ପିଏମ ମୋଦିଙ୍କ ପରେ ଏହି ପ୍ରସିଦ୍ଧ ରାଜନେତାଙ୍କ ଉପରେ ନିର୍ମାଣ ହେବାକୁ ଯାଉଛି ଫିଲ୍ମ, ରିଲିଜ ହେଲା ଅଫିସିଆଲ ଟିଜର

ହିନ୍ଦୀ ସିନେମା ଜଗତରେ ବିଗତ କିଛି ବର୍ଷ ଧରି ରାଜନେତା ମାନଙ୍କ ଜୀଵନୀକୁ ଆଧାର କରି ଫିଲ୍ମ ମାନ ନିର୍ମିତ ହେବାରେ ଲାଗିଛି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ପୂର୍ବ ପ୍ରଧାନ ମନ୍ତ୍ରୀ ମନମୋହନ ସିଂ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ, ଆନ୍ଧ୍ର ପ୍ରଦେଶର ପୂର୍ବ ମୁଖ୍ୟ ମନ୍ତ୍ରୀ ଏନ.ଟି ରାମା ରାଓ ତଥା ତାମିଲ ନାଡୁ ମୁଖ୍ୟ ମନ୍ତ୍ରୀ ଜୟ ଲଳିତାଙ୍କ ପରେ ଏବେ ପୂର୍ବ ରକ୍ଷାମନ୍ତ୍ରୀ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉପରେ ସିନେମା ନିର୍ମାଣ ହେବାକୁ ଯାଉଛି । ଏହି ସିନେମା ଟିର ନାଁ “ମେ ମୁଲାୟମ ସିଂହ ଯାଦବ”‘ ରଖାଯିବ ବୋଲି ଜଣାଯାଇଛି ।

mulayam

ଫିଲ୍ମ ଟିର ଟିଜର ସୋସିଆଲ ମିଡିଆ ୟୁଟ୍ୟୁବରେ ରିଲିଜ ହୋଇଥିବା ବେଳେ ମାତ୍ର କିଛି ସମୟ ଭିତରେ ହିଁ ସୋସିଆଲ ମିଡିଆରେ ଟ୍ରେଣ୍ଡ କରାଯାଇଥିଲା । ଫିଲ୍ମ ଟିର ଆରମ୍ଭ ଶ୍ରୀକୃଷ୍ଣଙ୍କ ଏକ ବାଣୀରୁ ହିଁ ଆରମ୍ଭ ହୋଇଛି । ଫିଲ୍ମ ନିର୍ମାତାଙ୍କ ଅନୁଯାୟୀ ଏହି ସିନେମାଟି ଏକ ସତ ଘଟଣା ଉପରେ ହିଁ ଆଧାରିତ । ଟିଜର ଟିର ଆରମ୍ଭରୁ ହିଁ ଜଣେ ପହିଲ ମାନ ଏଣ୍ଟ୍ରି କରୁଛନ୍ତି । ଗୋଟି ଗୋଟି କରି ସମସ୍ତଙ୍କୁ ହରାଇ ଦେଉଛନ୍ତି । କହି ରଖିବା ଉଚିତ ହେବକି ମୁଲାୟମ ସିଂହ ବି ଜଣେ ପହିଲମାନ ଥିଲେ ।

Mulayam Singh Yadav Won on Mainpuri Seat

ଆଉ କ୍ୟାପ୍ସନରେ ଲେଖାଯାଇଛି କି, ଏହା ଜଣେ ଚାଷୀ ପୁଅର ପ୍ରେରଣା ଦାୟୀ କାହାଣୀ । ଯିଏ କି ପରବର୍ତ୍ତୀ ସମୟରେ ରାଜ୍ୟର ସବୁଠୁ ବଡ ଆସନରେ ବସିଛି । ସିନେମା ଟିରେ ଅମିତ ସେଠି, ମିମୋହ ଚକ୍ରବର୍ତ୍ତୀ, ଗୋବିନ୍ଦ ନାମଦେବ, ମୁକେଶ ତିୱାରୀ, ସୁପ୍ରିୟା କରନିକ, ସୟାଯୀ ସିଂଦେ ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.