ଏହି କାରଣରୁ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ ଡିଲିଟ୍‌ କରିଥିଲେ ଅଦ୍‌ନାନ୍‌ ସାମି, ଭିଡିଓ ସେୟାର କରି ଦେଲେ ସୂଚନା

ବଲିଉଡ୍‌ର ଲୋକପ୍ରିୟ ଗାୟକ ଅଦ୍‌ନାନ୍‌ ସାମି ନିକଟର ନିଜ ଇନ୍‌ଷ୍ଟାଗ୍ରାମ୍‌ରୁ ସମସ୍ତ ପୋଷ୍ଟ ଡିଲିଟ୍‌ କରି ଦେଇ ସମସ୍ତଙ୍କୁ ଚମକାଇ ଦେଇଥିଲେ। ଏଥିସହ ଅଦ୍‌ନାନ୍‌ ଇନ୍‌ଷ୍ଟାରେ ଭିଡିଓ ପୋଷ୍ଟ ସେୟାର କରିଥିଲେ, ଯେଉଁଥିରେ ଅଲ୍‌ବିଦା ଲେଖାଯାଇଥିଲା। ଏ ନେଇ ଅଦନାନ୍‌ ସାମୀ ହଠାତ୍‌ ଚର୍ଚ୍ଚାକୁ ଆସିଥିଲେ। ସେତେବେଳେ ଲୋକମାନେ ଚିନ୍ତାରେ ପଡ଼ିଯାଇଥିଲେ ଯେ ଅଚାନକ ଏମିତି କଣ ହୋଇଗଲା ଯେ ଅଦ୍‌ନାନ୍‌ ଅଲବିଦା ଲେଖିଲେ। ଏବେ ଅଦ୍‌ନାନ୍‌ ଇନ୍‌ଷ୍ଟା ପୋଷ୍ଟ ଡିଲିଟ୍‌ କରିବା ପଛର କାରଣ ସମ୍ପର୍କରେ ଖୁଲାସା କରିଛନ୍ତି।

ଅଦ୍‌ନାନ ସାମୀ ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଆଉ ଏକ ପୋଷ୍ଟ ସେୟାର କରିଛନ୍ତି, ଯାହା ଏକ ଗୀତର ଝଲକ୍‌ ଭଳି ଲାଗୁଛି। ଏହି ଭିଡିଓରେ ମଧ୍ୟ ଅଲବିଦା ଲେଖାଯାଇଛି ଓ ଅନ୍ଧାରରୁ କୌଣସି ଏକ ଗୀତର ଶବ୍ଦ ଶୁଭୁଛି। ଏହି ପୋଷ୍ଟକୁ ସେୟାର କରି ଅଦ୍‌ନାନ୍‌ ଲେଖିଛନ୍ତି- ‘ମୋର ଅଲବିଦା କହିବାର ଶୈଳୀ’।

ରିପୋର୍ଟ ମୁତାବକ,ଅଦ୍‌ନାନ୍‌ ସାମୀ ଖୁବ୍‌ ଶୀଘ୍ର ନିଜ ନୂଆ ଗୀତ ରିଲିଜ୍‌ କରୁଛନ୍ତି। ଏହି ଗୀତର ଟାଇଟଲ ରହିଛି ଅଲ୍‌ବିଦା। ଏହି ଭିଡିଓ ତାଙ୍କ ଗୀତର ଟିଜର ଭିଡିଓ। ଭିଡିଓରେ ଅଦ୍‌ନାନ୍‌ ବ୍ଲାକ୍‌ ଆଣ୍ଡ୍‌ ହ୍ଵାଇଟ୍‌ ସେଡ୍ସରେ ନଜର ଆସିଛନ୍ତି। ଭିଡିଓରେ ତାଙ୍କ ଚେହେରା ସ୍ପଷ୍ଟ ନଜର ଆସୁନାହିଁ। କେବଳ ଅଲବିଦା ଗୁଣୁଗୁଣୁ ହେଉଥିବା ନଜର ଆସିଛି।

ଦେଖନ୍ତୁ ଭିଡିଓ:

 

View this post on Instagram

 

A post shared by ADNAN 2.0 (@adnansamiworld)

ସୂଚନାଯୋଗ୍ୟ ଯେ ଅଦ୍‌ନାନ ଅଚାନକ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ ଡିଲିଟ୍‌ କରିବା ପରେ ଲୋକମାନେ ଅନୁମାନ କରୁଥିଲେ ଯେ ଏହା ତାଙ୍କର କୌଣସି ପବ୍ଲିସିଟି ଷ୍ଟଣ୍ଟ ହୋଇଥାଇପାରେ। ଏବେ ଅଦ୍‌ନାନ୍‌ଙ୍କ ଗୀତର ଟିଜର ରିଲିଜ୍‌ ହେବା ପରେ ସ୍ପଷ୍ଟ ହୋଇଛି ଯେ ସେ ଏସବୁ ମିଡିଆର ଧ୍ୟାନ ଆକର୍ଷିତ କରିବା ପାଇଁ କରିଥିଲେ।

Also Read: ସେକ୍ସ ଲାଇଫ୍‌କୁ ନେଇ ଟେସ୍‌ଲା ମୁଖ୍ୟ ଏଲନ୍‌ ମସ୍କଙ୍କ ବଡ଼ ଖୁଲାସା, ଆଫେୟାର ଚର୍ଚ୍ଚା ମଧ୍ୟରେ କହିଲେ ଏମିତି କଥା