୨୦୨୨ ଦୀପାବଳିରେ ପରଦାକୁ ଆସିବ ଅକ୍ଷୟ କୁମାରଙ୍କ ‘ରାମସେତୁ’, ଏଥରକ ରିଲିଜ୍ ହେଉଛି ‘ସୂର୍ଯ୍ୟବଂଶୀ’
ଅକ୍ଷୟ କୁମାରଙ୍କ ଫ୍ୟାନ୍ଙ୍କ ପାଇଁ ଖୁସି ଖବର। ଅକ୍ଷୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ରାମ ସେତୁ ମଧ୍ୟ ଦୀପାବଳିରେ ରିଲିଜ୍ ହେବାକୁ ଯାଉଛି। କିନ୍ତୁ ୨୦୨୧ରେ ନୁହେଁ, ବରଂ ୨୦୨୨ରେ। ସୂଚନାଯୋଗ୍ୟ ଯେ ଏବର୍ଷ ଦୀପାବଳିରେ ଅକ୍ଷୟଙ୍କର ସୂର୍ଯ୍ୟବଂଶୀ ପରଦାକୁ ଆସୁଥିବା ବେଳେ ଆସନ୍ତାବର୍ଷ ଦୀପାବଳିରେ ରାମସେତୁ ଆସିବ। ରବିବାର ଦିନ ଫିଲ୍ମ ନିର୍ମାତା ଏନେଇ ସୂଚନା ଦେଇଛନ୍ତି।
View this post on Instagram
ଶନିବାର ଦିନ ଅକ୍ଷୟ କୁମାର ନିଜ ଆଗାମୀ ଫିଲ୍ମ ସୂର୍ଯ୍ୟବଂଶୀର ରିଲିଜ୍ ତାରିଖ ଘୋଷଣା କରିଥିଲେ। ଏବେ ତାଙ୍କର ଆଉ ଏକ ଦମ୍ଦାର ଫିଲ୍ମ ରାମସେତୁର ରିଲିଜ ତାରିଖ ମଧ୍ୟ ସାମ୍ନାକୁ ଆସିଛି।
View this post on Instagram
ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ ରାମସେତୁର ରିଲିଜ୍ ତାରିଖ ବିଷୟରେ ସୂଚନା ଦେଇଛନ୍ତି। ସେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି- ଅକ୍ଷୟ କୁମାର କନ୍ଫର୍ମ କରିଛନ୍ତି ଯେ ୨୦୨୨ ଦୀପାବଳିରେ ତାଙ୍କ ଫିଲ୍ମ ରାମ ସେତୁ ରିଲିଜ୍ ହେବ। ଏହି ଫିଲ୍ମରେ ଅଭିଷେକ ଶର୍ମା ନିର୍ଦ୍ଦେଶନା ଦେଉଛନ୍ତି।
View this post on Instagram
ରାମସେତୁରେ ଅକ୍ଷୟ କୁମାରଙ୍କ ସହ ନୁସରତ ଭରୁଚା ଓ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍ ଲିଡ୍ ରୋଲ୍ରେ ନଜର ଆସିବେ। ଫିଲ୍ମରେ ଅକ୍ଷୟ କୁମାର ଆର୍କଲଜିଷ୍ଟ ଭୂମିକାରେ ଅଭିନୟ କରୁଛନ୍ତି। ‘ରାମସେତୁ’ରେ ତାଙ୍କ ଲୁକ୍ କେମିତି ରହିବ ସେ ନେଇ ପୂର୍ବରୁ ହିଁ ଫଟୋ ସାମ୍ନାକୁ ଆସିସାରିଛି।