ଏୟାରପୋର୍ଟରେ ବଚ୍ଚନ ଫ୍ୟାମିଲି, ସୋସିଆଲ ମିଡିଆରେ ଭାଇରାଲ ହେଲା ଫୋଟ
ନୂଆବର୍ଷରେ ଅନେକ ବଲିଉଡର ସେଲିବ୍ରେଟି ବାହାରକୁ ସେଲିବ୍ରେସନ ପାଇଁ ଯାଇଥିଲେ । ଏବେ ସେମାନେ ଧୀରେ ଧୀରେ ନିଜ ଦେଶକୁ ଫେରୁଥିବା ଦେଖିବାକୁ ମିଳୁଛି । ଏମାନଙ୍କ ଭିତରେ ଅଛନ୍ତି ଜୁନିୟର ବଚ୍ଚନଙ୍କ ପରିବାର । ଯେଉଁଥିରେ ଅଭିଷେକ ନିଜ ଫାମିଲି ସହ ନଜର ଆସିଛନ୍ତି । ପତ୍ନୀ ଐଶ୍ଵର୍ଯ୍ୟା ଏବଂ ଝିଅ ଆରାଧ୍ୟାଙ୍କ ସହ ଆଜି ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା ।
ନୂଆବର୍ଷରେ ସମସ୍ତେ ସେଲିବ୍ରେସନକୁ ବିଭିନ୍ନ ଢଙ୍ଗରେ ପାଳନ କରିଥିବା ଦେଖାଯାଏ । କ୍ରିତି ସାନନଙ୍କ ଠାରୁ କରିନା କପୁର ପର୍ଯନ୍ତ ସମସ୍ତଙ୍କ ଫଟୋ ଦେଖିବାକୁ ମିଳିଛି । ଗୋଟିଏ ଦିନ ପୂର୍ବରୁ ଅନିଲ ଆମ୍ବାନୀଙ୍କ ପରିବାର, କପୁର ଫ୍ୟାମିଲି , ଆଉ ଏବେ ବିଗ ବିଙ୍କ ପରିବାରର ସମସ୍ତଙ୍କୁ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା ।
ସ୍ବାମୀ ଅଭିଷେକଙ୍କ ସହ ଐଶ୍ଵର୍ଯ୍ୟାଙ୍କୁ ଦେଖିବାକୁ ମିଳିଥିଲା । ପୁରା ଫ୍ୟାମିଲିକୁ ଏକା ସହ ସାଙ୍ଗରେ ଦେଖିବାକୁ ମିଳିବା ବହୁତ ଅଳ୍ପ ଥର ସମ୍ଭବ ହୋଇଥାଏ । ଆରାଧ୍ୟା ବଚ୍ଚନଙ୍କ ସହ ଏଶର୍ଯା ରାୟ ଏବଂ ଅଭିଷେକଙ୍କୁ ଏକା ସହିତ ଦେଖିବାକୁ ମିଳିଥିଲା । ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫୋଟରେ ଏୟାରପୋର୍ଟରୁ ବାହାରି ନିଜ ଗାଡି ଆଡକୁ ଯାଉଥିବା ଦେଖିବାକୁ ମିଳିଛି ।