ଆଦିପୁରୁଷ: ପ୍ରତ୍ୟେକ ସିନେମା ହଲରେ ଶ୍ରୀ ହନୁମାନଙ୍କ ପାଇଁ ରହିବ ଗୋଟିିଏ ସିଟ ରିଜର୍ଭ, ମେକର୍ସଙ୍କ ବଡ଼ ଘୋଷଣା

ଫିଲ୍ମ ସ୍କ୍ରିନିଂ ସମୟରେ ପ୍ରତ୍ୟେକ ଥିଏଟରରେ ଗୋଟିଏ ସିଟ ଖାଲି ରହିବ । ଏହି ସିଟ ଭଗବାନ ହନୁମାନଙ୍କ ପାଇଁ ରହିବ ବୋଲି ଘୋଷଣା ହୋଇଛି । ଭଗବାନ ହନୁମାନଙ୍କ ପ୍ରତି ଥିବା ଲୋକଙ୍କ ଆସ୍ଥା କୁ ନେଇ ଏଭଳି ଘୋଷଣା କରାଯାଇଛି ।

(କେନ୍ୟୁଜ ବ୍ୟୁରୋ): ପ୍ରଭାସ ଫ୍ୟାନ୍ସ ମାନଙ୍କ ପାଇଁ ଚଳିତ ମାସ ଖାସ ହେବାକୁ ଯାଉଛି । ଦୀର୍ଘ ସମୟ ଅପେକ୍ଷାର ଅନ୍ତ ପରେ ଚଳଚ୍ଚିତ୍ର ଆଦିପୁରୁଷ ୧୬ ଜୁନରେ ରିଲିଜ ହେବ । ରାମାୟଣ କାହାଣୀ ଉପରେ ପର୍ଯ୍ୟବେସିତ ଆଦିପୁରୁଷ ଚଳଚ୍ଚିତ୍ର ରିଲିଜ ପୂର୍ବରୁ ମେକର୍ସ ଏକ ବଡ଼ ଘୋଷଣା କରିଛନ୍ତି । ଫିଲ୍ମ ସ୍କ୍ରିନିଂ ସମୟରେ ପ୍ରତ୍ୟେକ ଥିଏଟରରେ ଗୋଟିଏ ସିଟ ଖାଲି ରହିବ । ଏହି ସିଟ ଭଗବାନ ହନୁମାନଙ୍କ ପାଇଁ ରହିବ ବୋଲି ଘୋଷଣା ହୋଇଛି । ଭଗବାନ ହନୁମାନଙ୍କ ପ୍ରତି ଥିବା ଲୋକଙ୍କ ଆସ୍ଥା କୁ ନେଇ ଏଭଳି ଘୋଷଣା କରାଯାଇଛି ।

ମେକର୍ସ କହିଛନ୍ତି ଯେ, ଯେତେବେଳେ ରାମାୟଣ ପାଠ କରାଯାଏ, ସେତେବେଳେ ଭଗବାନ ହନୁମାନ ପ୍ରକଟ ହୋଇଥାନ୍ତି । ଏହା ଆମର ବିଶ୍ୱାସ । ଏହି ଆସ୍ଥା ର ସମ୍ମାନ କରିବାକୁ ଯାଇ ଆଦିପୁରୁଷ ର ପ୍ରତ୍ୟେକ ସ୍କ୍ରିନିଂ ସମୟରେ ଗୋଟିଏ ସିଟ ବିକ୍ରି କରାନଯାଇ ଖାଲି ରଖାଯିବ । ଭଗବାନ ହନୁମାନଙ୍କ ଉପସ୍ଥିତିରେ ଆଦିପୁରୁଷ ଚଳଚ୍ଚିତ୍ର କୁ ଭବ୍ୟତାର ସହ ଦେଖାଯିବା ନେଇ ମନ୍ତବ୍ୟ ଦିଆଯାଇଛି ।

ଓମ ରାଉତଙ୍କ ଫିଲ୍ମ ଆଦିପୁରୁଷ ଅନେକ ଭାଷା ଯଥା ତେଲୁଗୁ, ତାମିଲ, ହିନ୍ଦୀ, ମାଲାୟାଲମ ଏବଂ କନ୍ନଡ଼ ଭାଷାରେ ରିଲିଜ ହେବ । ଓମ ରାଉତଙ୍କ ନିର୍ଦ୍ଦେଶନା ସହିତ ସେ ଏହି ଚଳଚ୍ଚିତ୍ର ଲେଖିଛନ୍ତି । ଅଭିନେତା ପ୍ରଭାସ ପ୍ରଭୁ ଶ୍ରୀରାମଙ୍କ ଚରିତ୍ରରେ ନଜର ଆସିଛନ୍ତି । ମାତା ସୀତାଙ୍କ ଚରିତ୍ରରେ କୃତି ସାନନ ନଜର ଆସିବେ । ସୈଫ ଅଲ୍ଲୀ ଖାନ ରାବଣ ଚରିତ୍ରରେ ଏବଂ ହନୁମାନଙ୍କ ଚରିତ୍ରରେ ମରାଠୀ କଳାକାର ଦେବଦତ୍ତ ନାଗେ ନଜର ଆସିବେ । ଅନ୍ୟପଟେ ସନି ସିଂ ଲକ୍ଷ୍ମଣଙ୍କ ଅଭିନୟ କରିଥିବା ଆପଣମାନେ ଦେଖିବାକୁ ପାଇବେ ।

୫୦୦ କୋଟି ଟଙ୍କା ବଜେଟରେ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ଚଳଚ୍ଚିତ୍ରର ଟିଜର ରିଲିଜ ହେବା ପରେ ପ୍ରଭାସ ଏବଂ ସୈଫ ଅଲ୍ଲୀ ଖାନଙ୍କ ଲୁକ ନେଇ ବିବାଦ ଦେଖାଯାଇଥିଲା । ଅନେକ ପ୍ରସ୍ତୁତି ପରେ ଚଳଚ୍ଚିତ୍ରର ଟ୍ରେଲର ରିଲିଜ ହୋଇଥିଲା । ଯାହା ଦେଖିବା ପରେ ଅନେକ ଲୋକ ଏହାକୁ ପସନ୍ଦ କରିଥିଲେ । ତେବେ ଦେଖିବାକୁ ବାକି ରହିଲା ଫିଲ୍ମ ରିଲିଜ ପରେ ଫ୍ୟାନ୍ସମାନେ ଏହାକୁ କେତେ ପସନ୍ଦ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.