ଦୁର୍ଘଟଣାର ଶିକାର ହେଲେ ବିଶ୍ବ ସୁନ୍ଦରୀ, ଅଳ୍ପକେ ବର୍ତ୍ତିଗଲା ଐଶ୍ବର୍ଯ୍ୟାଙ୍କ ଜୀବନ

ବଲିଉଡ ନୀଳ ନୟନା ତଥା ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ କାର୍ ଦୁଘର୍ଟଣା । ଐଶ୍ବର୍ଯ୍ୟା ରାୟଙ୍କ କାରକୁ ଗୋଟିଏ ଲାଲ ରଙ୍ଗର ବସ୍ ଧକ୍କା ଦେଇଥିଲା । କିନ୍ତୁ ଏହି ଦୁର୍ଘଟଣାରେ ଐଶ୍ବର୍ଯ୍ୟା ରାୟଙ୍କର କ୍ଷୟକ୍ଷତି ହୋଇନଥିବା ଖବର ମିଳିଛି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।
ଏହି ଭିଡିଓ ଭାଇରଲ ହେବା ପରେ ଐଶ୍ବର୍ଯ୍ୟାଙ୍କ ଫ୍ୟାନ୍ସ ଚକିତ ହୋଇଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଐଶ୍ବର୍ଯ୍ୟାଙ୍କ କାରକୁ ପଛପଟୁ ଗୋଟେ ଲାଲ ରଙ୍ଗର ବସ୍ ଧକ୍କା ଦେଇଥିଲା । ଧକ୍କା ଦେବା ମାତ୍ରେ ଐଶ୍ବର୍ଯ୍ୟାଙ୍କ ସିକ୍ୟୁରିଟି ଗାଡିରୁ ବାହାରି ଘଟଣାକୁ ଦେଖିଥିଲେ । ଏହି ଗାଡିର ଦାମ୍ ୧.୩୦ କୋଟି ଟଙ୍କାର ରହିଛି ବୋଲି ଜଣାପଡିଛି । ଗାଡିକୁ ଗତବର୍ଷ ଐଶ୍ବର୍ଯ୍ୟା କିଣିଥିଲେ । ଧକ୍କା ଦେବା ସମୟରେ ଐଶ୍ବର୍ଯ୍ୟା କାରରେ ନଥିବା ଜଣାପଡିଛି । ତେବେ ଏନେଇ କିଛି ସ୍ପଷ୍ଟୋକ୍ତି ହୋଇନାହିଁ । ଐଶ୍ବର୍ଯ୍ୟାଙ୍କ ଦୁର୍ଘଟଣାକୁ ନେଇ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।
Bollywood Actress Aishwarya Rai’s car met with an accident, hit by a BEST bus
Video of the car accident surfaced#AishwaryaRai #Mumbai pic.twitter.com/Jec2xtKrb1
— Siraj Noorani (@sirajnoorani) March 26, 2025
ନିକଟରେ ଐଶ୍ବର୍ଯ୍ୟାଙ୍କୁ ପାଇଁ ଆଶୁତୋଷ ଗ୍ବାରିଓକରଙ୍କ ପୁଅ ବିବାହରେ ଦେଖିବାକୁ ମିଳିଥିଲା । ପୁରା ବଚ୍ଚନ ଫ୍ୟାମିଲି ଏହି ବିବାହ ଉତ୍ସବରେ ସାମିଲ ରହିଥିଲେ । ସେହି ସମୟର ଅନେକ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା । ଐଶ୍ବର୍ଯ୍ୟାଙ୍କ ଶେଷ ଫିଲ୍ମ ତାମିଲରେ ରହିଥିଲା । ୨୦୨୮ରେ ବଲିଉଡ ଫିଲ୍ମ ଫନେ ଖାଁରେ ନଜର ଆସିଥିଲେ ।
ସୂଚନାଯୋଗ୍ୟ, ନିକଟରେ ସୋନୁ ସୁଦଙ୍କ ପତ୍ନୀଙ୍କ ସୋନାଲି ଏବଂ ତାଙ୍କ ପରିବାର ଲୋକ କାରରେ ଯାଉଥିବା ସମୟରେ ତାଙ୍କ କାର୍ ସହିତ ଟ୍ରକ ଧକ୍କା ହୋଇଥିଲା । ଫଳରେ ଏମାନେ ଗୁରୁତର ଆହତ ହୋଇଥିଲେ ।
Also Read : ସୋନୁ ନିଗମଙ୍କ କନସର୍ଟରେ ହେଲା ପଥର ମାଡ, ଅନୁରୋଧ କରି କହିଲେ କିଛି ଏମିତି