ଏ ସମ୍ପର୍କ କ’ଣ କହୁଛି? ଆମିର ଖାନ ଓ କିରଣ ରାଓଙ୍କୁ ଏକାଠି ଦେଖି ଫ୍ୟାନମାନେ ତାଜୁବ…ଗତବର୍ଷ ନେଇଥିଲେ ଛାଡ଼ପତ୍ର

ବଲିଉଡ୍‌ ସେଲିବ୍ରିଟିମାନଙ୍କର ପ୍ରତ୍ୟେକ ଷ୍ଟାଇଲ ନିଆରା। ବେଳେବେଳେ ସେମାନଙ୍କ ଲାଇଫ୍‌ଷ୍ଟାଇଲ ଫ୍ୟାନମାନଙ୍କୁ ବଡ଼ ଅଜବ ଲାଗିଥାଏ। ନିକଟରେ କରଣ ଜୋହରଙ୍କ ୫୦ତମ ଜନ୍ମଦିନ ପାର୍ଟିରେ ଆମିର ଖାନ ନିଜ ପୂର୍ବତନ ପତ୍ନୀ କିରଣ ରାଓଙ୍କ ସହ ନଜର ଆସିଥିଲେ। ଆମିର ଓ କିରଣ ଏକାଠି ପାର୍ଟିରେ ଏଣ୍ଟ୍ରି କରିଥିଲେ, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କାହିଁକି ନା, ଗତବର୍ଷ ଆମିର ଓ କିରଣ ଛାଡ଼ପତ୍ର ନେଇ ପରସ୍ପର ଠାରୁ ଅଲଗା ହୋଇ ସାରିଛନ୍ତି।

ୟଶ୍‌ରାଜ ଷ୍ଟୁଡିଓରେ ଆୟୋଜିତ ଏହି ଜନ୍ମଦିନ ପାର୍ଟିରେ ଆମିର ଓ କିରଣଙ୍କ ବ୍ୟତୀତ ବଲିଉଡ୍‌ର ପ୍ରାୟ ସମସ୍ତ କଳାକାର ଅତିଥି ଭାବେ ଯୋଗ ଦେଇଥିଲେ। ସେଲିବ୍ରିଟିମାନଙ୍କୁ ନେଇ ଛାଇ ଯାଇଥିବା ଏହି ଗ୍ରାଣ୍ଡ୍‌ ପାର୍ଟିର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କରଣ ଜୋହରଙ୍କ ଜନ୍ମଦିନ ପାର୍ଟିରେ ଆମିର ଖାନ ନିଜ ଏକ୍ସ ଓ୍ଵାଇଫ୍‌ କିରଣ ରାଓଙ୍କ ସହ ଏଣ୍ଟ୍ରି କରୁଥିବାର ନଜର ଆସୁଛନ୍ତି। ଦୁଇ ଜଣ ଏକାଠି ଛିଡ଼ା ହୋଇ ଫଟୋ ପାଇଁ ପୋଜ୍‌ ମଧ୍ୟ ଦେଉଛନ୍ତି। ଏହି ସମୟରେ ଆମିର ପୂର୍ବତନ ସ୍ତ୍ରୀଙ୍କ ଅଣ୍ଟାରେ ହାତ ରଖି ପୋଜ୍‌ ଦେଉଥିବାର ଦେଖା ଯାଉଛନ୍ତି।

ଗ୍ରାଣ୍ଡ୍‌ ପାର୍ଟିରେ ଆମିର ଖାନ ନୀଳ ରଙ୍ଗର ଟି ଶାର୍ଟ ସହ ନେଭି ବ୍ଲୁ ଭେଲ୍‌ଭେଟ ସୁଟ୍‌ ପିନ୍ଧିଛନ୍ତି, ଯାହାକୁ ସେ ବ୍ଲୁ ଡେନିମ୍‌ ଜିନ୍ସ ସହିତ ପେୟାର କରିଛନ୍ତି। ସେହିପରି କିରଣ ଶିମ୍‌ରୀ ସିଲ୍‌ଭର ଡ୍ରେସ୍‌ ପିନ୍ଧିଥିବାର ନଜର ଆସିଛନ୍ତି। ଆମିର ଓ କିରଣଙ୍କୁ ଏମିତି ଏକ ସାଥୀରେ ଦେଖି ସୋସିଆଲ ମିଡିଆରେ ୟୁଜର ମାନେ ବିଭିନ୍ନ ପ୍ରକାର କମେଣ୍ଟ୍‌ କରିବାରେ ଲାଗିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ୟେ ରିସ୍ତା କ୍ୟା କେହଲାତା ହୈ’। ଆଉ ଜଣେ ଲେଖିଛନ୍ତି, ‘କନ୍‌ଫ୍ୟୁଜ୍‌ଡ ଇଣ୍ଡିଆନ ବଲିଉଡ୍‌’।

କହି ରଖୁଛୁ ଯେ ଆମିର ଖାନ ଓ କିରଣ ରାଓ ଗତ ବର୍ଷ ଜୁଲାଇରେ ନିଜ ୧୫ ବର୍ଷର ସମ୍ପର୍କକୁ ଶେଷ କରି ଅଲଗା ହେବାକୁ ଘୋଷଣା କରିଥିଲେ। ଆମିର ଖାନ, କିରଣଙ୍କୁ ଫିଲ୍ମ ‘ଲଗାନ’ର ସେଟ୍‌ରେ ଭେଟିଥିଲେ। ଛାଡ଼ପତ୍ର ପରେ ବି ଏହି ଦୁଇ ଜଣ ଏକାଠି କାମ କରୁଛନ୍ତି। ଆମିରଙ୍କ ଆଗାମୀ ଫିଲ୍ମ ‘ଲାଲ୍‌ ସିଂ ଚଢା’ରେ କିରଣ ରାଓ ସହ ପ୍ରଯୋଜିକା ଅଛନ୍ତି। ଲାଲ୍‌ ସିଂ ଚଢ଼ାର ଟ୍ରେଲରକୁ ୨୯ ମେ’ରେ ଲଞ୍ଚ୍‌ କରାଯିବ। ଏହି ଫିଲ୍ମରେ ଆମିର ଖାନ, କରୀନା କପୁରଙ୍କ ସହିତ ନଜର ଆସିବେ।

 

View this post on Instagram

 

A post shared by Instant Bollywood (@instantbollywood)

Leave A Reply

Your email address will not be published.