଁ ଖୋଲିଲେ ଅଭିନେତ୍ରୀ ସ୍ୱରା ଭାସ୍କର। ସବୁବେଳେ କୌଣସି ନା କୌଣସି ବିଷୟକୁ ନେଇ ନିଜର ମନ୍ତବ୍ୟ ଦେଇ ଚର୍ଚ୍ଚାର ପରିସରକୁ ଆସନ୍ତି ଏହି ଅଭିନେତ୍ରୀ। ଏଥିପାଇଁ ଅନେକ ଥର ତାଙ୍କୁ ଟ୍ରୋଲିଂର ଶିକାର ହେବାକୁ ପଡିଛି। କିନ୍ତୁ ତାଙ୍କୁ କୌଣସି ଫରକ ପଡେ ନାହିଁ। ନିକଟରେ ତାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଶୀର କୋରମା’ର ପୋଷ୍ଟର ଲଞ୍ଚ ସମୟରେ ଏପରି କିଛି କହି ପୁଣି ଫସିଗଲେ ସ୍ୱରା।

swara b

ଫିଲ୍ମରେ କୌଣସି ସାମାଜିକ, ରାଜନୈତିକ ପ୍ରସଙ୍ଗ ସ୍ଥାନିତ କଲାବେଳେ ବଲିଉଡ ଯତ୍ନଶୀଳ ହେବା ଉଚିତ ବୋଲି ଅଭିନେତ୍ରୀ ସ୍ୱରା ଭାସ୍କର ପ୍ରକାଶ କରିଛନ୍ତି। ଇଣ୍ଡିଆ ଫିଲ୍ମ ପ୍ରୋଜେକ୍ଟରେ ତାଙ୍କର ଆଗାମୀ ଫିଲ୍ମ ‘ଶୀର କୋର୍‌ମା’ର ପୋଷ୍ଟର ଲଞ୍ଚ ଅବସରରେ ସେ ଏଭଳି ମତ ଦେଇଛନ୍ତି। ସହଅଭିନେତ୍ରୀ ଦିବ୍ୟା ଦତ୍ତ ଓ ନିର୍ଦ୍ଦେଶକ ଫରାଜ ଅରିଫ୍‌ ଅଂଶାରୀଙ୍କ ସହ କଥା ହେବା ଅବସରରେ ସେ ବଲିଉଡ ଓ ଅନ୍ୟ ଭାଷାଭାଷୀର ଏହି ଶିଳ୍ପଗୁଡ଼ିକ ଆଭିମୁଖ୍ୟ ଠିକ୍‌ କରିବା ଦରକାର ବୋଲି କହିଛନ୍ତି। ଜାତି, ଧର୍ମ, ସମ୍ପ୍ରଦାୟ, ଲିଙ୍ଗଗତ ଭାବନାକୁ ଗୁରୁତ୍ୱ ଦିଆଯିବା ଉଚିତ। ଯେଭଳି ଦଳିତ, ସଂଖ୍ୟାଲଘୁ, ସମଲିଙ୍ଗୀ ସମ୍ପ୍ରଦାୟକୁ ଆଘାତ ନ ପହଞ୍ଚେ କିମ୍ବା ଫିଲ୍ମକୁ ନେଇ କେହି ଆପତ୍ତି ନ ଉଠାନ୍ତି, ତାକୁ ଗୁରୁତ୍ୱ ଦିଆଯିବା ଠିକ୍‌ ହେବ। ଏନେଇ ତୁରନ୍ତ ପଦକ୍ଷେପ ନେବା ଉଚିତ୍।

sheer khurma

ପ୍ରକାଶଥାଉ କି, ‘ଶୀର କୋରମା’ରେ ସ୍ୱରା ଏବଂ ଦିବ୍ୟା ସମଲିଙ୍ଗୀ ଯୋଡ଼ି ଭୂମିକାରେ ଅଭିନୟ କରୁଛନ୍ତି। ଏଥିରେ ଶବାନା ଆଜ୍ମୀ ମଧ୍ୟ ଅଛନ୍ତି। ଫିଲ୍ମରେ ଥିବା ଚରିତ୍ର ଓ ଏହାର ସାମାଜିକ ପ୍ରଭାବକୁ ସର୍ବଦା ଗୁରୁତ୍ୱ ଦେବାକୁ ଭାସ୍କର ପରାମର୍ଶ ଦେଇଛନ୍ତି।