ବିବାହ ବନ୍ଧନରେ ଆବଦ୍ଧ ହେଲେ ଆଦିତ୍ୟ ସିଲ୍‌ ଏବଂ ଅନୁଷ୍କା, ଆଲିଆ କଲେ ଜଦରଦସ୍ତ ଡ୍ୟାନ୍ସ

ବଲିଉଡରେ ବିବାହ ଋତୁ ଆରମ୍ଭ ହୋଇଯାଇଛି। ରାଜକୁମାର ରାଓ ଏବଂ ପତ୍ରଲେଖାଙ୍କ ପରେ ବର୍ତ୍ତମାନ ଅନୁଷ୍କା ରଂଜନ ଏବଂ ଆଦିତ୍ୟ ସିଲ୍ ମଧ୍ୟ ବିବାହ କରିଛନ୍ତି। ଆଦିତ୍ୟ ଏବଂ ଅନୁଷ୍କାଙ୍କ ବିବାହର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓରେ ଅନୁଷ୍କା ଏକ ପେଷ୍ଟଲ ବାଇଗଣୀ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ଆଦିତ୍ୟଙ୍କୁ କ୍ରିମ ରଙ୍ଗର ଶେରୱାନି ପିନ୍ଧିଥିବାର ନଜର ଆସିଛନ୍ତି। ସୋସିଆଲ ମିଡିଆରେ ଉଭୟଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଆଦିତ୍ୟ ଅନୁଷ୍କାଙ୍କ ହାତ ଧରିଥିବା ନଜର ଆସିଥିଲେ। ଅନ୍ୟ ଏକ ଭିଡିଓରେ ଆଦିତ୍ୟ ତାଙ୍କ ବରଯାତ୍ରୀରେ ନାଚୁଥିବା ଦେଖିବାକୁ ମିଳିଥିଲା ।

 

View this post on Instagram

 

A post shared by Viral Bhayani (@viralbhayani)


ଅନୁଷ୍କା ରଂଜନ ଏବଂ ଆଦିତ୍ୟ ସିଲଙ୍କ ଏହି ବିଶେଷ ଉତ୍ସବରେ ବହୁ ସେଲିବ୍ରିଟି ମଧ୍ୟ ଯୋଗ ଦେଇଥିଲେ । ଅଭିନେତ୍ରୀ ଆଲିଆ ଭଟ୍ଟ ମଧ୍ୟ ତାଙ୍କର ବନ୍ଧୁ ଅନୁଷ୍କାଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ । ଆଲିଆ ବିବାହରେ ହଳଦିଆ ରଙ୍ଗର ସିଲକି ଶାଢି ପିନ୍ଧି ପହଞ୍ଚିଥିଲେ। ଏହାସହିତ ହଲକା ମେକଅପ୍‌ କରି ଗଜରା ଲଗାଇଥିବା ନଜର ଆସିଥିଲେ ଆଲିଆ। ସେହିପରି ଆଥିଆ ସେଟ୍ଟୀ ପିଙ୍କ କଲର ଲେହେଙ୍ଗା ଏବଂ କ୍ରିଷ୍ଟାଲ ଡିସୁଜା ଏବଂ ବାଣୀ କପୁର ମଧ୍ୟ ସାମିଲ ଥିଲେ।

alia
PC: TV9

ଆଦିତ୍ୟ ଏବଂ ଅନୁଷ୍କାଙ୍କ ସଂଗୀତ ଉତ୍ସବରେ ଛଲକା ଛଲ୍‌କା ଗୀତରେ ଡ୍ୟାନ୍ସ କରିଥିଲେ। ସେହି ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ମଧ୍ୟ ହୋଇଥିଲା। ଆଦିତ୍ୟ ଫିଲ୍ମ ବତି ଗୁଲ ମିଟର ଚାଲୁ, ଇନ୍ଦୁ କି ଜଓ୍ଵାନୀ, ତୁମ ବିନ୍‌ ୨ରେ ନଜର ଆସିଛନ୍ତି। ଏହାଛଡା ଅନୁଷ୍କା ଏବଂ ଆଦିତ୍ୟ େଓ୍ଵବ ସିରିଜ ଫିତରତରେ ଏକାଠି କାମ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.