ଜେଲ୍‌ରୁ ମୁକୁଳିବା ପରେ ପ୍ରଥମ ଥର ପାଇଁ ହାତ ଧରାଧରି ହୋଇ ମନ୍ଦିର ବାହାରେ ନଜର ଆସିଲେ ଶିଳ୍ପା ଓ ରାଜ୍‌

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଆଜିକାଲି କୌଣସି ନା କୌଣସି କାରଣରୁ ଲାଇମ୍‌ ଲାଇଟ୍‌ରେ ରହୁଛନ୍ତି। ସ୍ୱାମୀ ରାଜ୍‌ କୁନ୍ଦ୍ରାଙ୍କ ପର୍ଣ୍ଣୋଗ୍ରାଫି ବିବାଦ ପରେ ସେ ମିଡିଆ ଠାରୁ ଦୂରତା ରକ୍ଷା କରୁଥିଲେ। କିନ୍ତୁ ଏବେ ସ୍ୱାମୀ ବେଲ୍‌ରେ ଆସିବା ପରେ ମିଡିଆ ଆଗକୁ ଆସିବାର କୌଣସି ସୁଯୋଗକୁ ବି ହାତ ଛଡ଼ା କରୁନାହାନ୍ତି ଶିଳ୍ପା। ଏବେ ସୋସିଆଲ ମିଡିଆରେ ଶିଳ୍ପା ସେଟ୍ଟୀ ଓ ସ୍ୱାମୀ ରାଜ୍‌ କୁନ୍ଦ୍ରାଙ୍କ ଏକ ଫଟୋ ଖୁବ୍‌ ଭାଇରାଲ ହେଉଛି। ଏଠାରେ କହି ରଖୁଛୁ ଯେ ରାଜ୍‌ କୁନ୍ଦ୍ରା ଜେଲ୍‌ରୁ ବାହାରିବା ପରେ ପ୍ରଥମ ଥର ରାଜ୍‌ ଓ ଶିଳ୍ପାଙ୍କୁ ଏକାଠି ବାହାରେ ଦେଖିବାକୁ ମିଳିଛି।

ରାଜ୍‌ କୁନ୍ଦ୍ରାଙ୍କ ସହ ଶିଳ୍ପା ସେଟ୍ଟୀ ଜ୍ୱାଲାଦେବୀ ମନ୍ଦିରକୁ ଯାଇଥିଲେ। ସେମାନେ ସେଠାରେ ଦେବୀଙ୍କ ଦର୍ଶନ କରିବାକୁ ପହଞ୍ଚିଥିଲେ। ତେବେ ପର୍ଣ୍ଣୋଗ୍ରାଫି ମାମଲା ପରେ ପ୍ରଥମ ଥର ପାଇଁ ପବ୍ଲିକ୍‌ ପ୍ଲେସ୍‌ରେ ଶିଳ୍ପା ଓ ରାଜ୍‌ଙ୍କୁ ଦେଖି ଗଣମାଧ୍ୟମର ପ୍ରତିନିଧିମାନେ ସେଠାରେ ପହଞ୍ଚିଯାଇଥିଲେ। ଏବେ ସୋସିଆଲ ମିଡିଆରେ ଏହି ଦୁଇ ଜଣଙ୍କ ଫଟୋ ବେଶ୍‌ ଭାଇରାଲ ହେଉଛି।

 

View this post on Instagram

 

A post shared by GLAM_UNIVERSE (@vinitasaman123)

ଜ୍ୱାଲାଦେବୀଙ୍କ ମନ୍ଦିରକୁ ଯିବା ବେଳେ ରାଜ୍‌ ଓ ଶିଳ୍ପା ଉଭୟେ ହଳଦିଆ ରଙ୍ଗର ଡ୍ରେସ୍‌ ପିନ୍ଧିଥିଲେ। କ୍ୟାମେରା ସାମ୍ନାରେ ରାଜ୍‌ ଓ କୁନ୍ଦ୍ରା ପରସ୍ପରର ହାତକୁ ଧରିଥିବାର ନଜର ଆସିଥିଲେ। ପରେ ସେମାନେ ପୂଜାରୀଙ୍କ ଠାରୁ ପ୍ରସାଦ ମଧ୍ୟ ନେଇଥିବା ଦେଖାଯାଇଥିଲା। ଏହି ଫଟୋକୁ ଶିଳ୍ପା ସେଟ୍ଟୀ ମଧ୍ୟ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି।

ସୂଚନାଯୋଗ୍ୟ ଯେ ଆଡଲ୍ଟ ଫିଲ୍ମ ମାମଲାରେ ଫସିଥିବା ରାଜ୍‌ କୁନ୍ଦ୍ରା ଜୁଲାଇରେ ଗିରଫ ହୋଇଥିଲେ। ଦୁଇ ମାସ ପରେ ସେପ୍ଟେମ୍ବରରେ ତାଙ୍କୁ ଜାମିନ୍‌ ମିଳିଥିଲା। ନିକଟରେ ରାଜ୍‌ କୁନ୍ଦ୍ରା ନିଜର ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟକୁ ଡିଲିଟ୍‌ କରିଦେଇଛନ୍ତି। ଫଳରେ ପୁଣିଥରେ ସେ ଚର୍ଚ୍ଚାକୁ ଆସିଛନ୍ତି। ପ୍ରକାଶ ଯେ ରାଜ୍‌ କୁନ୍ଦ୍ରା ଜେଲରେ ଥିବା ବେଳେ ଶୁଣିବାକୁ ମିଳିଥିଲା ଯେ ରାଜ୍‌ଙ୍କ ଠାରୁ ଛାଡ଼ପତ୍ର ନେଇପାରନ୍ତି ଶିଳ୍ପା। କିନ୍ତୁ ଏବେ ଉଭୟଙ୍କୁ ଏକାଠି ଦେଖିବା ପରେ ଏହି ଗୁଜବ ଉପରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପଡ଼ିଛି।

Leave A Reply

Your email address will not be published.