Extra marital affairକୁ ନେଇ କରଣଙ୍କ ସହ କୋ- ଷ୍ଟାର ହିମାଂଶୀଙ୍କ ଫଟୋ ହେଲା ଭାଇରାଲ, ଦେଖନ୍ତୁ

ପର୍ସନାଲ ଲାଇଫରେ ଉଠିଥିବା ଝଡ଼କୁ ନେଇ ଅଭିନେତା କରଣ ମେହେରା ଅଛନ୍ତି ବେଶ ଚର୍ଚ୍ଚାରେ । ୨ଜଣ ନିଜ ନିଜର ମତ ରଖି ପରସ୍ପର ଉପରେ ଆରୋପ ଲଗାଇବାରେ ବ୍ୟସ୍ତ । ଏହି ଦିନ ପତ୍ନୀ ନିଶା ଘରୋଇ ହିଂସାରେ ପୀଡ଼ିତ ଥିବାର ଅଭିଯୋଗ ଆଣିଛନ୍ତି । ସ୍ୱାମୀଙ୍କ ବିରୁଦ୍ଧରେ ଅନେକ ଆରୋପ ଲଗାଇବା ପରେ ସ୍ୱାମୀଙ୍କ ପ୍ରତ୍ୟାରୋପର ସାମ୍ନା ମଧ୍ୟ ହୋଇଛନ୍ତି । ତେବେ ଏହାରି ମଧ୍ୟରେ କରଣଙ୍କ ବିରୁଦ୍ଧରେ ଲାଗିଥିବା ଏକଷ୍ଟ୍ରା ମାରିଟାଲ ଆଫେୟାରକୁ ନେଇ ଏବେ ଅନେକ ଖବର ସାମ୍ନାକୁ ଆସୁଛି । କରଣ ମେହେରାଙ୍କ ଏକଷ୍ଟ୍ରା ମାରିଟାଲ ଆଫେୟାରକୁ ନେଇ କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କରଣ ମେହେରାଙ୍କ ସହ କୋ-ଆକଟ୍ରେସ ହିମାଂଶୀ ପାରାଶରଙ୍କ କିଛି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । କିଛି ଜଣ ଏହାକୁ ନେଇ ଅନେକ ଲିଙ୍କ ମଧ୍ୟ କାଢ଼ୁଛନ୍ତିି । ଅନେକ ୟୁଜର୍ସ ଅଛନ୍ତି ଯେଉଁମାନେ କରଣ- ହିମାଂଶୀଙ୍କ ଫଟୋକକୁ ନେଇ ନେଗେଟିଭ ବା ଖରାପ କମେଣ୍ଟ କରୁଛନ୍ତି । କରଣ – ହିମାଂଶୀ ଏବେ ପଞ୍ଜାବୀ ସିରିୟଲ ”Maavan thandiyan chaavan”ରେ ଏକାଠି କାମ କରୁଛନ୍ତି । ଯେଉଁଠି ତାଙ୍କ ଯୋଡିକୁ ଖୁବ ପସନ୍ଦ କରାଯାଉଛି ।

3478
pc: Bollywoodshaadis

ଯେବେଠୁ ନିଶା କରଣଙ୍କ ବିରୁଦ୍ଧରେ ଏକଷ୍ଟ୍ରା ମାରିଟାଲ ଆଫେୟାରକୁ ନେଇ ଅଭିଯୋଗ କରିଛନ୍ତି , ଏହା ପରଠୁ କରଣଙ୍କ ସହ ହିମାଂଶୀଙ୍କ ଅନ ସ୍କ୍ରିନ ସହ ଅଫ ସ୍କ୍ରିନ ଫଟୋ ଭାଇରାଲ ହେବାରେ ଲାଗିଛି । ହିମାଂଶୀଙ୍କ ଏଥିପାଇଁ ଟ୍ରୋଲ ମଧ୍ୟ କରାଯାଉଛି । ଏବେ ଏହାକୁ ନେଇ କେତେ ସତ୍ୟତା ରହିଛି ସେ ନେଇ କୌଣସି ରିପୋର୍ଟ ସାମ୍ନାକୁ ଆସିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.