ଆର୍ଯ୍ୟନ୍‌ ଖାନଙ୍କ ଗିରଫଦାରୀ ପରେ ‘ମନ୍ନତ’ରେ ପହଞ୍ଚିଲେ ସଲମାନ ଖାନ, ପୁଅକୁ ନେଇ ହିଁ ଶାହରୁଖଙ୍କ ସହିତ ହେବେ କଥା

ଡ୍ରଗ୍ସ ମାମଲାରେ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରାଯାଇଛି। ଏମିତି ସ୍ଥିତିରେ ବର୍ତ୍ତମାନ ସଲମାନ ଖାନ, କିଙ୍ଗ ଖାନଙ୍କ ଘର ‘ମନ୍ନତ’ରେ ପହଞ୍ଚିଛନ୍ତି। ସଲମାନ, ଶାହରୁଖଙ୍କ ଘରେ ପହଞ୍ଚିବାର ଭିଡିଓକୁ ଭାଇରାଲ ଭିୟାନୀ ସେୟାର କରିଛନ୍ତି।

ଶାହାରୁଖଙ୍କ ଘରେ ପହଞ୍ଚିଲେ ସଲମାନ

ରବିବାର ସକାଳୁ ହିଁ ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଡ୍ରଗ୍ସ ମାମଲାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏମିତିରେ ଏବେ ସଲମାନ ଖାନଙ୍କୁ ଶାହାରୁଖ ଖାନଙ୍କ ଘର ବାହାରେ ଦେଖିବାକୁ ମିଳିଛି। କୁହାଯାଉଛି ଯେ ସଲମାନ, ଶାହାରୁଖ ଏବଂ ତାଙ୍କ ପରିବାର ଲୋକଙ୍କ ସହିତ ଆର୍ଯ୍ୟନଙ୍କ ବିଷୟରେ କଥା ହେବାକୁ ଆସିଛନ୍ତି।

ଅକ୍ଟୋବର ୪ରେ ଶୁଣାଣି

ସୂଚନାଥାଉ କି, ହାଇ ପ୍ରୋଫାଇଲ୍ ରେଭ୍ ପାର୍ଟି ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ଆର୍ଯ୍ୟନ ଡ୍ରଗ୍ସ ସେବନ କରୁଥିବାର ଅଭିଯୋଗ ହୋଇଛି ଏବଂ ତାଙ୍କ ଫୋନ୍‌ରୁ ଏହାସହ ଜଡିତ ହ୍ଵାଟସ୍‌ଆପ ଚ୍ୟାଟ୍‌ ମଧ୍ୟ ମିଳିଛି। କହି ରଖୁଛୁ, ଆର୍ଯ୍ୟନ୍ ଖାନ୍, ଅରବାଜ୍ ମର୍ଚାଣ୍ଟ ଓ ମୁନ୍‌ମୁନ୍ ଧାମଚାଙ୍କୁ କୋର୍ଟ ଗୋଟିଏ ଦିନ ଅର୍ଥାତ୍ ଅକ୍ଟୋବର ୪ ପର୍ଯ୍ୟନ୍ତ ଏନସିବି ହେପାଜତ ଦେଇଛି। ଅକ୍ଟୋବର ୪ ତାରିଖ ଅପରାହ୍ନରେ ଏହି ମାମଲାର ଶୁଣାଣି ହେବ।

 

View this post on Instagram

 

A post shared by Bollywood Pap (@bollywoodpap)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.