ହଲିଉଡରେ କାମ କରିବେ ହ୍ରିତିକ, ‘ଦି ଗେର୍ଶ ଏଜେନ୍ସି’ ସହିତ ହେଲେ ଜଡିତ

ବଲିଉଡ୍‌ର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା, ଏବଂ ଦୀପିକାଙ୍କ ପରେ ହଲିଉଡ୍‌ରେ ନିଜ ଟ୍ୟାଲେଣ୍ଟ୍‌ ଦେଖାଇବାକୁ ଯାଉଛନ୍ତି ବଲିଉଡର ହ୍ୟାଣ୍ଡସମ୍‌ ହଙ୍କ ହ୍ରିତିକ ରୋଶନ। ଖବର ମୁତାବକ, ହ୍ରିତିକ୍‌ ହଲିଉଡ୍‌ର ଟ୍ୟାଲେଣ୍ଟ ଏଜେନ୍ସି ‘ଦି ଗେର୍ଶ ଏଜେନ୍ସି’ ସହ ଜଡିତ ହୋଇଛନ୍ତି। ଏହା ପରେ ହଲିଉଡ୍‌ରେ ତାଙ୍କର କ୍ୟାରିୟର ଆରମ୍ଭ କରିବାର ବାଟ ଫିଟିଛି। ଦି ଗେର୍ଶ ଏଜେନ୍ସି ହଲିଉଡ୍‌ର ସବୁଠାରୁ ପୁରୁଣା ଏଜେନ୍ସି। ହ୍ରତିକିଙ୍କ ଏହି ଖବରକୁ ତାଙ୍କ ମ୍ୟାନେଜର ଅମ୍ରିତା ସେନ କନଫର୍ମ ମଧ୍ୟ କରିଛନ୍ତି।

hr

ଦୀର୍ଘ ୨୦ ବର୍ଷ ବଲିଉଡରେ ନିଜର ଅଭିନୟ ଯାଦୁ ଦେଖାଇବା ପରେ ହ୍ରିତିକ୍‌ ହଲିଉଡ୍‌ରେ କେତେ ସଫଳ ହେଉଛନ୍ତି ତାହା ଦେଖିବାକୁ ବାକି। ୨୦୦୦ ମସିହାରେ ରିଲିଜ୍‌ ହୋଇଥିବା ଫିଲ୍ମ ‘କହୋ ନା ପ୍ୟାର୍‌ ହୈ’ରେ ହ୍ରିତିକ୍‌ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହା ପରେ ରାତାରାତି ସେ ସୁପରଷ୍ଟାର ହୋଇଥିଲେ। ତା’ ମିଳିଥିଲା ଅନେକ ଅଫର। ଗତ କିଛିଦିନ ତଳେ ହ୍ରିତିକଙ୍କ ଅଭିନୀତ ଫିଲ୍ମ ‘ଓ୍ଵାର’ ବକ୍ସ ଅଫିସରେ ବେଶ୍‌ କମାଲ କରିଥିଲା। ଏଥିରେ ହ୍ରିତିକଙ୍କ ସହିତ ଟାଇଗର ଶ୍ରଫ ଏବଂ ବାଣୀ କପୁର ପ୍ରମୁଖ ଭୂମିକାରେ ନଜର ଆସିଥିଲେ।

Leave A Reply

Your email address will not be published.