ଫଟୋ ସୁଟ୍‌ କରୁଥିବା ବେଳେ ଏହି ଅଭିନେତ୍ରୀଙ୍କ ଥୋଡ଼ିକୁ କାମୁଡ଼ିଦେଲା ସାପ, ସାମ୍ନାକୁ ଆସିଲା ଛାତିଥରା ଭିଡିଓ

ବଲିଉଡ୍‌ର ଭାଇଜାନ୍‌ ସଲମାନ୍‌ ଖାନ୍‌ଙ୍କୁ ସାପ କାମୁଡ଼ିବା ଖବର ଏବେ ଚର୍ଚ୍ଚାରେ ରହିଥିବା ବେଳେ ପୁଣିଥରେ ଆଉ ଜଣେ ସେଲିବ୍ରିଟି ସର୍ପ ଦଂଶନର ଶିକାର ହୋଇଛନ୍ତି। ସାପ ସହ ସୁଟିଂ କରୁଥିବା ବେଳେ ଏହି ଅଭିନେତ୍ରୀଙ୍କୁ ସାପ କାମୁଡ଼ିଛି। ସାପ କାମୁଡ଼ାର ଶିକାର ହୋଇଥିବା ଏହି ଅଭିନେତ୍ରୀ ହେଉଛନ୍ତି ଇଣ୍ଟରନ୍ୟାସନାଲ ସିଙ୍ଗର ମାଏଟା (Maeta)। ମାଏଟାଙ୍କୁ ଏକ ଫଟୋ ସୁଟ୍‌ ବେଳେ ସାପ କାମୁଡ଼ିଛି, ଯାହାର ଭିଡିଓକୁ ସେ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ମାଏଟାଙ୍କର ଏହି ଭିଡିଓ ଦେଖିବା ପରେ ଆପଣଙ୍କ ଦେହ ଶୀତେଇ ଉଠିବ।
ମାଏଟା ଏହି ଭିଡିଓକୁ ଟ୍ଵିଟର ପେଜ୍‌ରେ ସେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି- ଆଉ କେବେ ନୁହେଁ।

ଦେଖନ୍ତୁ ଭିଡିଓ:


ଭିଡିଓରେ ଦେଖାଯାଇଛି ଯେ ମାଏଟା ଏକ ସୁଟିଂ କରୁଛନ୍ତି। ସେ ବେଡ୍‌ରେ ଶୋଇଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ମୁହଁ ପାଖରେ ଏକ ସାପ ଆଣି ଛାଡ଼ୁଛନ୍ତି। ସେ ହସି ହସି ସାପକୁ ଧରିବା ବେଳେ ହଠାତ୍‌ ସାପଟି ତାଙ୍କ ଉପରକୁ ଆକ୍ରମଣ କରୁଛି ଓ ଥୋଡ଼ିକୁ କାମୁଡ଼ି ଦେଉଛି। ସାପ କାମୁଡ଼ିବା ପରେ ମାଏଟା ଡରି ଯାଉଛନ୍ତି ଓ ସାପକୁ ଦୂରକୁ ଫିଙ୍ଗି ଦେଉଛନ୍ତି।

ତେବେ ଏହି ସାପ କାମୁଡ଼ିବା ଯୋଗୁ ମାଏଟାଙ୍କର କିଛି କ୍ଷତି ହୋଇନଥିବା ଜଣାଯାଇଛି। ସୁଟିଂ ପାଇଁ ଆସିଥିବାରୁ ସାପର ବିଷ ନଥିଲା। ଏଣୁ ସାପ କାମୁଡ଼ିବା ଯୋଗୁ ମାଏଟାଙ୍କର କିଛି ଅସୁବିଧା ହୋଇନାହିଁ। କିନ୍ତୁ ସାବଧାନତାକୁ ଦୃଷ୍ଟିରେ ରଖି ସେ ଆଣ୍ଟି ଭେନମ୍‌ ଇଞ୍ଜେକସନ୍‌ ନେଇଥିବା ଜଣାଯାଇଛି।

 

View this post on Instagram

 

A post shared by Maeta (@maetasworld)


ମାଏଟା ଏହି ଭିଡିଓ ସେୟାର କରି କହିଛନ୍ତି, ଦେଖୁଛନ୍ତି ତ ଆପଣଙ୍କ ପାଇଁ କ’ଣ କ’ଣ କରିବାକୁ ପଡ଼ୁଛି। ଆଉ କେବେ ବି ଏମିତି ଦୁଃସାହସିକ କାମ କରିବେ ନାହିଁ ବୋଲି ମଧ୍ୟ ମାଏଟା କହିଛନ୍ତି। ସୋସିଆଲ ମିଡିଆରେ ମାଏଟାଙ୍କର ଏହି ଭିଡିଓ ଖୁବ୍‌ ଭାଇରାଲ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.