ଉଦିତ୍‌ ନାରାୟଣଙ୍କ ଘରକୁ ଆସିବେ କୁନି ଅତିଥି, ଆଦିତ୍ୟ ସେୟାର କଲେ ପତ୍ନୀ ଶ୍ୱେତାଙ୍କ ବେବି ସାଓ୍ଵର ଫଟୋ

ଗାୟକ ତଥା ଟେଲିଭିଜନ ଆଙ୍କର ଆଦିତ୍ୟ ନାରାୟଣ ବାପା ହେବାକୁ ଯାଉଛନ୍ତି। ଏ ନେଇ ଆଦିତ୍ୟ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଗତ କିଛିଦିନ ତଳେ ଆଦିତ୍ୟ ଏବଂ ଶ୍ୱେତା ନିଜର ମ୍ୟାଟରନିଟି୍‌ ଫଟୋଶୁଟ୍‌ର ଏକ ଫଟୋ ସେୟାର କରି ଫ୍ୟାନ୍ସଙ୍କ ସହିତ ଖୁସିଖବର ସେୟାର କରିଥିଲେ।

ଖୁସିଖବର ସେୟାର କରିବା ପରେ ଆଦିତ୍ୟ ଏବଂ ଶ୍ୱେତା ବେବି ସାଓ୍ଵର ର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ। ଏହି ଫଟୋରେ ଦମ୍ପତି ଧଳା ରଙ୍ଗର ଡ୍ରେସ ପିନ୍ଧିଥିବା ନଜର ଆସିଛନ୍ତି। ଶ୍ୱେତା ଅଫ ସୋଲଡର ଡ୍ରେସ ପିନ୍ଧିଥିବା ବେଳେ ଆଦିତ୍ୟ ତାଙ୍କ ପଛରେ ଠିଆ ହୋଇଛନ୍ତି। ଏହି ଫଟୋରେ ଆଦିତ୍ୟ ଶ୍ୱେତାଙ୍କ ଗାଲକୁ ଚୁମ୍ବନ କରୁଥିବା ନଜର ଆସିଛନ୍ତି।

ଆଦିତ୍ୟ ନାରାୟଣ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ପତ୍ନୀ ଶ୍ୱେତା ଅଗ୍ରଓ୍ଵାଲଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ଶ୍ୱେତା କ୍ରପ୍‌ ଟପ୍‌ ଓ ଜିନ୍ସରେ ବେବି ବମ୍ପ ଫ୍ଲଣ୍ଟ କରୁଥିବା ନଜର ଆସିଛନ୍ତି। ଫଟୋ ସାମ୍ନାକୁ ଆସିବା ପରେ ସବୁ ଆଡ଼ୁ ଏହି ଦମ୍ପତିଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।

ଆଦିତ୍ୟ ନାରାୟଣ ଫଟୋ ସେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି- ଶ୍ୱେତା ଓ ମୁଁ ଆପଣ ସମସ୍ତଙ୍କର ଆଶୀର୍ବାଦରେ ଖୁବ୍‌ ଶୀଘ୍ର ଏହି ଦୁନିଆକୁ ଆମର ପ୍ରଥମ ଛୁଆକୁ ସ୍ୱାଗତ କରିବାକୁ ଯାଉଛୁ। ବେବି ଅନ୍‌ ଦ ୱେ।

ଏକ ଇଣ୍ଟରଭ୍ୟୁରେ ଆଦିତ୍ୟ ନାରାୟଣ ଏହି ଖୁସି ଖବର ଦେଇଥିଲେ। ସେ କହିଥିଲେ- ଶ୍ୱେତା ଓ ମୁଁ ଏହି ଖୁସି ଖବର ପାଇଁ ଅପେକ୍ଷା କରିଛୁ। ଆମ ଦୁହିଁଙ୍କୁ ଛୋଟ ପିଲା ଖୁବ୍‌ ପସନ୍ଦ। ମୁଁ ପାପା ହେବାକୁ ଚାହୁଁଥିଲି। କିନ୍ତୁ ଶ୍ୱେତାକୁ ଡବଲ କାମ କରିବାକୁ ପଡ଼ିବ। କାରଣ ମୁଁ ବି କୌଣସି ଛୋଟ ପିଲା ଠାରୁ କମ୍‌ ନୁହେଁ। ଆମ ଘର ଖୁବ୍‌ ଶୀଘ୍ର ବହୁତ ଏନର୍ଜିରେ ଭରିଯିବ।