ମନୋରଂଜନ

ସବୁଦିନ ପାଇଁ ବିବାହ ବନ୍ଧନରେ ବାନ୍ଧିହେଲେ ଆଦିତ୍ଯ ନାରାୟଣ, ସାମ୍ନାକୁ ଆସିଲା ଫଟୋ

ବଲିଉଡର ଜଣାଶୁଣା କଣ୍ଠଶିଳ୍ପୀ ଉଦିତ ନାରାୟଣଙ୍କ ସୁପୁତ୍ର ଆଦିତ୍ୟ ନାରାୟଣ ବିବାହ କରିଛନ୍ତି । ଆଦିତ୍ୟ ତାଙ୍କର ଦୀର୍ଘଦିନର ବାନ୍ଧବୀ ଶ୍ବେତା ଅଗ୍ରଓ୍ବାଲଙ୍କୁ ବିବାହ କରି ସାତ ଜନ୍ମର ସାଥି ହୋଇଛନ୍ତି । ମନ୍ଦିରରେ ଅତି ସାଧାରଣ ଭାବେ ବିବାହ କରିଥିବା ଆଦିତ୍ୟ ଏବଂ ଶ୍ବେତାଙ୍କର ବାହାଘର ଫଟୋ ସାମ୍ନାକୁ ଆସିଛି । ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି।

ଆଦିତ୍ୟ ଏବଂ ଶ୍ବେତା କିଛି ଦିନ ତଳେ ସାମାଜିକ ଗଣମାଧ୍ୟମରେ ଉଭୟଙ୍କ ବିବାହକୁ ନେଇ ଘୋଷଣା କରିଥିଲେ । ଏହା ପରେ ଫ୍ୟାନ୍ସମାନେ ଉଭୟଙ୍କ ବାହାଘରକୁ ନେଇ ଉତ୍ସାହିତ ଥିଲେ । ତେବେ ଏଥି ମଧ୍ୟରେ ପ୍ରଶଂସକଙ୍କ ଅପେକ୍ଷାର ମଧ୍ୟ ଅନ୍ତ ଘଟିଛି କାହିଁକିନା ଆଦିତ୍ୟଙ୍କ ବିବାହ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଆଦିତ୍ୟ ଏକ କ୍ରିମ ରଙ୍ଗର ସେରଓ୍ବାନୀ ସହିତ ଜବରଦସ୍ତ ଲୁକରେ ନଜର ଆସିଛନ୍ତି ।

ଅନ୍ୟପଟେ ଶ୍ବେତା ଅଗ୍ରଓ୍ବାଲଙ୍କର ଫଟୋ ମଧ୍ୟ ସାମ୍ନାକୁ ଆସିଛି । କନ୍ୟା ବେଶରେ ଶ୍ବେତା ବହୁତ ସୁନ୍ଦର ଦେଖାଯାଉଛନ୍ତି । ଶ୍ବେତା ଅଗ୍ରଓ୍ବାଲ ଅଫ୍ ହ୍ବାଇଟ୍ ରଙ୍ଗର ଲେହେଙ୍ଗାରେ ନଜର ଆସିଛନ୍ତି । ଆଦିତ୍ୟ ନାରାୟଣଙ୍କ ପିତା ଉଦିତ ନାରାୟଣ ଏବଂ ମା ଦୀପା ନାରାୟଣ ଉଭୟଙ୍କ ବିବାହକୁ ନେଇ ବେଶ ଖୁସିଥିବା କହିଛନ୍ତି ।

Swagatika

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

45 seconds ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

12 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

25 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

28 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

48 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago