ମନୋରଂଜନ

ବାପା ହେବାକୁ ଯାଉଛନ୍ତି ଆଦିତ୍ୟ ନାରାୟଣ, ପତ୍ନୀ ଶ୍ୱେତାଙ୍କ ଫଟୋ ସେୟାର କରି କହିଲେ- ‘ବେବି ଅନ୍‌ ଦ ୱେ’

ଖୁବ୍‌ଶୀଘ୍ର ପିତା-ମାତା ହେବାକୁ ଚାହୁଁଛନ୍ତି ଟିଭି ହୋଷ୍ଟ ତଥା କଣ୍ଠଶିଳ୍ପୀ ଆଦିତ୍ୟ ନାରାୟଣ ଓ ତାଙ୍କ ପତ୍ନୀ ଶ୍ୱେତା ଅଗ୍ରଓ୍ଵାଲ। ଏ ନେଇ ଆଦିତ୍ୟ ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଆଦିତ୍ୟ ନାରାୟଣ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ପତ୍ନୀ ଶ୍ୱେତା ଅଗ୍ରଓ୍ଵାଲଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ଶ୍ୱେତା କ୍ରପ୍‌ ଟପ୍‌ ଓ ଜିନ୍ସରେ ବେବି ବମ୍ପ ଫ୍ଲଣ୍ଟ କରୁଥିବା ନଜର ଆସିଛନ୍ତି। ଫଟୋ ସାମ୍ନାକୁ ଆସିବା ପରେ ସବୁ ଆଡ଼ୁ ଏହି ଦମ୍ପତିଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।

ଆଦିତ୍ୟ ନାରାୟଣ ଫଟୋ ସେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି- ଶ୍ୱେତା ଓ ମୁଁ ଆପଣ ସମସ୍ତଙ୍କର ଆଶୀର୍ବାଦରେ ଖୁବ୍‌ ଶୀଘ୍ର ଏହି ଦୁନିଆକୁ ଆମର ପ୍ରଥମ ଛୁଆକୁ ସ୍ୱାଗତ କରିବାକୁ ଯାଉଛୁ। ବେବି ଅନ୍‌ ଦ ୱେ।

ଏହା ପୂର୍ବରୁ ଆଦିତ୍ୟ ନାରାୟଣ ଖାସ୍‌ ଅନ୍ଦାଜରେ ଶ୍ୱେତାଙ୍କୁ ଜନ୍ମ ଦିନର ଅଭିନନ୍ଦନ ମଧ୍ୟ ଜଣାଇଥିଲେ। ଏ ଅବସରରେ ସେ ଏକ ଖୁବ୍‌ ସୁନ୍ଦର ଫଟୋ ସେୟାର କରିଥିଲେ ଓ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ।

ଏକ ଇଣ୍ଟରଭ୍ୟୁରେ ଆଦିତ୍ୟ ନାରାୟଣ ଏହି ଖୁସି ଖବର ଦେଇଥିଲେ। ସେ କହିଥିଲେ- ଶ୍ୱେତା ଓ ମୁଁ ଏହି ଖୁସି ଖବର ପାଇଁ ଅପେକ୍ଷା କରିଛୁ। ଆମ ଦୁହିଁଙ୍କୁ ଛୋଟ ପିଲା ଖୁବ୍‌ ପସନ୍ଦ। ମୁଁ ପାପା ହେବାକୁ ଚାହୁଁଥିଲି। କିନ୍ତୁ ଶ୍ୱେତାକୁ ଡବଲ କାମ କରିବାକୁ ପଡ଼ିବ। କାରଣ ମୁଁ ବି କୌଣସି ଛୋଟ ପିଲା ଠାରୁ କମ୍‌ ନୁହେଁ। ଆମ ଘର ଖୁବ୍‌ ଶୀଘ୍ର ବହୁତ ଏନର୍ଜିରେ ଭରିଯିବ।

ପ୍ରକାଶ ଯେ ଶ୍ୱେତା ଓ ଆଦିତ୍ୟ ୨୦୧୦ ରେ ଶାପିତରେ ଏକାଠି କାମ କରିଥିଲେ। ୧୦ ବର୍ଷ ଯାଏଁ ଉଭୟେ ପରସ୍ପରକୁ ଡେଟ୍‌ କରିବା ପରେ ଡିସେମ୍ବର ୨୦୨୦ରେ ବିବାହ କରିଥିଲେ। ଏବେ ଏହି ଯୋଡ଼ି ନିଜ ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ଅଛନ୍ତି।

WCW 11

Recent Posts

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

1 min ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

4 mins ago

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

16 mins ago

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

35 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

39 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

45 mins ago