ଛାଡପତ୍ର ପରେ ପୁଅ ସହ ନଜର ଆସିଲେ ନତାଶା, ପୋଷ୍ଟରେ କମେଣ୍ଟ କଲେ ହାର୍ଦିକ ପାଣ୍ଡ୍ୟା

ହାର୍ଦ୍ଦିକ ନତାଶାଙ୍କ ଛାଡପତ୍ର ପରେ ଏବେ ନତାଶା ଷ୍ଟାନକୋଭିକ୍ ତାଙ୍କ ପୁଅ ସହ ବାହାରକୁ ବୁଲିବାକୁ ଯାଇଛନ୍ତି । ଯାହାର ଫଟୋ ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଆଉ ଆଶ୍ଚର୍ଯ୍ୟର କଥା ହେଉଛି ଏହି ପୋଷ୍ଟରେ ହାର୍ଦ୍ଦିକ ପାଣ୍ଡ୍ୟା କମେଣ୍ଟ କରିଛନ୍ତି । ଅଭିନେତ୍ରୀ ନତାଶା ଷ୍ଟାନକୋଭିକ୍ ଏବଂ ଷ୍ଟାର କ୍ରିକେଟର ହାର୍ଦିକ ପାଣ୍ଡ୍ୟା ନିକଟରେ ଛାଡପତ୍ର ଘୋଷଣା କରିଥିଲେ । ହାର୍ଦ୍ଦିକ ସୋସିଆଲ ମିଡିଆ ମାଧ୍ୟମରେ ଛାଡପତ୍ରର ସୂଚନା ସେୟାର କରିଥିଲେ । ଛାଡପତ୍ର ପରେ ଏବେ ନତାଶା ତାଙ୍କ ଘର ସର୍ବିଆରେ ଅଛନ୍ତି ।

ଏହି ସମୟରେ ସେ ପୁଅ ଅଗସ୍ତ୍ୟଙ୍କ ସହ ବୁଲିବାକୁ ବାହାରିଛନ୍ତି । ଜୁଲାଇ ୨୪ ଅର୍ଥାତ ଗତକାଲି ନତାଶା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଭିଡିଓ ଏବଂ କିଛି ଫଟୋ ସେୟାର କରିଥିଲେ । ଫଟୋରେ ଅଭିନେତ୍ରୀଙ୍କୁ ତାଙ୍କ ପୁଅ ଅଗସ୍ତ୍ୟଙ୍କ ସହ ଦେଖିବାକୁ ମିଳିଛି । ହାର୍ଦ୍ଦିକଙ୍କ ସହ ଛାଡପତ୍ର ପରେ ନତାଶା ତାଙ୍କ ପୁଅ ଅଗସ୍ତ୍ୟଙ୍କ ସହ କ୍ୱାଲିଟି ଟାଇମ ବିତାଉଥିବାର ନଜର ଆସିଛନ୍ତି । ଫୋଷ୍ଟରେ ନତାଶା ତାଙ୍କ ପୁଅ ଅଗସ୍ତ୍ୟ ସହ ଜୁ’ ବୁଲିବାକୁ ଯାଇଥିଲେ । ଅଭିନେତ୍ରୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ଏହାସବୁ ଫଟୋ ପୋଷ୍ଟ କରିଛନ୍ତି ।

ଏହି ପୋଷ୍ଟର କ୍ୟାପସନରେ ସେ ଏକ ହାର୍ଟ ଇମୋଜି ଦେଇଛନ୍ତି । ତେବେ ନେଟେଜେନ୍ସ ଏହି ଫଟୋଗୁଡ଼ିକୁ ବହୁତ ପସନ୍ଦ କରିଛନ୍ତି । ଫଟୋ ସହ ଅଭିନେତ୍ରୀ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ତେବେ ନତାଶାଙ୍କ ଏହି ପୋଷ୍ଟରେ କମେଣ୍ଟ ଦେବାରେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ନିଜକୁ ଅଟକାଇ ପାରିନଥିଲେ । ହାର୍ଦିକ ଏହି ପୋଷ୍ଟରେ ଗୋଟିଏ ନୁହେଁ ଦୁଇଟି କମେଣ୍ଟ ଦେଇଛନ୍ତି । ସେ କମେଣ୍ଟରେ ହାର୍ଟ, ହାର୍ଟ ଆଇ ଏବଂ ଏକ ସୁନ୍ଦର ଇମୋଜୀ ଦେଇଛନ୍ତି । ତେବେ ବର୍ତ୍ତମାନ ଏହି ପୋଷ୍ଟ ଏବଂ ହାର୍ଦିକଙ୍କ କମେଣ୍ଟ ଖୁବ ଭାଇରାଲ ହେବାରେ ଲାଗିଛି ।

ସୂଚନାଯୋଗ୍ୟ, ହାର୍ଦ୍ଦିକ ଏବଂ ନତାଶା ଏକାଠି ପୁଅ ଅଗସ୍ତ୍ୟଙ୍କର ଲାଳନ ପାଳନ କରିବେ । କିଛି ଫଟୋରେ ନତାଶା ଷ୍ଟାନକୋଭିକ୍ ତାଙ୍କ ପୁଅଙ୍କ ସହ ପୋଜ୍ ଦେଇଛନ୍ତି । ଭିଡିଓରେ ଆପଣ ଅଭିନେତ୍ରୀଙ୍କୁ ଏକାକୀ ଦେଖିପାରିବେ । କରୋନା ମହାମାରୀ ସମୟରେ ନତାଶା ଏବଂ ହାର୍ଦ୍ଦିକ ୨୦୨୦ ମସିହାରେ ଗୁପ୍ତ ଭାବରେ ବିବାହ କରିଥିଲେ । ପରେ ଦୁହେଁ ଏକ ଗ୍ରାଣ୍ଡ ଷ୍ଟାଇଲରେ ମଧ୍ୟ ବିବାହ କରିଥିଲେ । କିନ୍ତୁ ବର୍ତ୍ତମାନ ଦୁହେଁ ଚାରି ବର୍ଷ ପରେ ଅଲଗା ହୋଇଯାଇଛନ୍ତି ।