ଆରାଧ୍ୟା ହୋଇଗଲେ ଟିନଏଜର୍… ମମି ଐଶ୍ଵର୍ଯ୍ୟା ଦୁନିଆକୁ ଦେଖାଇଲେ ଜନ୍ମଦିନର ଝଲକ୍
ବଲିଉଡ୍ ଅଭିନେତ୍ରୀ ଐଶ୍ଵର୍ଯ୍ୟା ରାୟ ଓ ଅଭିନେତା ଅଭିଷେକ ବଚ୍ଚନଙ୍କ ଲାଡଲୀ ଆରାଧ୍ୟା ଏବେ ୧୩ ବର୍ଷର ହୋଇଯାଇଛନ୍ତି । ଝିଅର ଜନ୍ମଦିନକୁ ଗ୍ରାଣ୍ଡ ଅନ୍ଦାଜରେ ସେଲିବ୍ରେଟ କରିଛନ୍ତି ମମି ଐଶ୍ଵର୍ଯ୍ୟା । ଏହାର ଫଟୋଗୁଡ଼ିକୁ ସେ ଇନଷ୍ଟାଗ୍ରାମରେ ସେୟାର ମଧ୍ୟ କରିଛନ୍ତି । ଆରାଧ୍ୟାଙ୍କ ୧୩ତମ ଜନ୍ମଦିନ ନଭେମ୍ବର ୧୬ରେ ପାଳନ କରାଯାଇଥିଲା । ଏବେ ଦୁନିଆକୁ ଜନ୍ମଦିନର ଝଲକ ଦେଖାଇଛନ୍ତି ଐଶ୍ । ସେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ଖାସ୍ ଫଟୋ ସେୟାର କରିଛନ୍ତି ।
ଫଟୋରେ ଐଶ୍ଵର୍ଯ୍ୟା ତାଙ୍କ ବାପାଙ୍କୁ ମଧ୍ୟ ମନେ ପକାଇଛନ୍ତି, ଯିଏ ତାଙ୍କ ଜୀବନରେ ସ୍ୱତନ୍ତ୍ର ସ୍ଥାନ ରଖିଛନ୍ତି । କିନ୍ତୁ ଫଟୋଗୁଡ଼ିକରେ ନା ଆରାଧ୍ୟାଙ୍କ ପାପା ଅଭିଷେକ ବଚ୍ଚନ ନଜର ଆସୁଛନ୍ତି ନା ବଚ୍ଚନ ପରିବାରର ଅନ୍ୟ କେହି ସଦସ୍ୟ । ଗତ ଅନେକ ଦିନରୁ ଦମ୍ପତିଙ୍କ ମଧ୍ୟରେ ବିବାହ ବିଚ୍ଛେଦକୁ ନେଇ ଉଠିଥିବା ଗୁଜବ ଭିତରେ ଆରାଧ୍ୟାଙ୍କ ଜନ୍ମଦିନ ପାର୍ଟି ଫ୍ୟାନମାନଙ୍କ ଚିନ୍ତା ବଢ଼ାଇ ଦେଇଛି ।
ଐଶ୍ଵର୍ଯ୍ୟା ସେୟାର କରିଥିବା ଫଟୋରେ ଅଲଗା ଝଲକ୍ ଦେଖିବାକୁ ମିଳିଛି । ଏକ ଫଟୋରେ ଆରାଧ୍ୟା ଓ ଐଶ୍ଵର୍ଯ୍ୟା ଉଭୟ ମ୍ୟାଚିଙ୍ଗ୍ ହ୍ୱାଇଟ୍ ସୁଟ୍ ପିନ୍ଧିଛନ୍ତି । ଦୁହେଁ ଐଶ୍ଵର୍ଯ୍ୟାଙ୍କ ବାପାଙ୍କ ଫଟୋ ସମ୍ମୁଖରେ ଛିଡ଼ା ହୋଇଛନ୍ତି । ଆଉ ଏକ ଫଟୋ ତାଙ୍କ ମା’ଙ୍କ ସହିତ ରହିଛି ।
ଆରାଧ୍ୟାଙ୍କ ପିଲାବେଳର କିଛି ଫଟୋ ମଧ୍ୟ ଐଶ୍ଵର୍ଯ୍ୟା ସେୟାର କରିଛନ୍ତି । ଦୁଇଟି ଫଟୋରେ ଆରାଧ୍ୟାଙ୍କ କୁନି ହାତ ନଜର ଆସୁଥିବା ବେଳେ ଆଉ ଏକ ଫଟୋରେ ବଡ଼ ବେଲୁନ ଦେଖାଯାଉଛି, ଯାହା ଉପରେ ଲେଖାଯାଇଛି, ‘ଏବେ ଆପଣ ଅଫିସିଆଲି ରୂପେ ଟିନଏଜର୍’ । ପ୍ରଥମ ଫଟୋରେ ଆରାଧ୍ୟା ଏକ ଝିଲିମିଲି ଡ୍ରେସ୍ ପିନ୍ଧି ଜନ୍ମଦିନ ପାର୍ଟିରେ ମା’ଙ୍କ ସହ ପୋଜ୍ ଦେଇଥିବାର ଦେଖାଯାଉଛନ୍ତି ।
ଏହି ସମସ୍ତ ଫଟୋ ସେୟାର କରି ଐଶ୍ଵର୍ଯ୍ୟା ଏକ ସୁନ୍ଦର କ୍ୟାପସନ ମଧ୍ୟ ଲେଖିଛନ୍ତି । ସେ ଲେଖିଛନ୍ତି ଯେ ‘ମୋ ଜୀବନର ଅମର ପ୍ରେମ, ଡିୟରେଷ୍ଟ ଡାଡି-ଅଜା ଏବଂ ମୋର ଡାର୍ଲିଂ ଆରାଧ୍ୟାଙ୍କୁ ଜନ୍ମଦିନର ଶୁଭେଚ୍ଛା । ମୋ ହୃଦୟ, ମୋ ଆତ୍ମା…ଫରଏଭର୍ ଆଣ୍ଡ ବିୟଣ୍ଡ’ ।