ରାମନବମୀରେ ‘ଆଦିପୁରୁଷ’ର ନୂଆ ପୋଷ୍ଟର ରିଲିଜ୍, ରାମ, ସୀତା ଓ ଲକ୍ଷ୍ମଣଙ୍କ ଲୁକ୍ ଫ୍ୟାନ୍ସଙ୍କୁ କରିପାରିଲାନି ଇମ୍ପ୍ରେସ୍
ବହୁ ପ୍ରତୀକ୍ଷିତ ପୌରାଣିକ ଚଳଚ୍ଚିତ୍ର 'ଆଦିପୁରୁଷ'ର ନୂଆ ପୋଷ୍ଟର ଜାରି କରାଯାଇଛି। ଏଥି ସହିତ ଫିଲ୍ମର ନୂଆ ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି।

ରାମାୟଣ ଉପରେ ଆଧାରିତ ବହୁ ପ୍ରତୀକ୍ଷିତ ପୌରାଣିକ ଚଳଚ୍ଚିତ୍ର ‘ଆଦିପୁରୁଷ’ର ନୂଆ ପୋଷ୍ଟର ଜାରି କରାଯାଇଛି। ଏଥି ସହିତ ଫିଲ୍ମର ନୂଆ ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି। ଯଦିଓ ନୂଆ ପୋଷ୍ଟରରେ ନଜର ଆସୁଥିବା ଷ୍ଟାର୍ମାନଙ୍କ ଲୁକ୍କୁ ନେଇ ଟ୍ରୋଲ କରାଯାଉଛି। ରାମ, ସୀତା ଓ ଲକ୍ଷ୍ମଣଙ୍କ ଚରିତ୍ରରେ ଥିବା ଅଭିନେତା, ଅଭିନେତ୍ରୀଙ୍କ ଲୁକ୍ ଲୋକଙ୍କୁ ଆକର୍ଷିତ କରିପାରି ନାହିଁ।
ଆଜି ପବିତ୍ର ରାମନବମୀ ଅବସରରେ ‘ଆଦିପୁରୁଷ’ର ନିର୍ମାତାମାନେ ଫିଲ୍ମର ଏକ ବଢ଼ିଆ ପୋଷ୍ଟର ରିଲିଜ୍ କରିଛନ୍ତି। ପୋଷ୍ଟରରେ ରାଘବଙ୍କ ରୂପରେ ପ୍ରଭାସ, ଜାନକୀଙ୍କ ରୂପରେ କ୍ରିତି ସାନନ, ଶେଷଙ୍କ ରୂପରେ ସନି ସିଂ ଏବଂ ବଜରଙ୍ଗଙ୍କ ରୂପରେ ଦେବଦତ୍ତ ନାଗଙ୍କୁ ପ୍ରଦର୍ଶିତ କରାଯାଇଛି।
ଏହି ଚଳଚ୍ଚିତ୍ର ଭଗବାନ ଶ୍ରୀରାମଙ୍କ ଗୁଣକୁ ପ୍ରଦର୍ଶିତ କରିଛି ଏବଂ ତାଙ୍କ ଧର୍ମ, ସାହସ ଓ ବଳିଦାନ ଉପରେ ଗୁରୁତ୍ୱ ଦେଇଛି। ‘ଆଦିପୁରୁଷ’ର ନୂଆ ପୋଷ୍ଟର ସେୟାର କରି କ୍ୟାପସନ ଲେଖାଯାଇଛି ଯେ ‘ମନ୍ତ୍ରୋଁ ସେ ବଢ଼କେ ତେରା ନାମ୍ ଜୟ ଶ୍ରୀ ରାମ’।
ରାମନବମୀରେ ଆଦିପୁରୁଷର ନୂଆ ପୋଷ୍ଟର ଜାରି ହୋଇଥିବା ବେଳେ ସେପଟେ ଏହା ଟ୍ରୋଲରଙ୍କ ଟାର୍ଗେଟ୍କୁ ଆସି ଯାଇଛି। ଜଣେ ୟୁଜର ଲେଖିଛନ୍ତି, ‘ଦୟାକରି ଏହାକୁ ଛାଡ଼ି ଦିଅନ୍ତୁ, କାହିଁକି ସଂସ୍କୃତିର ପରିହାସ କରୁଛନ୍ତି’? ଅନ୍ୟ ଜଣେ ଲେଖିଛନ୍ତି, ‘୧୦୦% ଫ୍ଲପ୍’। ସେହିପରି ସୀତାଙ୍କ ଲୁକରେ କ୍ରିତିଙ୍କୁ ଟ୍ରୋଲ କରାଯାଇ କୁହାଯାଇଛି, ‘କ୍ରିତି ସାନନ୍ କେଉଁଆଡ଼ୁ ବି ସୀତାଙ୍କ ପରି ଦେଖାଯାଉ ନାହାନ୍ତି’। ସମସ୍ତେ କାର୍ଟୁନ୍ ଫେସ୍ ପରି ଲାଗୁଥିବା ଲୋକମାନେ କହିଛନ୍ତି।
କହି ରଖୁଛୁ, ଏହି ଫିଲ୍ମ ୨୦୨୩ ଜୁନ୍ ୧୬ରେ ଗ୍ଲୋବାଲି ରିଲିଜ୍ ହେବ। ଫିଲ୍ମକୁ ଓମ୍ ରାଉତ ନିର୍ଦ୍ଦେଶନା ଦେଇଥିବା ବେଳେ ଟି-ସିରିଜ୍, ଭୂଷଣ କୁମାର ଓ କୃଷ୍ଣ କୁମାର, ଓମ୍ ରାଉତ, ପ୍ରସାଦ ସୁତାର ଏବଂ ରେଟ୍ରୋଫାଇଲ୍ସର ରାଜେଶ ନାୟର ପ୍ରଯୋଜନା କରିଛନ୍ତି।
View this post on Instagram