ଗୀତ ପରେ ଏବେ ସଲମାନ କରିବେ ଆଉ ଏକ ଧମାକା, କରୁଛନ୍ତି ସର୍ଟ ଫିଲ୍ମର ସୁଟିଂ

ଲକଡାଉନରେ ସଲମାନ ଗରିବ ଏବଂ ଅସହାୟଙ୍କୁ ସାହାଯ୍ୟ କରିବା ପାଇଁ ସବୁବେଳେ ଆଗରେ ରହିଥାନ୍ତି। କିନ୍ତୁ ଏହି ସମୟରେ ମଧ୍ୟ ସେ ନିଜର ଫାର୍ମହାଉସରେ ୩ଟି ଗୀତ ରିଲିଜ କରିସାରିଲେଣି। ଗୀତ ରିଲିଜ କରିବା ପରେ ସଲମାନ ଆଉ ଏକ ଧମାକା କରିବାକୁ ଯାଉଛନ୍ତି। ଶୁଣାଯାଉଛି, ସଲମାନ ଖୁବଶୀଘ୍ର ସର୍ଟ ଫିଲ୍ମ ରିଲିଜ କରିବେ। ଯାହାର ସୁଟିଂ ସେ ଫାର୍ମହାଉସରେ କରୁଛନ୍ତି।
ନିକଟରେ ସଲମାନ ଏବଂ ଜ୍ୟାଲିନଙ୍କ ଗୀତ ଭିଡିଓ ‘ ତେରେ ବିନା’ ରିଲିଜ ହୋଇଥିଲା। ଯାହାକୁ ଫ୍ୟାନ ବହୁତ ପସନ୍ଦ କରିଥିଲେ। ଏହି ଗୀତ ବହୁତ ଲିମିଡେଟ୍ ରିସୋର୍ସେସରେ ସୁଟ୍ କରାଯାଇଥିଲା। ଏବେ କୁଆଡେ ଏହି ଫାର୍ମହାଉସରେ ସର୍ଟ ଫିଲ୍ମ ସୁଟିଂ କରିବାରେ ବ୍ୟସ୍ତ ରହିଛନ୍ତି। ଏଥିରେ ସଲମାନ ଏବଂ ତାଙ୍କ ଫ୍ୟାମିଲ ଫ୍ରେଣ୍ଡସ ରହିଛନ୍ତି।
ଫାର୍ମହାଉସରେ ସଲମାନଙ୍କ ସହିତ ଜ୍ୟାକଲିନ ନଜର ଆସିଥିଲେ। ଏହି ଫିଲ୍ମରେ ବଲୁଶା ଡିସୁଜା ମୁଖ୍ୟ ଭୂମିକାରେ ନଜର ଆସିବେ। ସଲମାନଙ୍କ ୟୁଟ୍ୟୁବ ଚ୍ୟାନେଲରେ ଗୀତ ‘ ତେରେ ବିନା, ଭାଇ ଭାଇ ଏବଂ ପ୍ୟାର କରୋନା’ ରିଲିଜ ହୋଇସାରିଛି। ସୂଚନାଯୋଗ୍ୟ, ଲକଡାଉନ ଯୋଗୁଁ ସଲମାନ ନିଜ ଫ୍ୟାମିଲ ଏବଂ ଫ୍ରେଣ୍ଡମାନଙ୍କ ସହିତ ଫାର୍ମହାଉସରେ ଫସି ରହିଛନ୍ତି। ସଲମାନଙ୍କ ସହିତ ୟୁଲିଆ ବନ୍ତୁର, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ, ବାଲୁଶା ଡିସୁଜା ଫସି ରହିଛନ୍ତି।