ଦିଲ୍ଲୀପ କୁମାରଙ୍କ ନିଧନ ପରେ ନିରବୀ ଯାଇଛନ୍ତି ସାଏରା, କାହା ଫୋନ୍‌ ଉଠାଉନାହାନ୍ତି କି ଦେଖା ବି କରୁନାହାନ୍ତି

ବଲିଉଡ୍‌ର ବରିଷ୍ଠ ଅଭିନେତା ଦିଲ୍ଲୀପ କୁମାରଙ୍କ ନିଧନ ପରେ ଏବେ ଖବର ଆସୁଛି ଯେ ତାଙ୍କ ପତ୍ନୀ ସାଏରା ବାନୋ ନିଜକୁ ସମସ୍ତଙ୍କ ଠାରୁ ଅଲଗା କରି ନେଇଛନ୍ତି। ସେ କାହା ସହ କଥା ହେଉ ନାହାନ୍ତି କି କାହାକୁ ନିଜ ସହ ଭେଟିବାକୁ ଦେଉ ନାହାନ୍ତି। ଅନେକ ଅଭିନେତା, ଅଭିନେତ୍ରୀ ତାଙ୍କୁ ଭେଟିବାକୁ ଚାହିଁଥିଲେ ମଧ୍ୟ ସେ କାହା ଫୋନ୍‌ ବି ଉଠାଉନଥିବା ଜଣାଯାଇଛି।

ଅଭିନେତ୍ରୀ ମୁମ୍‌ତାଜ କହିଛନ୍ତି, ଆମେ ତାଙ୍କ ପାଲୀ ହିଲ୍‌ ସ୍ଥିତ ବଙ୍ଗଳାକୁ ଯାଇଥିଲୁ। କିନ୍ତୁ ସେ ଆମ ସହ ଦେଖାକଲେ ନାହିଁ। ଏହା ଏକ ଦୁଃଖର କଥା ଯେ ଦିଲ୍ଲୀପ କୁମାରଙ୍କ ବିୟୋଗ ପରେ ସାଏରା ସମସ୍ତଙ୍କଠାରୁ ଦୂରେଇ ଯାଇଛନ୍ତି। ସେ ଏକ ପ୍ରକାରର ଏକାନ୍ତବାସରେ ଅଛନ୍ତି। ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କଲେ ବି ସଫଳତା ମିଳି ନାହିଁ।


ଗତ ଥର ସାଏରାଙ୍କ ସହ ସାକ୍ଷାତ ବେଳର କଥାକୁ ମନେ ପକାଇ ମୁମ୍‌ତାଜ୍‌ କହିଥିଲେ, ମୋର ମନେ ଅଛି, ଗତ ଥର ମୁଁ ସାଏରା ଓ ଦିଲ୍ଲୀପ କୁମାରଙ୍କୁ ଭେଟିବାକୁ ତାଙ୍କ ବଙ୍ଗଳାକୁ ଯାଇଥିଲି। ସେତେବେଳେ ସାଏରା ମୋତେ ସ୍ୱାଦିଷ୍ଟ କୁକିଜ୍‌ ଓ କେକ୍‌ ତିଆରି କରି ଖୁଆଇ ଥିଲେ।

ସେହିପରି ଅଭିନେତା ଧର୍ମେନ୍ଦ୍ର ମଧ୍ୟ ସାଏରାଙ୍କ ସହ ଯୋଗାଯୋଗ ହୋଇପାରୁନଥିବାରୁ ଚିନ୍ତା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ମୁଁ ଅନେକ ଥର ତାଙ୍କୁ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଛି। କଲ୍‌ ବି କରିଥିଲି। କିନ୍ତୁ ସେ ଫୋନ୍‌ ଉଠାଉ ନାହାନ୍ତି। ଆଶା କରୁଛି ସେ ଯେଉଁଠି ଅଛନ୍ତି ଭଲରେ ଥିବେ।

ଅନ୍ୟପଟେ ଶତ୍ରୁଘ୍ନ ସିହ୍ନା କହିଛନ୍ତି, ସାଏରା ଏବେ ଏକାନ୍ତବାସରେ ଅଛନ୍ତି। ଆମେ ଜଣେ ଭଲ ଅଭିନେତାଙ୍କୁ ହରାଇଛେ। କିନ୍ତୁ ସାଏରା ବାନୋ ବହୁତ କିଛି ହରାଇଛନ୍ତି। ମୁଁ ଓ ମୋ ପତ୍ନୀ ତାଙ୍କୁ ସବୁ ପ୍ରକାରର ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ଶତ୍ରୁଘ୍ନ ସିହ୍ନା। ପ୍ରକାଶ ଯେ ସାଏରା ଓ ଦିଲ୍ଲୀପ କୁମାରଙ୍କ ବିବାହ ୧୧ ଅକ୍ଟୋବର ୧୯୬୬ରେ ହୋଇଥିଲା।

Also Read: ବାଃ ଆମ ବୀର! ମାତ୍ର ୨ ମିନିଟ୍‌ରେ ଜିପ୍‌କୁ ଖୋଲି ପୁଣି ଯୋଡ଼ି ଦେଲେ ବିଏସ୍‌ଏଫ୍‌ ଯବାନ, ଦେଖନ୍ତୁ ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.