ପୁଣି ବିବାଦରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା: ଚୁକ୍ତି କରି କଳାକାରଙ୍କୁ ଟଙ୍କା ଦେଉ ନଥିବା ଅଭିଯୋଗ
ଚୁକ୍ତି କରି କଳାକାରଙ୍କୁ ଟଙ୍କା ଦେଉନାହାନ୍ତି ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା। ଦରମା ଦେଉନଥିବା ପ୍ରତିବାଦରେ ଏକାଠି ହେଲେ ହିରୋ, ହିରୋଇନ ଓ ଅନ୍ୟ କର୍ମଚାରୀ । କାଟେଣୀରେ ଥିବା ଅକ୍ଷୟ ପରିଜାଙ୍କ ପ୍ରଡକସନ୍ ହାଉସ୍ ଆଗରେ ସେମାନେ ପ୍ରତିବାଦ କରିଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ପୁଣି ବିବାଦରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । ଚୁକ୍ତି କରି କଳାକାରଙ୍କୁ ଟଙ୍କା ଦେଉ ନଥିବା ଅଭିଯୋଗ । ଦରମା ଦେଉନଥିବା ପ୍ରତିବାଦରେ ଏକାଠି ହେଲେ ହିରୋ, ହିରୋଇନ ଓ ଅନ୍ୟ କର୍ମଚାରୀ । କାଟେଣୀରେ ଥିବା ଅକ୍ଷୟ ପରିଜାଙ୍କ ପ୍ରଡକସନ୍ ହାଉସ୍ ଆଗରେ ସେମାନେ ପ୍ରତିବାଦ କରିଛନ୍ତି । ୭ ମାସର ଦରମା ଦେଉନଥିବା ଅଭିଯୋଗ ହୋଇଛି ।
ଅକ୍ଷୟ ପରିଜାଙ୍କ ବିରୋଧରେ କଳାକାରଙ୍କ ଅଭିଯୋଗ ପ୍ରସଙ୍ଗ । କଳିଙ୍ଗ ଟିଭି/କେନ୍ୟୁଜକୁ ପ୍ରଯୋଜକ ଅକ୍ଷୟ ପରିଜା ପ୍ରତିକ୍ରିୟା ଦେଇ କହିଛନ୍ତି ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି। ଟେକ୍ନିକାଲ କାରଣ ଯୋଗୁ ପେମେଣ୍ଟରେ ବିଳମ୍ବ ହୋଇଛି। ବୈଷୟିକ କାରଣରୁ ୭୨ ଘଣ୍ଟା ଧରି ଆକାଉଣ୍ଟ ଅଚଳ ଥିଲା । ସକାଳ ୧୧ଟାରୁ ଆକାଉଣ୍ଟ ଠିକ୍ ହୋଇଛି ।
ଖୁବ୍ଶୀଘ୍ର ଦରମା ଦେବା ପ୍ରକ୍ରିୟା ଆରମ୍ଭ ହେବ । କିଛି ଗୋଷ୍ଠୀ ମୋତେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । କରୋନା ସମୟରେ ମଧ୍ୟ କମ୍ପାନୀ ନିୟମିତ ଦରମା ଦେଇଥିଲା ବୋଲି କହିଛନ୍ତି।
ସୂଚନା ଥାଉକି, ନିକଟରେ ତାଙ୍କ ନାଁରେ ଆସିଥିଲା ସାଂଘାତିକ ଅଭିଯୋଗ । ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ଜଣେ ଯୁବତୀ। ଏପଟେ ବ୍ଲାକମେଲିଂ କରାଯାଇଥିବା ପାଲଟା ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏହି ଓଲିଉଡ୍ ସିନେ ପ୍ରଯୋଜକ ଅକ୍ଷୟ ପରିଜା। ଏହି ମାମାଲାରେ ତାଙ୍କୁ ଇଡିରେ ମଧ୍ଯ ହାଜର ହେବାକୁ ପଡିଥିଲା।