ସିଦ୍ଧାର୍ଥ ଶୁକ୍ଳା ଯିବା ପରେ ଖାଇବା ପିଇବା ଛାଡ଼ି ଦେଇଛନ୍ତି ଶେହନାଜ ଗିଲ! ଏବେ କେମିତି ଅଛନ୍ତି ଜାଣନ୍ତୁ
ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ କେବଳ ତାଙ୍କ ପରିବାରକୁ ଦୋହଲାଇ ଦେଇନି ବରଂ ଫ୍ୟାନ୍ଙ୍କୁ ବି ସ୍ତବ୍ଧ କରିଛି। ତାଙ୍କ ମୃତ୍ୟୁରେ ସବୁଠୁ ଅଧିକ ଭାଙ୍ଗିପଡ଼ିଛନ୍ତି ସିଦ୍ଧାର୍ଥଙ୍କ ତଥାକଥିତ ଗାର୍ଲଫ୍ରେଣ୍ଡ ଶେହନାଜ ଗିଲ୍। ଶେହନାଜଙ୍କ ଅବସ୍ଥା ଏବେ ବିଗିଡ଼ି ଯାଇଛି ଓ ତାଙ୍କ ଫଟୋ ଦେଖି ଫ୍ୟାନ୍ମାନେ ମଧ୍ୟ ଖୁବ୍ ଚିନ୍ତିତ ଅଛନ୍ତି। ଏବେ ଶେହନାଜଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି।
Found this on insta🙌✨#ShehnaazGiIl #ShehnaazKaurGill pic.twitter.com/TSOVGOMRrY
— Shehnaaz_ki_updates (@SanaKiUpdate) September 9, 2021
ଶେହନାଜଙ୍କ ସ୍ୱାସ୍ଥ୍ୟାବସ୍ଥା ବହୁତ ଖରାପ ଅଛି। ସିଦ୍ଧାର୍ଥଙ୍କ ମୃତ୍ୟୁକୁ ସେ ଏବେ ବି ଗ୍ରହଣ ପାରୁନାହାନ୍ତି। ଏମିତି କି ଶେହନାଜ ଏବେ ଖାଇବା ପିଇବା ବି ଛାଡ଼ି ଦେଇଛନ୍ତି। ଏବେ କେବଳ ଗ୍ଲୁକୋଜ୍ରେ ସେ ସର୍ଭାଇଭ୍ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି।
ଶେହନାଜ ଗିଲଙ୍କ ଏକ ଫ୍ୟାନ୍ ପେଜ୍ରେ ତାଙ୍କ ଡିଜାଇନର କେନ୍ ଫର୍ଣ୍ଣଙ୍କ ଚାଟ୍ର ସ୍କ୍ରିନ୍ସର୍ଟ ସେୟାର କରାଯାଇଛି। ଏଥିରେ କେନ୍ଙ୍କୁ ଜଣେ ଫ୍ୟାନ୍ ପ୍ରଶ୍ନ କରିଛନ୍ତି ଯେ କଣ ସତରେ ଶେହନାଜ ଗ୍ଲୁକୋଜ୍ ସପୋର୍ଟରେ ଅଛନ୍ତି। ଏହାର ଜବାବରେ କେନ୍ କହିଛନ୍ତି ନୋ। ଶେହନାଜ ଗ୍ଲୁକୋଜ୍ ସପୋର୍ଟରେ ନାହାନ୍ତି ବୋଲି କହିଛନ୍ତି ସେ। ତେବେ ଏହି ମାମଲାରେ ଜଣେ ସୋସିଆଲ ମିଡିଆ ୟୁଜର କମେଣ୍ଟ କରିଛନ୍ତି, ଆଗରୁ ଶେହନାଜ ଖାଦ୍ୟ ଖାଉନଥିଲେ ସେତେବେଳେ ସେ ଗ୍ଲୁକୋଜ୍ରେ ଥିଲେ। କିନ୍ତୁ ଏବେ ନୁହେଁ।