ସୋସିଆଲ ମିଡିଆରେ ନିଜ ମୋବାଇଲ ନମ୍ବର ସେୟାର କଲେ ଉର୍ବଶୀ, ଏବେ ପରିସ୍ଥିତି ଅସମ୍ଭାଳ

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୋତେଲା ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହିଥାନ୍ତି। ଫ୍ୟାନ୍‌ଙ୍କ ମଧ୍ୟରେ ଚର୍ଚ୍ଚାରେ ରହିବା ପାଇଁ ଉର୍ବଶୀ ପ୍ରତିଦିନ କିଛି ନା କିଛି ନୂଆ ନୂଆ ପୋଷ୍ଟ କରିଥାନ୍ତି। ତେବେ ଏବେ ଉର୍ବଶୀ କିଛି ସେଭଳି କାରଣ ଯୋଗୁ ଚର୍ଚ୍ଚାରେ ଅଛନ୍ତି। ଏଥରକ ଉର୍ବଶୀ ନିଜ ମୋବାଇଲ ନମ୍ବର ସେୟାର କରିଛନ୍ତି। ସେ ଏକ ଟ୍ଵିଟ୍‌ ସହ ଏହି ନମ୍ବର ସେୟାର କରିଛନ୍ତି। ଉର୍ବଶୀଙ୍କର ଏହି ପୋଷ୍ଟ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି।

Urvashi Rautela

ରିପୋର୍ଟ ମୁତାବକ, ଉର୍ବଶୀ ରୋତେଲା ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେଥିରେ ସେ ହାତରେ ଏକ ବୋର୍ଡ ଧରିଥିବା ଦେଖିବାକୁ ମିଳିଛି। ବୋର୍ଡରେ ଲେଖାଯାଇଛି ନାମ ଉର୍ବଶୀ, Comp Brand- No, Availability- Yes, Shoot Date- 15 Sept ଓ ଶେଷରେ ଫୋନ୍‌ ନମ୍ବର: ୯୫୨୦୬୮୨୯ ଲେଖାଯାଇଛି। ଏହି ଫଟୋରେ ସେ ନିଜ ନମ୍ବର ଦେଇଛନ୍ତି ସତ, କିନ୍ତୁ ଶେଷ ଦୁଇଟି ନମ୍ବର ଲେଖିନାହାନ୍ତି। ଏହି ଫଟୋରେ ଲୋକମାନେ ତାଙ୍କୁ ପଚାରୁଛନ୍ତି ଶେଷ ଦୁଇଟି ନମ୍ବର କେତେ?

ତେବେ ପ୍ରକୃତ କଥା ହେଉଛି ଉର୍ବଶୀ ସେୟାର କରିଥିବା ଉକ୍ତ ଫଟୋଟି ତାଙ୍କ ଆଗାମୀ ପ୍ରୋଜେକ୍ଟର ଘୋଷଣା। ଏହି ପୋଷ୍ଟ ମାଧ୍ୟମରେ ସେ ନିଜ ଆସନ୍ତା ଭିଡିଓ ବିଷୟରେ ସୂଚନା ଦେଇଛନ୍ତି। ସେ ଖୁବ୍‌ଶୀଘ୍ର ଏକ ମ୍ୟୁଜିକ୍‌ ଭିଡିଓରେ ନଜର ଆସିବେ। ଏଥିରେ ତାଙ୍କ ସହ ସ୍କ୍ରିନ୍‌ ସେୟାର କରିବେ ବିଶାମିଶ୍ରା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.