ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବି ଗର୍ଭବତୀ ! ଏୟାରପୋର୍ଟରେ ବେବି ବମ୍ପ ଲୁଚାଉଥିବାର ଆସିଲେ ନଜର; ଦେଖନ୍ତୁ ଭିଡିଓ

ବଲିଉଡ୍‌ ଅଭିନେତ୍ରୀ ତଥା ପୂର୍ବ ମିସ୍‌ ଓ୍ଵାର୍ଲ୍ଡ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ନିକଟରେ ସ୍ୱାମୀ ଅଭିଷେକ ବଚ୍ଚନ ଓ ଝିଅ ଆରାଧ୍ୟା ବଚ୍ଚନଙ୍କ ସହ ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଛନ୍ତି। ଏ ଅବସରରେ ଷ୍ଟାର ଫ୍ୟାମିଲିର ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି, ଯାହା ଖୁବ୍‌ ଭାଇରାଲ ହେଉଛି। ଭିଡିଓ ସାମ୍ନାକୁ ଆସିବା ପରେ ସବୁଠୁ ଅଧିକ ଚର୍ଚ୍ଚାରେ ଅଛନ୍ତି ଆରାଧ୍ୟା ଓ ଐଶ୍ୱର୍ଯ୍ୟା।

ଏୟାରପୋର୍ଟରେ ସ୍ପଟ୍‌ ହୋଇଥିବା ଐଶ୍ୱର୍ଯ୍ୟା ବ୍ଲାକ କଲରର ଲଙ୍ଗ୍‌ କୋଟ୍‌ ପିନ୍ଧିଥିଲେ। ସେହିଭଳି ଆରାଧ୍ୟା ବ୍ଲାକ୍‌ ଓ ଅଭିଷେକ ଗ୍ରେ-ଲାଇଟ୍‌ ପିଙ୍କ କଲରର ଟ୍ରାକ୍‌ ସୁଟ୍‌ ପିନ୍ଧିଥିବାର ନଜର ଆସିଥିଲେ। ତିନି ଜଣକ ଯାକ ମୁହଁରେ ମାସ୍କ ପିନ୍ଧିଥିଲେ। ଏହି ଭିଡିଓ ସାମ୍ନାକୁ ଆସିବା ପରେ ପୁଣିଥରେ ଐଶ୍ୱର୍ଯ୍ୟା ରାୟଙ୍କ ପ୍ରେଗ୍‌ନାନ୍ସି ଚର୍ଚ୍ଚାକୁ ଆସିଛି। ସୋସିଆଲ ମିଡିଆ ୟୁଜର ଏ ନେଇ ଚର୍ଚ୍ଚା କରୁଛନ୍ତି ଯେ ଐଶ୍ୱର୍ଯ୍ୟା ଗର୍ଭବତୀ ଥିବା ଭଳି ଲାଗୁଛନ୍ତି।

ଦେଖନ୍ତୁ ଭିଡିଓ:

 

View this post on Instagram

 

A post shared by Viral Bhayani (@viralbhayani)

ଐଶ୍ୱର୍ଯ୍ୟା ରାୟଙ୍କ ଢିଲା ଡ୍ରେସ୍‌ ଓ ଚାଲିବା ଷ୍ଟାଇଲ୍‌ରୁ ଲାଗୁଛି ଯେମିତି ସେ ଗର୍ଭବତୀ ଅଛନ୍ତି। କମେଣ୍ଟ ସେକ୍ସନ୍‌ରେ ଲୋକମାନେ ମଧ୍ୟ ଅନୁମାନ କରୁଛନ୍ତି ଯେ ବଚ୍ଚନ ପରିବାରର ବୋହୂ ଗର୍ଭବତୀ ଅଛନ୍ତି ଓ ବେବି ବମ୍ପ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ପ୍ରକାଶ ଯେ ଐଶ୍ୱର୍ଯ୍ୟା ଅଭିଷେକ ଓ ଆରାଧ୍ୟା ନ୍ୟୁୟର୍କରୁ ଛୁଟି କାଟି ଫେରିଛନ୍ତି।

ପ୍ରକାଶ ଯେ ଏବେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଓ କ୍ୟାଟ୍ରିନା କୈଫ ମଧ୍ୟ ଗର୍ଭବତୀ ଅଛନ୍ତି। ଆଲିଆ ଗର୍ଭବତୀ ଥିବା ନେଇ ନିଜ ଆଡୁ ସୂଚନା ଦେଇଥିବା ବେଳେ କ୍ୟାଟ୍ରିନା କିନ୍ତୁ ଏବେ ଯାଏଁ ଏନେଇ ମୁହଁ ଖୋଲି ନାହାନ୍ତି। ବଲିଉଡ୍‌ ଅଭିନେତା ଭିକ୍କି କୌଶଲ ନିକଟରେ ଏକ ଫଟୋ ସେୟାର କରିଥିଲେ। ଫଟୋରେ ସେ କ୍ୟାଟ୍ରିନା କୈଫ୍‌ଙ୍କ ସହ ନଜର ଆସିଥିଲେ। କିନ୍ତୁ ଏହି ଫଟୋରେ ଭିକ୍କିଙ୍କ ଅନ୍ଦାଜ ଲୋକଙ୍କ ଧ୍ୟାନ ଆକର୍ଷିତ କରିଥିଲେ। ଭିକ୍କିଙ୍କ ଫଟୋ ଉଠାଇବା ଷ୍ଟାଇଲରୁ ଲାଗୁଥିଲା ଯେ ସେ ସତରେ ଯେମିତି କ୍ୟାଟ୍ରିନାଙ୍କ ବେବି ବମ୍ପକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ଅନ୍ୟପଟେ ଏହି ଫଟୋ ସାମ୍ନାକୁ ଆସିବା ପରେ ଲୋକମାନେ ପୁଣିଥରେ କ୍ୟାଟ୍ରିନାଙ୍କ ପ୍ରେଗ୍‌ନାନ୍ସି ନେଇ ଆଲୋଚନା କରିବା ଆରମ୍ଭ କରି ଦେଇଛନ୍ତି। ଏହି ଫଟୋରେ କ୍ୟାଟ୍ରିନା ବିନା ମେକ୍‌ଅପ୍‌ରେ ଥିବା ବେଳେ ଧଳା ରଙ୍ଗର ଲମ୍ବା ଡ୍ରେସ୍‌ ପିନ୍ଧିଛନ୍ତି।

Also Read: କାଠଗଡ଼ାରେ ଦେବତା! ବର୍ଷା ନ ହେବାରୁ ଇନ୍ଦ୍ର ଦେବଙ୍କ ବିରୋଧରେ ଲିଖିତ ଅଭିଯୋଗ କଲେ କୃଷକ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.