ଝିଅ “ତ୍ୱିସା”ର ପ୍ରଥମ ଝଲକ ସେୟାର କଲେ ଆଦିତ୍ୟ ନାରାୟଣ, ଇନ୍ଷ୍ଟଗ୍ରାମରେ କଲେ ପୋଷ୍ଟ

ବଲିଉଡର ପ୍ରସିଦ୍ଧ ସିଙ୍ଗର ଉଦିତ ନାରାୟଣଙ୍କ ପୁଅ ତଥା ବଲିଉଡ ଆକ୍ଟର ସିଙ୍ଗର ଆଦିତ୍ୟ ନାରାୟଣ ଏଇ କିଛି ଦିନ ତଳେ ପିତା ହବାର ସୌଭାଗ୍ୟ ଲାଭ କରିଛନ୍ତି । ତାଙ୍କ ପତ୍ନୀ ଶ୍ଵେତା ଅଗ୍ରୱାଲ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । କିଛି ଦିନ ପୂର୍ବେ ନିଜ ଝିଅର ନାଁ ଘୋଷଣା କରିଥିବା ବେଳେ ନିଜ ଝିଅର ଫଟୋ ବି ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି ଆଦିତ୍ୟ । ଏହାର ଫଟୋ ଇଣ୍ଟରନେଟରେ ଖୁବ ଭାଇରଲ ହେଉଥିବା ବେଳେ ଖୁବ ଲୋକପ୍ରିୟତା ବି ହାସଲ କରିସାରିଛି ।

ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ହିଁ ଆଦିତ୍ୟ ଏହି ଫଟୋ ସବୁକୁ ସେୟାର କରିଛନ୍ତି । ଝିଅ ତ୍ୱିସା ନାରାୟଣ ଝାର ପ୍ରଥମ ଝଲକ ସେୟାର କରି ଆଦିତ୍ୟ ଲେଖିଛନ୍ତି କି, ମୁଁ ଏହି ସମୟରେ ନିଜକୁ ଖୁବ ଭାଗ୍ୟବାନ ମନେ କରୁଛି । ମୁଁ କିଛି ଦିନ ପାଇଁ ସୋସିଆଲ ମିଡ଼ିଆରୁ ଛୁଟି ନେବାକୁ ଚାହୁଁଛି । ଆଗକୁ କିଛି ସପ୍ତାହ ନିଜ କୋମଳମତି ଝିଅ ସହିତ ବିତେଇବାକୁ ଚାହୁଁଛି ।” ସେୟାର କରିଥିବା ଫଟୋଟିରେ ଆପଣ ଦେଖିପାରିବେ ଆଦିତ୍ୟ ନିଜ ଛାତିରେ ଝିଅକୁ ଜାବୁଡି ଧରିଛନ୍ତି | ଆଉ କ୍ୟାମେରା ସାମ୍ନାକୁ ଦେଖି ହସୁଛନ୍ତି ।

ଆଦିତ୍ୟ ଏହି ଫଟୋଟିକୁ ସେୟାର କରିବା ପରେ ଫ୍ୟାନ୍ସ ମାନେ ବି ଏହାକୁ ଖୁବ ପସନ୍ଦ କରିଛନ୍ତି । ଏହି ପୋଷ୍ଟରେ ମାତ୍ର କିଛି ମିନିଟ ଭିତରେ ହିଁ ୧୬ ହଜାରରୁ ଅଧିକ ଲାଇକ୍ସ ମିଳିଛି । ଫ୍ୟାନ୍ସଙ୍କ ସହିତ ଇଣ୍ଡଷ୍ଟ୍ରିର ଆକ୍ଟର ମାନେ ବି ଖୁବ କମେଣ୍ଟ କରିଥିବା ନଜର ଆସିଛନ୍ତି । କିଛି ଲୋକ ଦୁହିଁଙ୍କୁ ଖୁବ ଶୁଭକାମନା ଦେଇଛନ୍ତି ।

କହିରଖୁଛୁକି ଫେବୃଆରୀ ୨୪ ତାରିଖରେ ଆଦିତ୍ୟ ଓ ଶ୍ଵେତାଙ୍କ ଜୀବନରେ ଏକ କୁନି ପରୀ ପାଦ ରଖିଥିଲା । ଆଦିତ୍ୟ ନିଜର ଏହି ଖୁସିକୁ ସୋସିଆଲ ମିଡିଆରେ ସେୟାର ବି କରିଥିଲେ । ଆଉ ତାହା ପରେ ହିଁ ଫ୍ୟାନ୍ସ ମାନେ କୁନି ଝିଅର ଝଲକ ଦେଖିବା ପାଇଁ ଚାତକ ପରି ଚାହିଁ ବସିଥିଲେ ।