ଶେଷରେ ରାକ୍ଷୀ ସାଓ୍ଵନ୍ତଙ୍କୁ ବିବାହ କରିଥିବା ମାନିଲେ ଆଦିଲ; ଏକ ସୁନ୍ଦର ଫଟୋ ପୋଷ୍ଟ କରି ପତ୍ନୀଙ୍କୁ କହିଲେ ‘ପାପୁଡ଼ି’

ଡ୍ରାମା କ୍ୱିନ୍‌ ରାକ୍ଷୀ ସାଓ୍ଵନ୍ତଙ୍କ ଜୀବନରେ ପୁଣିଥରେ ଟ୍ଵିଷ୍ଟ୍‍ ଆସିଛି। କିନ୍ତୁ ଏଥର ଆସିଥିବା ଟ୍ଵିଷ୍ଟ୍‍ ତାଙ୍କୁ ଦୁଃଖ କିମ୍ବା ଯନ୍ତ୍ରଣା ଦେଇନି, ବରଂ ଖୁସିର ଲୁହ ଦେଇଛି। କାହିଁକି ନା, ଯାହାକୁ ସେ ଏତେ ଦିନରୁ ଚାହୁଁଥିଲେ, ଶେଷରେ ତାହା ହିଁ ହୋଇଛି। ଅନେକ ଦିନରୁ ରାକ୍ଷୀ ଓ ଆଦିଲଙ୍କ ବିବାହକୁ ନେଇ ଚାଲି ଆସୁଥିବା ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଏବେ ଆଦିଲ ମଧ୍ୟ ନିଜର ଏହି ବିବାହକୁ ସ୍ୱୀକାର କରିଛନ୍ତି।

ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ରାକ୍ଷୀ ସାଓ୍ଵନ୍ତଙ୍କର ଅନେକ ଭିଡିଓ ଭାଇରାଲ ହେଉଛି। ଏଥିରେ ସେ ଖୁବ୍‌ କାନ୍ଦୁଥିବାର ଦେଖା ଯାଉଛନ୍ତି। ଯେବେଠାରୁ ରାକ୍ଷୀ ଓ ଆଦିଲଙ୍କ ବିବାହର ଫଟୋ ମିଡିଆ ସାମ୍ନାକୁ ଆସିଛି, ସେବେଠାରୁ ଗୋଟିଏ କଥାକୁ ନେଇ ସସ୍‌ପେନ୍ସ ଲାଗି ରହିଛି ଯେ ପ୍ରକୃତରେ ରାକ୍ଷୀ ଓ ଆଦିଲଙ୍କର ବିବାହ ହୋଇଛି କି ନାହିଁ। କାରଣ, ରାକ୍ଷୀ ନିଜ ଇନ୍‌ଷ୍ଟାଗ୍ରାମରେ ଅଫିସିଆଲ ଘୋଷଣା କରି ଦେଇଥିଲେ, କିନ୍ତୁ ଆଦିଲ ଚୁପ୍‌ ରହିଥିଲେ।

ବର୍ତ୍ତମାନ ଏହି ସସ୍‌ପେନ୍ସ ଦୂର ହୋଇଯାଇଛି। ଆଦିଲ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ ସେୟାର କରି ବିବାହର ଅଫିସିଆଲ ଆନାଉନ୍ସମେଣ୍ଟ କରିଛନ୍ତି। ଆଦିଲ ରାକ୍ଷୀଙ୍କ ସହ ବିବାହର ଫଟୋ ସେୟାର କରି କ୍ୟାପସନ ଲେଖିଛନ୍ତି, ‘ରାକ୍ଷୀ, ମୁଁ ତୁମକୁ କେବେ ବି କହି ନାହିଁ ଯେ ମୁଁ ତୁମକୁ ବାହା ହୋଇନି ବୋଲି…କିନ୍ତୁ ମୋତେ କିଛି ଜିନିଷ ହ୍ୟାଣ୍ଡେଲ କରିବାର ଥିଲା, ଏଥିପାଇଁ ଚୁପ୍‌ ରହିବାକୁ ପଡ଼ୁଥିଲା। ଆମ ଦୁଇ ଜଣଙ୍କୁ ଏହି ବିବାହ ମୁବାରକ୍‌’। ଏଥି ସହିତ ଆଦିଲ ରାକ୍ଷୀଙ୍କୁ ସ୍ନେହରେ ‘ପାପୁଡ଼ି’ ବୋଲି ମଧ୍ୟ ଲେଖିଛନ୍ତି।

ଆଦିଲଙ୍କର ଏହି ପୋଷ୍ଟରେ ରାକ୍ଷୀ ସାଓ୍ଵନ୍ତ ତୁରନ୍ତ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ ଲେଖିଛନ୍ତି, ‘ଧନ୍ୟବାଦ ଜାନ୍‌, ବହୁତ ସାରା ଭଲ ପାଇବା’। ସେପଟେ ଅନେକ ସେଲିବ୍ରିଟି ବି ଆଦିଲଙ୍କ ପୋଷ୍ଟରେ କମେଣ୍ଟ କରି ଶୁଭେଚ୍ଛା ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.