ଶାଶୁଘର ଲୋକଙ୍କଠୁ ଦୂରରେ ଐଶ୍ଵର୍ଯ୍ୟା ରାୟ, ବାପଘରେ ମଧ୍ୟ ସମ୍ପର୍କ ଭଲ ନାହିଁ ! ହିଣ୍ଟ୍ ଦେଲା ଭାଉଜଙ୍କ ପୋଷ୍ଟ

ଐଶ୍ଵର୍ଯ୍ୟା ରାୟଙ୍କ ଭାଉଜ ଶ୍ରୀମା ରାୟ ଏବେ ଚର୍ଚ୍ଚାରେ । ଫ୍ୟାନମାନେ ଏହି ନଣନ୍ଦ-ଭାଉଜଙ୍କ ସମ୍ପର୍କ ଜାଣିବାକୁ ସବୁବେଳେ ଉତ୍ସାହିତ ଥାଆନ୍ତି । ନିଜର ଏକ ପୁରୁଣା ପୋଷ୍ଟରେ ଶ୍ରୀମା ୟୁଜରଙ୍କ କମେଣ୍ଟର ଜବାବ ଦେଇ ବର୍ତ୍ତମାନ ଟ୍ରୋଲ ହେଉଛନ୍ତି ।
ନଣନ୍ଦ ଐଶ୍ଵର୍ଯ୍ୟାଙ୍କ ସହ ତାଙ୍କର ସମ୍ପର୍କ ଉପରେ ମଧ୍ୟ ପ୍ରଶ୍ନ ଉଠିଛି । ଅଭିଷେକ ଓ ଐଶ୍ଵର୍ଯ୍ୟାଙ୍କ ସମ୍ପର୍କରେ ଫାଟ ନେଇ ଯେବେ ଖବର ଆସିଥିଲା, ଶ୍ରୀମାଙ୍କର ଏକ ପୋଷ୍ଟରେ ଫ୍ୟାନମାନେ କମେଣ୍ଟ କରି ପଚାରିଥିଲେ କି, ‘କ’ଣ ଐଶ୍ଵର୍ଯ୍ୟା ଅଲଗା ରହୁଛନ୍ତି କି’? ଶ୍ରୀମା ହାର୍ଟ ଇମୋଜି ପୋଷ୍ଟ କରି ଏହାର ଜବାବ ଦେଇଥିଲେ ।
ଏହା ପୂର୍ବରୁ ଜଣେ ୟୁଜର ପଚାରିଥିଲେ, ‘କ’ଣ ଆପଣ ଐଶ୍ଵର୍ଯ୍ୟା ଓ ଆରାଧ୍ୟାଙ୍କ ସହ ଫଟୋ ସେୟାର କରନ୍ତି ନାହିଁ’? ଏଥିରେ ଶ୍ରୀମା ଲେଖିଥିଲେ, ‘ଆପଣ ଐଶ୍ଵର୍ଯ୍ୟାଙ୍କ ଇନଷ୍ଟା ପେଜକୁ ଯାଇ ତାଙ୍କର ସମସ୍ତ ଫଟୋ ଚେକ୍ କରିପାରିବେ । ସେଠାରେ କେବଳ ତାଙ୍କରି ହିଁ ଫଟୋ ଆପଣଙ୍କୁ ମିଳିବ । ଆମର ଗୋଟିଏ ବି ନାହିଁ । ଏହି ଜବାବ ଆପଣଙ୍କୁ ସନ୍ତୁଷ୍ଟ କରିବ’ ।
ପୁଣି ୟୁଜର ଲେଖିଥିଲେ, ‘ଓଃ, ତା’ ହେଲେ ଆପଣ ତାଙ୍କୁ ଈର୍ଷା କରୁଛନ୍ତି । ଭଲ କଥା । ହଁ, ମୁଁ ତାଙ୍କର ଡାଇ ହାର୍ଡ ଫ୍ୟାନ୍’ । ତେବେ ଶ୍ରୀମାଙ୍କର ଏହି ଜବାବର ସ୍କ୍ରିନଶର୍ଟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଅଭିନେତ୍ରୀଙ୍କ ଫ୍ୟାନମାନଙ୍କୁ ଲାଗୁଛି ଯେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଭଲ ନାହିଁ ।