ରେଡ୍‌ କାର୍ପେଟ୍‌ରେ ଚାଲିଲେ ଐଶ୍ୱର୍ଯ୍ୟା ରାୟ; ଫୁଲରେ ସଜ୍ଜିତ ଗାଉନ୍‌ ପାଇଁ ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି ଏହି ପୂର୍ବତନ ବିଶ୍ୱ ସୁନ୍ଦରୀ

ପୁଣିଥରେ ‘କାନ୍ସ ଫିଲ୍ମ ଫେଷ୍ଟିଭାଲ’ ଆରମ୍ଭ ହୋଇଯାଇଛି। ଏହି ଫେଷ୍ଟ୍‍ର ରେଡ୍‌ କାର୍ପେଟରେ ଭାରତୀୟ ସୁନ୍ଦରୀମାନେ ନିଜର ଜଲଓ୍ଵା ଦେଖାଉଛନ୍ତି। କିନ୍ତୁ ଏଥର ଯେତେବେଳେ ଐଶ୍ୱର୍ଯ୍ୟା ରାୟଙ୍କ ଏଣ୍ଟ୍ରି ହୋଇଥିଲା, ତ ସବୁ କିଛି ତାଙ୍କ ସାମ୍ନାରେ ଫିକା ପଡ଼ିଯାଇଥିଲା। ସମସ୍ତେ ତାଙ୍କ ଆଡ଼କୁ ଚାହିଁ ରହିଥିଲେ। ଐଶ୍ୱର୍ଯ୍ୟା ରାୟ ରେଡ୍‌ କାର୍ପେଟ୍‌ରେ ଚାଲିବା ପାଇଁ ବ୍ଲାକ୍‌ ଗାଉନ ଚୟନ କରିଥିଲେ। ଗାଉନକୁ ଆକର୍ଷଣୀୟ କରିବା ପାଇଁ ଏଥିରେ ଫ୍ଲୋରାଲ୍‌ ଟଚ୍‌ ଦିଆଯାଇଥିଲା। ପୂର୍ବତନ ବିଶ୍ୱ ସୁନ୍ଦରୀ ଐଶ୍ୱୟା ରାୟ ବଚ୍ଚନଙ୍କ ବ୍ଲାକ୍‌ ରଫଲ୍‌ ଫ୍ଲାଓ୍ଵାର ଗାଉନ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା।

ଐଶ୍ୱର୍ଯ୍ୟାଙ୍କ ଲୁକ୍‌ କଥା କହିବା ତ ତାଙ୍କ ଗାଉନ ଏବଂ ହାତରେ ଅନେକ ପ୍ରକାରର ରଙ୍ଗ ବେରଙ୍ଗ ଫୁଲ ଲାଗିଥିଲା। ଗାଉନର ବାମ ପାର୍ଶ୍ୱରେ ଗୋଡ଼ଠୁ ଅଣ୍ଟା ପର୍ଯ୍ୟନ୍ତ ଫୁଲରେ ସଜା ହୋଇଥିବାର ଦେଖାଯାଇଥିଲା। ଅଭିନେତ୍ରୀ ନ୍ୟୁଡ୍‌ ମେକ୍‌ଅପ ନେଇଥିଲେ ଏବଂ ନିଜର ପୂରା ଲୁକ୍‌ରେ ସେ ସୁନ୍ଦରୀ ଦିଶୁଥିଲେ। ଯେମିତି ହିଁ ଐଶ୍ୱର୍ଯ୍ୟା ରେଡ୍‌ କାର୍ପେଟ୍‌ରେ ଚାଲିଥିଲେ, ତ ସେ ପୁଣିଥରେ ପ୍ରମାଣିତ କରି ଦେଇଥିଲେ ଯେ ସେ ହିଁ ବିଶ୍ୱର ସବୁଠାରୁ ସୁନ୍ଦରୀ ମହିଳା। ବର୍ତ୍ତମାନ ଅଭିନେତ୍ରୀଙ୍କର କାନ୍ସ ଲୁକ୍‌ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। କହି ରଖୁଛୁ, ଐଶ୍ୱର୍ଯ୍ୟା ରାୟ ପ୍ରାୟ ପ୍ରତ୍ୟେକ ବର୍ଷ କାନ୍ସ ଫେଷ୍ଟିଭାଲରେ ଯୋଗ ଦେଇଥାଆନ୍ତି। ହେଲେ ଏଥର ସେ ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରୁଛନ୍ତି।

cannes
photo: informalnewz

ତେବେ ଅନ୍ୟପକ୍ଷରେ ଯେଉଁଠି ଏହି ଲୁକ୍‌ ପାଇଁ ଫ୍ୟାଶନ ଓ୍ଵାର୍ଲ୍ଡରେ ଐଶ୍ୱର୍ଯ୍ୟାଙ୍କର ଖୁବ୍‌ ପ୍ରଶଂସା ହେଉଛି, ସେଠି ସାଧାରଣ ଫ୍ୟାନ୍‌ମାନଙ୍କୁ ଏହି ଡ୍ରେସ୍‌ ବିଲ୍‌କୁଲ ବି ପସନ୍ଦ ଆସୁନାହିଁ। କାନ୍ସରେ ଐଶ୍ୱର୍ଯ୍ୟାଙ୍କ ଆଉଟ୍‌ଫିଟ ଦେଖି ସୋସିଆଲ ମିଡିଆରେ କିଛି ୟୁଜର ତାଙ୍କୁ ଟ୍ରୋଲ କରୁଛନ୍ତି। କେତେଜଣଙ୍କୁ ତାଙ୍କର ଏହି ଗାଉନ ଗଣେଶ ପୂଜାର ଡେକୋରେସନ ଭଳି ଲାଗୁଛି। କିଛି ୟୁଜର ଏହାକୁ ଫ୍ଲାଓ୍ଵାର ବଙ୍କେ୍ଵଟ୍‌ ବୋଲି ମଧ୍ୟ କହୁଛନ୍ତି। ଅନ୍ୟ କେତେଜଣ ୟୁଜର କହିଛନ୍ତି ଯେ ଐଶ୍ୱର୍ଯ୍ୟାଙ୍କୁ ନିଜର ଷ୍ଟାଇଲ୍‌ ବଦଳାଇବାର ଯଥେଷ୍ଟ ଆବଶ୍ୟକତା ରହିଛି।

ଚଳିତ ବର୍ଷ କାନ୍ସ ଫେଷ୍ଟିଭାଲରେ ଟିଭି ସେଲିବ୍ରିଟି ମଧ୍ୟ ରେଡ୍‌ କାର୍ପେଟ୍‌ରେ ନଜର ଆସିଥିଲେ। ହିନା ଖାନଙ୍କର ଏହି ଦ୍ୱିତୀୟ ବର୍ଷ। ସେହିପରି ତମନ୍ନା ଓ ପୂଜା ହେଗ୍‌ଡେ ବି ଏକ ନୂଆ ଲୁକ୍‌ ସହିତ ରେଡ୍‌ କାର୍ପେଟ୍‌ରେ ଏଣ୍ଟି୍ର କରିଥିଲେ। ଆହୁରି ମଧ୍ୟ ବଲିଉଡ୍‌ ସୁନ୍ଦରୀ ଦୀପିକା ପାଦୁକୋନ ରେଡ୍‌ କାର୍ପେଟ୍‌ରେ ଚାଲି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.