Adidasର ଗ୍ଲୋବାଲ ବ୍ରାଣ୍ଡ୍‌ ଆମ୍ବାସାଡର ହେଲେ ଦୀପିକା ପାଦୁକୋନ୍‌, ଓ୍ଵିମେନ୍‌ ସ୍ପୋର୍ଟସ ୱେୟାରର କରିବେ ପ୍ରଚାର

ସ୍ପୋର୍ଟସ୍‌ ୱେୟାର ରିଟେଲର ଆଡିଦାସ୍‌ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କୁ ନିଜ ଗ୍ଲୋବାଲ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ଚୟନ କରିଛି। ସେ ଆଡିଦାସ୍‌ ଓ୍ଵିମେନ୍‌କୁ ସାରା ଦୁନିଆରେ ପ୍ରଚାର କରିବେ। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଏହି ପଦକ୍ଷେପ ମହିଳା ଓ ଦୋକାନୀଙ୍କ ମଧ୍ୟରେ ଏକ ମଜଭୁତ ବ୍ରାଣ୍ଡ୍‌ ତିଆରି କରିବ। କମ୍ବାନୀ କହିଛି ଯେ ଏବେ ସେମାନେ ସାରା ବିଶ୍ୱରେ ଦୀପିକା ପାଦୁକୋନ୍‌ଙ୍କ ସହ ନିଜ ବ୍ରାଣ୍ଡ୍‌କୁ ପ୍ରମୋଟ୍‌ କରିବେ।

 

View this post on Instagram

 

A post shared by adidas India (@adidasindia)

 

View this post on Instagram

 

A post shared by Deepika Padukone (@deepikapadukone)

ଏନେଇ ଦୀପିକା ପାଦୁକୋନ୍‌ କହିଛନ୍ତି, ଜଣେ ଆଥ୍‌ଲେଟ୍‌ ହୋଇ ଖେଳ ଖେଳିବା କାରଣରୁ ହିଁ ଏବେ ମୁଁ ଯେଉଁଠି ଅଛି ସେହି ସ୍ଥାନରେ ପହଞ୍ଚିପାରିଛି। ଏସବୁ ଜିନିଷ ମୋତେ ଏମିତି ମୂଲ୍ୟ ଶିଖାଇଛି, ଯାହାର ଅନୁଭବ ଆଉ କୋଉଠି ମିଳିବ ନାହିଁ। ଏଥିସହ ଦୀପିକା କହିଛନ୍ତି, ଆଜି ଫିଟ୍‌ନେସ୍‌, ଫିଜିକାଲ ଓ ଇମୋସନ୍‌ ମୋ ଜୀବନ ଶୈଳୀର ଅଭିନ୍ନ ଅଙ୍ଗ। ଏଣୁ ସାରା ଜୀବନ ମୁଁ ଏହାକୁ ବଜାୟ ରଖିବି।

 

View this post on Instagram

 

A post shared by Deepika Padukone (@deepikapadukone)

 

View this post on Instagram

 

A post shared by adidas India (@adidasindia)

ଦୀପିକାଙ୍କ ବ୍ୟତୀତ ଭାରୋତ୍ତଳକ ମୀରାବାଇ ଚାନୁ, ବକ୍ସର ଲଭଲୀନା ବୋରଗୋହେନ୍‌, ନିକହତ ଜରୀନ ଓ ସିମରନଜିତ କୌର, ଧାବକ ହିମା ଦାସ ଓ ଦୀପିକା ପଲ୍ଲୀକଲ ମଧ୍ୟ ଏହି ବିଜ୍ଞାପନରେ ସାମିଲ ଅଛନ୍ତି। ସୂଚନାଯୋଗ୍ୟ ଯେ ଆଗକୁ ଦୀପିକା ପାଦୁକୋନ୍‌ଙ୍କୁ ଫିଲ୍ମ ୮୩ଟି ନଜର ଆସିବେ।

 

View this post on Instagram

 

A post shared by adidas Women (@adidaswomen)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.