‘ପୁଷ୍ପା’କୁ ଟକ୍କର ଦେବ ମହେଶ ବାବୁଙ୍କ ଫିଲ୍ମ , ୨୦୦ କୋଟି କ୍ଲବରେ ହେଲା ସାମିଲ୍

ମହେଶ ବାବୁ ଏବଂ କିର୍ତ୍ତୀ ସୁରେଶଙ୍କ ଅଭିନୀତ ତେଲୁଗୁ ଚଳଚ୍ଚିତ୍ର ‘‘ସରକାରୁ ବାରୀ ପାଟା’ ‘ ବକ୍ସ ଅଫିସରେ ଧମାଲ ମଚାଉଛି।ଫିଲ୍ମଟି ବକ୍ସ ଅଫିସ ଦ୍ରୁତ ଗତିରେ କଲେକ୍ସନ କରୁଛି।ଏହି ଫିଲ୍ମଟି ୨୦୦ କୋଟି କ୍ଲବରେ ସାମିଲ ହୋଇଛି ଏବଂ ପ୍ରଶଂସକମାନେ ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ଫିଲ୍ମ ‘ପୁଷ୍ପା: ଦି ରାଇଜ୍’ କୁ ମନେ ରଖିଛନ୍ତି।ଏଭଳି ପରିସ୍ଥିତିରେ ପ୍ରଶ୍ନ ହେଉଛି, ‘ସରକାରୁ ବାରୀ ପାଟା’ ‘ ୧୨ ଦିନରେ ‘ପୁଷ୍ପା: ଦି ରାଇଜ୍’ କୁ ପରାସ୍ତ କରିଛି କି?

ଏହି ଫିଲ୍ମକୁ ନେଇ ଅଫିସିଆଲ୍ ଆକାଉଣ୍ଟ୍ ରେ କୁହାଯାଇଛି ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ପାଇଁ ୨୦୨୨ର ସର୍ବାଧିକ ଆୟକାରୀ ବୋଲି ବର୍ଣ୍ଣନା କରିଛି। ଏହି ଟୁଇଟ୍‌ରେ ଲେଖା ହୋଥିଲା, ‘‘ମହେଶା ବାବୁଙ୍କ ସ୍ଵାଗ ଜାରି ରହିଛି … ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ବ୍ଲକ୍ବଷ୍ଟର ସରକାରୁ ବାରୀ ପାଟା ୨୦୨୨ର ସବୁଠୁ ବଡ କଲେକ୍ସନ କରିଥିବା ଫିଲ୍ମ ଭାବରେ ପରିଣତ ହୋଇଛି। ଏହି ଫିଲ୍ମଟି ଏବେ ୨୦୦ କୋଟିରୁ ଅଧିକ ରୋଜଗାର କରିଛି ଏବଂ ଆଗକୁ ଆହୁରି ରୋଜଗାର ଜାରି ରଖିଛି ।

ଖବର ଅନୁଯାୟୀ ବର୍ତ୍ତମାନ ଫିଲ୍ମଟି ସାରା ବିଶ୍ବରେ ୨୦୦କୋଟି ଅତିକ୍ରମ କରିଛି । ଏହି ଫିଲ୍ମ ପ୍ରଥମ ସପ୍ତାହରେ ୧୬୬.୮୨ କୋଟି ଟଙ୍କା ସଂଗ୍ରହ କରିଥିଲା। ଦ୍ୱିତୀୟ ସପ୍ତାହର ପ୍ରଥମ ଦିନରେ ୫.୨୨ କୋଟି ଟଙ୍କା, ଦ୍ୱିତୀୟ ଦିନରେ ୭.୧୦ କୋଟି ଟଙ୍କା, ତୃତୀୟ ଦିନରେ ୭.୬୭ କୋଟି ଟଙ୍କା, ଚତୁର୍ଥ ଦିନରେ ୪.୦୩ କୋଟି ଟଙ୍କା କଲେକ୍ସନ କରାଯାଇଛି। ଅର୍ଥାତ୍ ୧୨ ଦିନ ପର୍ଯ୍ୟନ୍ତ ଚଳଚ୍ଚିତ୍ରର ମୋଟ ସଂଗ୍ରହ ୧୯୦.୮୪ କୋଟି ଟଙ୍କା କରିଛି।

ମହେଶ ବାବୁଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ସରିଲେରୁ ନୀକେଭାରୁ’ରେ ଦେଖିବାକୁ ମିଳିଥିଲା। ଯାହାକି ଏକ ବ୍ଲକବଷ୍ଟର ହେବ ବୋଲି ପ୍ରମାଣିତ ହୋଇଥିଲା। ସୂଚନାନୁସାରେ, ଚଳଚ୍ଚିତ୍ରଟି ବିଶ୍ୱବ୍ୟାପୀ ବକ୍ସ ଅଫିସରେ ୨୬୦ କୋଟି ରୋଜଗାର କରିଥିଲା । ଅନ୍ୟପକ୍ଷରେ, ଯଦି ଆମେ କିର୍ତ୍ତୀ ସୁରେଶଙ୍କ ବିଷୟରେ କଥା ହେବା, ତେବେ ତାଙ୍କର ଶେଷ କିଛି ଚଳଚ୍ଚିତ୍ର ବକ୍ସ ଅଫିସରେ ବିଶେଷ କିଛି ଧମାଲ ଦେଖାଇ ନାହିଁ। କିର୍ତ୍ତୀ ସୁରେଶଙ୍କୁ ଶେଷ ଥର ପାଇଁ ‘ଗୁଡ଼ ଲକ ସଖୀ ‘ରେ ଦେଖିବାକୁ ମିଳିଥିଲା।

 

You might also like