ମାଲଦ୍ୱୀପରୁ ଫଟୋ ସେୟାର କଲେ ଅଦ୍‌ନାନ୍‌ ସାମି, ଏତେ ପତଳା ହୋଇଯାଇଛନ୍ତି ଯେ ଚିହ୍ନିବି ହେଉନି

ବଲିଉଡ୍‌ର ଜଣାଶୁଣା କଣ୍ଠଶିଳ୍ପୀ ଅଦ୍‌ନାନ୍‌ ସାମୀ ନିଜ ଓଜନ କମାଇ ଏତେ ପତଳା ହୋଇଯାଇଛନ୍ତି ଯେ ଏବେ ତାଙ୍କୁ ଚିହ୍ନି ବି ହେଉନି। ଦିନେ ୨୩୦ କେଜିର ଥିଲେ ଅଦ୍‌ନାନ୍‌। କିନ୍ତୁ ଧୀରେ ଧୀରେ ସେ ନିଜ ଓଜନ କମାଇଛନ୍ତି। ନିକଟରେ ମାଲଦ୍ୱୀପରୁ ସେ ଏକ ନୂଆ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ତାଙ୍କୁ ଚିହ୍ନିବା ପୂରାପୂରି ଅସମ୍ଭବ ହୋଇପଡ଼ିଛି। ଅଦ୍‌ନାନ୍‌ ସମ୍ପୂର୍ଣ୍ଣ ଭାବେ ବଦଳିଯାଇଛନ୍ତି। ତାଙ୍କ ଫଟୋ ଦେଖିଲେ ଲାଗିବ ଯେ ଇଏ ଆଉ କିଏ। ତାଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖି ଫ୍ୟାନ୍‌ମାନେ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଫଟୋ ଦେଖି ଲୋକମାନେ ନିଜ ଆଖିକୁ ବିଶ୍ୱାସ କରିପାରୁନଥିବା କହିଛନ୍ତି।

ଅଦ୍‌ନାନ ସାମୀ ଏବେ ମାଲଦ୍ୱୀପରେ ପରିବାର ସହ ଛୁଟି କଟାଉଛନ୍ତି। ବ୍ଲାକ କଲରର ଟି-ସାର୍ଟରେ ଆଖିରେ କଳା ଚଷମା ପିନ୍ଧିଥିବା ଅଦ୍‌ନାନ୍‌ ସାମିଙ୍କୁ ଦେଖି ଫ୍ୟାନ୍‌ମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ ପୂରା ଭିନ୍ନ ନଜର ଆସୁଛନ୍ତି। ତାଙ୍କ ପୋଷ୍ଟରେ ଲୋକମାନେ ଅନେକ କମେଣ୍ଟ କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି- ପୁଣିଥରେ ତାଙ୍କ ବୟସ ଫେରୁଛି। ସେହିପରି ଆଉ ଜଣେ ଲେଖିଛନ୍ତି- ତୁମେ କିଏ?

 

View this post on Instagram

 

A post shared by Adnan Sami (@adnansamiworld)

୫୦ ବର୍ଷୀୟ ଅଦ୍‌ନାନ୍‌ ସାମୀଙ୍କୁ ଦେଖି ସମସ୍ତଙ୍କ ନଜର ଅଟକି ଯାଇଛି। ତାଙ୍କର ଆଉ ଏକ ଫଟୋ ବି ଭାଇରାଲ ହେଉଛି ଯାହାକୁ ଦେଖି ଆପଣ ବି କହିବେ ସତରେ ଇଏ ଅଦ୍‌ନାନ୍‌ ସାମି ନୁହେଁ। ଏହି ପୋଷ୍ଟରେ ଲୋକମାନେ ମଧ୍ୟ ଭିନ୍ନ ଭିନ୍ନ କମେଣ୍ଟ ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି- ମୁଁ ମୋ ଆଖିକୁ ବିଶ୍ୱାସ କରିପାରୁନି। ଜବରଦସ୍ତ ପରିବର୍ତ୍ତନ। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି- ଲୋକମାନେ ଦିନକୁ ଦିନ ବୁଢ଼ା ହେଉଛନ୍ତି, କିନ୍ତୁ ସାମୀ ୟଙ୍ଗ୍‌ ହୋଇ ଚାଲିଛନ୍ତି।

 

View this post on Instagram

 

A post shared by Adnan Sami (@adnansamiworld)

ସୂଚନାଯୋଗ୍ୟ ଯେ ଅଦ୍‌ନାନ ସାମୀ ଦୀର୍ଘ ବର୍ଷ ହେଲା ନିଜ ଓଜନ କମ୍‌ କରୁଛନ୍ତି। ତାଙ୍କ ଓଜନ ୨୩୦ କେଜି ହୋଇଯାଇଥିଲା। ଫଳରେ ଆଣ୍ଠୁ ଉପରେ ପ୍ରେସର ପଡ଼ୁଥିଲା। ସେତେବେଳେ ଡାକ୍ତର ତାଙ୍କୁ ଓଜନ କମାଇବାକୁ କହିଥିଲେ। ଓଜନ ନ କମିଲେ ସେ ଆଉ ମାତ୍ର ୬ ମାସ ବଞ୍ଚିପାରିବେ ବୋଲି ଡାକ୍ତର କହିଥିଲେ। ତା’ ପରଠାରୁ ଅଦ୍‌ନାନ୍‌ ନିଜ ଫିଟ୍‌ନେସ୍‌ ଉପରେ ଗୁରୁତ୍ୱ ଦେଇଥିଲେ। ସେ ୧୧ ମାସରେ ହିଁ ୧୬୫ କେଜି କମ୍‌ କରିଥିଲେ। ପ୍ରଥମେ ସେ କେବଳ ଓ୍ଵାକ୍‌ କରୁଥିଲେ। ଟିକେ ଓଜନ କମିବା ପରେ ସେ ଟ୍ରେଡମିଲ ଓ କାର୍ଡିୟୋ କରିବା ଆରମ୍ଭ କରିଥିଲେ। ଏଥିସହ ସେ ଖାଦ୍ୟକୁ ବି କଣ୍ଟ୍ରୋଲ କରିଥିଲେ। ସେ ଛଣା ଖାଦ୍ୟ ସମ୍ପୂର୍ଣ୍ଣ ଛାଡ଼ି ଦେଇଥିଲେ।

Also Read: ଲୋଟାରେ ଫସିଗଲା ମାଙ୍କଡ଼ ଛୁଆର ମୁଣ୍ଡ, ୨ ଦିନ ଯାଏଁ କାଖରେ ଧରି ବୁଲିଲା ମା’; ଆଉ ତା’ ପରେ…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.