ଏଣ୍ଡ୍ରିଲାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଦୁଇଥର କ୍ୟାନ୍ସରକୁ ମାତ୍‌ ଦେଇଥିବା ଅଭିନେତ୍ରୀ ଏବେ Intracranial Hemorrhage ପୀଡ଼ିତ

ବଙ୍ଗାଳୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କ ଅବସ୍ଥା ଗୁରୁତର। ଅଭିନେତ୍ରୀଙ୍କର ମଲ୍ଟିପଲ୍‌ କାର୍ଡିଏକ ଆଟାକ ଆସିବା ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଭେଣ୍ଟିଲେଟରେ ରହିଥିଲେ। ହେଲେ ଏବେ ତାଙ୍କ ଅବସ୍ଥା ଗୁରୁତର ଥିବା ଖବର ମିଳିଛି। ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି । ଏହା ପୂର୍ବରୁ ତାଙ୍କର ବ୍ରେନ ଷ୍ଟ୍ରୋକ୍‌  ହୋଇସାରିଛି।

ସୂଚନା ଅନୁଯାୟୀ, ୧୫ ନଭେମ୍ବରରେ ଏଣ୍ଡ୍ରିଲା ଏକାସାଙ୍ଗରେ ଅନେକ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ। ଏଥିପାଇଁ ତାଙ୍କୁ ତୁରନ୍ତ ତାଙ୍କୁ କୋଲକାତାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତା’ ପୂର୍ବରୁ ୧ ନଭେମ୍ବରରେ ବ୍ରେନ ଷ୍ଟ୍ରୋକ୍‌ ମଧ୍ୟ ହୋଇଥିଲା। ଯାହା ପାଇଁ ମସ୍ତିଷ୍କର ଅନେକ ସ୍ଥାନରେ ରକ୍ତ କ୍ଲଟ ହୋଇଯାଇଥିଲା ।ଏଥିପାଇଁ Intracranial Hemorrhage ପୀଡିତ ଥିଲେ ।

ଜୀବନ ଏବଂ ମୃତ୍ୟୁ ସହ ସଂଘର୍ଷ କରୁଥିବା ଏଣ୍ଡ୍ରିଲା ପୂର୍ବରୁ ଅନେକ ଥର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହାପୂର୍ବରୁ ସେ କର୍କଟ ରୋଗ ସହ ଲଢି ଜିତିଥିଲେ। ପୁଣି ଏହି ମାସ ଆରମ୍ଭରେ ତାଙ୍କର ବ୍ରେନ ଷ୍ଟ୍ରୋକ୍‌ ହୋଇଥିଲା। ଏଣ୍ଡ୍ରିଲାଙ୍କ ଜୀବନ ତାଙ୍କ ପାଇଁ ସହଜ ନୁହେଁ। ତାଙ୍କର ସିଟି ସ୍କାନ୍ କରାଯିବା ପରେ ଜଣାପଡିଥିଲା କି ମସ୍ତିଷ୍କର ଅନ୍ୟ ଏକ ଅଂଶରେ ରକ୍ତ ଜମାଟ ବାନ୍ଧିଥିଲା । ବର୍ତ୍ତମାନ ତାଙ୍କ ସ୍ଵାସ୍ଥ୍ୟବସ୍ଥା ବହୁତ ଗୁରୁତର ରହିଛି।

ଏହାପୂର୍ବରୁ ଅଭିନେତ୍ରୀ ଜଣକୁ କ୍ୟାନସର ମଧ୍ୟ ହୋଇଛି । ଏଣ୍ଡ୍ରିଲା ଶର୍ମାଙ୍କୁ ଯେତେବେଳେ ଦ୍ୱିତୀୟ ଥର କ୍ୟାନ୍ସର ହୋଇଥିବା ନେଇ ଜଣାପଡ଼ିଥିଲା, ସେତେବେଳେ ମଧ୍ୟ ସେ ହାର୍‌ ମାନି ନ ଥିଲେ। ଅଭିନେତ୍ରୀ ନିଜର କ୍ରିଟିକାଲ ସର୍ଜରୀକୁ ପୂରା କରାଇଥିଲେ। ସେହି ସମୟରେ ତାଙ୍କର କେମୋଥେରାପି ସେସନ ଚାଲିଥିଲା, ଯାହା ପରେ ହିଁ ଡାକ୍ତରମାନେ ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ବୋଲି ଜଣାଇଥିଲେ। ଏଣ୍ଡ୍ରିଲା ଶର୍ମା ଆକ୍ଟିଂରେ ନିଜର କମ୍‌ବ୍ୟାକ ମଧ୍ୟ କରି ସାରିଥିଲେ।  କିନ୍ତୁ କ୍ୟାନସନରକୁ ମାତ୍‌ ଦେଇଥିବା ଅଭିନେତ୍ରୀ ଏବେ ଭେଣ୍ଟିଲେଟରେ ଜୀବନ ସହିତ ଲଢୁଛନ୍ତି । ୨ ଥର କ୍ୟାନସର, ବ୍ରେନ ଷ୍ଟ୍ରୋକ, ହାର୍ଟ ଆଟାକକୁ ମାତ୍‌ ଦେଇଥିବା ଏଣ୍ଡ୍ରିଲା ଏବେ ଜୀବନ ଏବଂ ମୃତ୍ୟୁ ସହିତ ସଂଘର୍ଷ କରୁଛନ୍ତି ।

ସେ ନିଜ କ୍ୟାରିୟର ଟିଭି ଶୋ’ ‘ଝୁମର’ରୁ ଆରମ୍ଭ କରିଥିଲେ। ଏହାପରେ ସେ ଅନେକ ପପୁଲାର ଶୋ’ରେ ନଜର ଆସିଥିଲେ। ଏଣ୍ଡ୍ରିଲା ଓଟିଟିର କେତେକ ପ୍ରୋଜେକ୍ଟର ଅଂଶ ମଧ୍ୟ ରହିଛନ୍ତି। ସେ ଜୀବନ ଜ୍ୟୋତି, ଜୀବନ କଠିରେ ଲିଡ୍‌ ଅଭିନେତ୍ରୀର ଭୂମିକାରେ ଦେଖା ଦେଇଥିଲେ।

Leave A Reply

Your email address will not be published.