Categories: ମନୋରଂଜନ

୨ବର୍ଷ ପରେ ନ୍ୟାୟ ପାଇଲେ ଏହି ଶିଶୁ କଳାକାର, ଅଭିଯୁକ୍ତଙ୍କୁ ୩ବର୍ଷ ଜେଲ୍‌ ଦଣ୍ଡ

ଭାରତରେ କେବଳ ସାଧାରଣ ମହିଳାମାନଙ୍କୁ ନୁହେଁ ବରଂ ବଲିଉଡ୍‌ର ଅଭିନେତ୍ରୀଙ୍କୁ ମଧ୍ୟ ଅନେକ ଥର ମଧ୍ୟ ପବ୍ଲିକ୍‌ଙ୍କ ପାଖରେ ଅସଦାଚରଣର ସାମ୍ନା କରିବାକୁ ପଡିଥାଏ। ଅନେକ ଥର ମଧ୍ୟ ଏହି ଘଟଣା ସୋସିଆଲ ମିଡିଆ ସାହାଯ୍ୟରେ ସାମ୍ନାକୁ ଆସିଥାଏ କିନ୍ତୁ ଅନେକ ଏହି ଘଟଣା କିଛି ଦିନ ପରେ ଦାବି ହୋଇ ରହିଯାଏ। ଏଭଳି ଏକ ଘଟଣା ପାଖାପାଖି ୨ ବର୍ଷ ପୂର୍ବରୁ ୨୦୧୭ ମସିହାରେ ସାମ୍ନାକୁ ଆସିଥିଲା। ଯେଉଁଥିରେ ବଲିଉଡର ପୂର୍ବ ଅଭିନେତ୍ରୀ ଜାୟରା ଓ୍ଵସୀମଙ୍କ ସହ ବିମାନରେ ଭିକାଶ ସଚଦେଓ୍ଵା ନାମକ ଜଣେ ବ୍ୟକ୍ତି ଅସଦାଚରଣ କରିଥିଲେ।

ସୂଚନା ମୁତାବକ ବର୍ତ୍ତମାନ ୨ ବର୍ଷ ପରେ ଏହି ଅଭିନେତ୍ରୀଙ୍କୁ ନ୍ୟାୟ ମିଳିଛି ଏବଂ କୋର୍ଟ ଭିକାଶଙ୍କୁ ୩ ବର୍ଷ ଦଣ୍ଡ ବିଧାନ କରିଛନ୍ତି। କେବଳ ଏତିକି ନୁହେଁ POSCO ଆକ୍ଟ ସେକ୍ସନ ୮ ଏବଂ ଆଇପିସି ର ୩୫୪ ଧାରା ଜରିଆରେ ଅଭିଯୁକ୍ତଙ୍କୁ ଦଣ୍ଡ ବିଧାନ କରିବା ସହ ୨୫ ହଜାର ୫୦୦ଟଙ୍କା ଜରିମନା ଦେବାର ଆଦେଶ କରିଛନ୍ତି। ଅଭିଯୁକ୍ତ ଓକିଲଙ୍କ କହିବାନୁଯାୟୀ ଭିକାଶଙ୍କ ପାଇଁ ତାଙ୍କ ଘର ଚଳେ ଏବଂ ଏହା ପୂର୍ବରୁ ତାଙ୍କ ଉପରେ କୌଣସି କ୍ରିମିନାଲ କେସ୍‌ ନାହିଁ। ଏହିକାରଣରୁ ୁତାଭ୍କୁ କମ ସଜା ଦିଆଯାଉ କିନ୍ତୁ କୋର୍ଟ ଭିକାଶ ସଚଦେଓ୍ଵାଙ୍କ ଉପରେ କୌଣସି ଦୟାଭାବ ଦେଖାଇନାହିଁ।

ଜାଣନ୍ତୁ କଣ ରହିଥିଲା ପୁରା ଘଟଣା:

୨୦୧୭ରେ ଯେତେବେଳେ ଅଭିନେତ୍ରୀ ଦିଲ୍ଲୀରୁ ମୁମ୍ବାଇ ଯାଉଥିଲେ ସେହି ସମୟରେ ଭିକାଶ ବିମାନ ଭିତରେ ତାଙ୍କ ସହ ଅସଦାଚରଣ କରିଥିଲେ। ଯାହା ବିଷୟରେ ନିଜେ ଜାୟରା ସୋସିଆଲ ମିଡିଆରେ ଭିଡିଓ ସେୟାର କରି ସୂଚନା ଦେଇଥିଲେ। ଜାୟରାଙ୍କ କହିବାନୁଯାୟୀ ଭିକାଶ ତାଙ୍କ ପଛ ସିଟ୍‌ ରେ ବସି ତାଙ୍କ ସହ ଖରାପ ବ୍ୟବହାର କରୁଥିଲେ। ସେ ଫ୍ଲାଇଟ୍‌ କ୍ରୁ ମେମ୍ବର୍ସଙ୍କୁ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସାହାଯ୍ୟ ମିଳିନଥିଲା। ଶେଷରେ ଜାୟରା ନିଜେ ଏଫଆଇଆର ଜାରି କରିଥିଲେ। ଭିକାଶଙ୍କୁ ପୋସ୍କୋ ଆକ୍ଟ ଜରିଆରେ ଦଣ୍ଡିତ କରାଯାଇଛି କାରଣ ଏହି ଘଟଣା ସମୟରେ ଅଭିନେତ୍ରୀଙ୍କୁ ୧୭ ବର୍ଷ ବୟସ ହୋଇଥିଲା।

KNews Bureau

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

29 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

34 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago