ମନୋରଂଜନ

‘ଆଦି ପୁରୁଷ’ ଫିଲ୍ମକୁ ନେଇ ବଢ଼ିଲା ବିବାଦ, ଭୀଷ୍ମ ମୁକେଶ ଖାନ୍ନା ରାଗି ଯାଇ କହିଲେ ରାମାୟଣ ଚରିତ୍ରକୁ ବଦଳାଇବାର ସାହସ ହେଲା କେମିତି ?

ଅଯୋଧ୍ୟାରେ ରିଲିଜ୍ ହୋଇଛି ପ୍ରଭାସ, ସୈଫଅଲି ଖାନ୍ ଓ କ୍ରିତି ସାନନଙ୍କ ଫିଲ୍ମ ‘ଆଦି ପୁରୁଷ’ର ଟିଜର ଲଞ୍ଚ ହୋଇଥିଲା। ବାହୁବଳୀ ଫିଲ୍ମ ସୁପର୍ ଷ୍ଟାର୍ ପ୍ରଭାସ ପୁଣିଥରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଆଦିପୁରୁଷ’ ବିଷୟରେ ଆଲୋଚନା କରୁଛନ୍ତି। ନିର୍ମାତାମାନେ ଫିଲ୍ମର ଟିଜର ରିଲିଜ କରିବାକୁ ଅଯୋଧ୍ୟା ଯାଇଥିଲେ। ତେବେ ପ୍ରଥମେ ଏହି ଫିଲ୍ମ ଅଯୋଧ୍ୟାରେ ରିଲିଜ୍ ହେବ ବୋଲି କୁହାଯାଉଛି।

ସମସ୍ତେ ଏହି ଚଳଚ୍ଚିତ୍ରକୁ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି ଏବଂ ଅନେକ ଆଶା ମଧ୍ୟ ଅଛି ଏହି ଐତିହାସିକ ଫିଲ୍ମକୁ ନେଇ। ଏକ ନୂଆ ରୂପରେ ଏହି ଫିଲ୍ମ ଦର୍ଶକଙ୍କ ସମ୍ନାକୁ ଆସିବ ୨୦୨୩ ମସିହାରେ। ନିର୍ମାତାମାନେ ଏହି ଚଳଚ୍ଚିତ୍ରରେ ପାଣି ପରି ଟଙ୍କା ଖର୍ଚ୍ଚ କରିଛନ୍ତି। ‘ଆଦିପୁରୁଷ’ର କାହାଣୀ ରାମାୟଣ ଉପରେ ଆଧାରିତ। ଜାନୁଆରୀ ୧୨, ୨୦୨୩ ମସିହାରେ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଧମାଲ୍ କରିବ ବୋଲି କୁହାଯାଉଛି।

କିନ୍ତୁ ଏହାପୂର୍ବରୁ ଫିଲ୍ମର ପ୍ରମୋସନ ପାଇଁ ଅଯୋଧ୍ୟା ସହରକୁ ପ୍ରଥମେ ଚୟନ କରାଯାଇଛି। ଅଯୋଧ୍ୟାରେ ‘ଆଦି ପୁରୁଷ’ ର ପ୍ରଥମ ଲୁକ ଦେଖାଯାଇଛି। ଅଯୋଧ୍ୟାରେ ଫିଲ୍ମର ଏହି ଇଭେଣ୍ଟ ପାଇଁ ବହୁ ପରିମାଣରେ ପ୍ରସ୍ତୁତି କରାଯାଇଥିଲା। ଯେଉଁଥିରେ ପ୍ରଭାସ, ଓମ ରାଉତ ଏବଂ ନିର୍ମାତା ଭୂଷଣ କୁମାରଙ୍କ ସହ କ୍ରିତି ସାନନ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ଅଯୋଧ୍ୟାରେ ନଦୀ କୂଳରେ ଅନୁଷ୍ଠିତ ହୋଇଥିଲା। ସେଟ୍ ପ୍ରସ୍ତୁତ ହୋଇଥିଲା କିନ୍ତୁ ଏହି ଟିଜର ଦେଖିବା ପରେ ଅନେକ ବରିଷ୍ଟ କଳାକାର ଏହାକୁ ନେଇ ନିଜର ମନ୍ତବ୍ୟ ଦେଇଛନ୍ତି। ମହାଭାରତରେ ପିତାମହ ଭୀଷ୍ମ ଭୂମିକାରେ ଅଭିନୟ କରିଥିବା ମୁକେଶ ଖାନ୍ନା ଏହି ଟିଜର ଦେଖି ଗ୍ରହଣ କରି ପାରୁ ନାହାନ୍ତି।

କାରଣ ଏହି ଫିଲ୍ମରେ ଅନେକ ଚରିତ୍ରକୁ ପରିବର୍ତନ କରାଯାଇଥିବା କଥା କୁହାଯାଉଛି। ଖାସ କରି ରାବଣ ଭୂମିକାରେ ଅଭିନୟ କରିଥିବା ସୈଫଅଲି ଖାନଙ୍କ ଚିତ୍ରଣକୁ ଓ ବେଶ ପୋଷାକକୁ ଦେଖି ସେ ତାହାକୁ ପସନ୍ଦ କରୁ ନାହାନ୍ତି। ସେଥିପାଇଁ ସେ କହିଛନ୍ତି ଯେ ରାମାୟଣର ଚରିତ୍ର ବଦଳାଇବା କାହାର ଅଧିକାର ନୁହେଁ । କାରଣ ଏହି ରାମାୟଣ ସହିତ ଭାରତବାସୀଙ୍କ ଆବେଗ ଜଡ଼ିତ। କେବଳ ରାବଣ ନୁହେଁ ହନୁମାନଙ୍କ ଚରିତ୍ର ମଧ୍ୟ ଏଥିରେ ପରିବର୍ତ୍ତନ କରାଯାଇଛି। ଏହା କୌଣସି ମୁସଲମାନଙ୍କ ଭଳି ଦେଖା ଯାଉଥିବା ସେ କହିଛନ୍ତି। କୌଣସି ଚରିତ୍ର ଠିକ୍ ଭାବେ ନିଜ ଚରିତ୍ର ସହିତ ମେଳ ଖାଉ ନାହାନ୍ତି ବୋଲି ଦର୍ଶକ କହିଛନ୍ତି। କିନ୍ତୁ ଫିଲ୍ମ ତିଆରି କରିଥିବା ଟିମ୍ କହିଛନ୍ତି ଯେ ଫିଲ୍ମଟି ଖୁବ୍ ସୁନ୍ଦର ହୋଇଛି। ଏହି ଫିଲ୍ମ ରାମାୟଣ ଉପରେ ଆଧାରିତ। ରାମାୟଣ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ପାଇଁ ଅଯୋଧ୍ୟାଠାରୁ କିଛି ଭଲ ହୋଇ ପାରିବ ନାହିଁ। ଅଯୋଧ୍ୟା ବିଷୟରେ ହିନ୍ଦୁମାନଙ୍କ ହୃଦୟରେ ଗଭୀର ବିଶ୍ୱାସ ଅଛି। ଏଠାରେ ଶ୍ରୀରାମ ଜନ୍ମ ହୋଇଥିଲେ। ରାମ ମନ୍ଦିର ନିର୍ମାଣ ପାଇଁ ଯୁଦ୍ଧ ମଧ୍ୟ ଏଠାରୁ ଆରମ୍ଭ ହୋଇଥିଲା। ଏଭଳି ପରିସ୍ଥିତିରେ ନିର୍ମାତାମାନେ ଫିଲ୍ମର ପ୍ରମୋଶନ ପାଇଁ ପ୍ରଥମେ ଅଯୋଧ୍ୟାକୁ ବାଛିଛନ୍ତି। କିନ୍ତୁ ଅନେକ କଳାକାର ଏହାର ଚିତ୍ରଣ ଦେଖି ଏହାକୁ ନକାରାତ୍ମକ କମେଣ୍ଟ କରିଛନ୍ତି।

KNews Bureau

Recent Posts

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ଦେହାନ୍ତ, ଦୁଃଖ ବ୍ୟକ୍ତ କଲେ ସିଏମ୍‌ ଯୋଗୀ

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି…

2 mins ago

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

16 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

22 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

52 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

59 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago