ରାଣୀ ନନ୍ଦିନୀ ଭୂମିକାରେ ଐଶ୍ୱର୍ଯ୍ୟା, ଫିଲ୍ମ ‘ପୋନ୍ନିୟିନ ସେଲଭନ’ର ନୂଆ ପୋଷ୍ଟର

ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅପକମିଂ ଫିଲ୍ମ ପୋନ୍ନିୟିନ ସେଲଭନର ନୂଆ ପୋଷ୍ଟର ରିଲିଜ ହୋଇଛି। ଏହି ପୋଷ୍ଟର ଜରିଆରେ ଐଶ୍ୱର୍ଯ୍ୟାଙ୍କ ନୂଆ ଲୁକ୍‌ ଦେଖିବାକୁ ମିଳିବ। ଫିଲ୍ମର ଐଶ୍ୱର୍ଯ୍ୟା ନାମ ନନ୍ଦିନୀ ରହିଛି। ମଣିରତ୍ନମଙ୍କ ମଦରାନ ଟକିଜ୍‌ ଟ୍ଵିଟର ଆକାଉଣ୍ଟରେ ପୋଷ୍ଟର ସେୟାର କରାଯାଇଛି। ଯେଉଁଥିରେ ଐଶ୍ୱର୍ଯ୍ୟା ମେରୁନ କଲରର ଆଉଟଫିଟ୍‌ ପିନ୍ଧିଛନ୍ତି।

ପୋଷ୍ଟର ସେୟାର କରି ଲେଖିଛନ୍ତି, ସୁନ୍ଦର ଚେହେରା, ପଦ୍ମପୁରର ନନ୍ଦିନୀଙ୍କୁ ଜାଣନ୍ତୁ। ପୋଷ୍ଟର ରିଲିଜ ହେବା ପରେ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା। ପୁଣିଥରେ ଐଶ୍ୱର୍ଯ୍ୟାଙ୍କ ସୁନ୍ଦରତା ଫ୍ୟାନ୍ସଙ୍କ ହୃଦୟ ଜିତିନେଇଛି। ସମସ୍ତେ ଅଭିନେତ୍ରୀଙ୍କର ପ୍ରଶଂସା କରୁଛନ୍ତି। ରାଣୀ ଲୁକ୍‌ରେ ଐଶ୍ୱର୍ଯ୍ୟା ବିଲକୁଲ୍‌ ପରଫେକ୍ଯ ଲାଗୁଛନ୍ତି।

ରିପୋର୍ଟ ମୁତାବକ, ଫିଲ୍ମରେ ଐଶ୍ୱର୍ଯ୍ୟା ଡବଲ ରୋଲରେ ନଜର ଆସିବେ। ପୂର୍ବରୁ ଯେଉଁ ପୋଷ୍ଟ ରିଲିଜ ହୋଇଥିଲା ତା ତୁଳନାରେ ଐଶ୍ୱର୍ଯ୍ୟାଙ୍କ ଲୁକରେ ପରିବର୍ତ୍ତନ ଆସିଛି। ପୋଷ୍ଟର ରିଲିଜ ହେବା ପରେ ଫ୍ୟାନ୍ସ ଫିଲ୍ମର ଟ୍ରେଲରକୁ ଅପେକ୍ଷା କରି ରହିଛନ୍ତି।

ସୂଚନାଯୋଗ୍ୟ, ୨୦୨୦ରେ ଫିଲ୍ମର ଟାଇଟଲ ପୋଷ୍ଟର ରିଲିଜ ହୋଇଥିଲା। ପୋଷ୍ଟରରେ ଏକ ତଲଓ୍ଵାର ଥିଲା ଯେଉଁଥିରେ ସୁନେଲୀ ରଙ୍ଗର ହିଲ୍ଟ ଥିଲା। ଏହାପୂର୍ବରୁ ମାର୍ଚ୍ଚରେ ଐଶ୍ୱର୍ଯ୍ୟାଙ୍କ ପ୍ରଥମ ପୋଷ୍ଟର ରିଲିଜ ହୋଇଥିଲା। ୨୦୧୮ ପରେ ପୁଣି ପରଦାକୁ ଫେରୁଛନ୍ତି ଐଶ୍ୱର୍ଯ୍ୟା।

ଏହି ଫିଲ୍ମର ମ୍ୟୁଜି ଏଆର ରେହମାନ ଦେଉଛନ୍ତି। ଫିଲ୍ମର ଡାଇଲଗ ଜୟମୋହନ ଲେଖିଛନ୍ତି। ଫିଲ୍ମଟି ୩୦ ସେପ୍ଟେମ୍ବରରେ ରିଲିଜ ହେବ।