ନିଜ ନାମରୁ ସରନେମ ହଟାଇଲେ ଐଶ୍ଵର୍ଯ୍ୟା ରାୟ

ଐଶ୍ଵର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ବହୁ ପୁରୁଣା ଭିଡିଓ ସୋସିଆଲ ମିଡିଆରେ କିଛି ସମୟ ଧରି ଭାଇରାଲ ହେବାରେ ଲାଗିଛି ।  କିଛି ଦିନ ହେଲା ସେମାନଙ୍କ ବିବାହ ବିଛେଦକୁ ନେଇ ଖୁବ ଚର୍ଚ୍ଚା ହେଉଛି । ଦୁବାଇର ଏକ ଡିବେଟରେ ଯୋଗ ଦେଇଥିଲେ ଐଶ୍ଵର୍ଯ୍ୟା ରାୟ । ସେ କହିଥିବା କଥା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜାଣନ୍ତୁ ସେ କଣ କହିଛନ୍ତି ..ଐଶ୍ଵର୍ଯ୍ୟା ରାୟ ବୁଧବାର ଦୁବାଇକୁ ଆସିଥିଲେ । ସେ ଗ୍ଲୋବାଲ ୱିମେନ ଫୋରମର ଏକ ଡିବେଟରେ ପହଞ୍ଚିଥିଲେ ।

ଏହି ଭାଷଣରେ ଐଶ୍ଵର୍ଯ୍ୟା ଅତିଥୀ ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ ଐଶ୍ଵର୍ଯ୍ୟା ନୀଳ ଏବଂ ସିଲଭର ରଙ୍ଗର ଡ୍ରେସରେ ବହୁତ ସୁନ୍ଦର ଦେଖାଯାଉଥିଲେ । ସେ ସମାନତା ଉପରେ ନିଜର ମତ୍ତ ସେୟାର କରିଥିଲେ । ସେ ନିଜ ଚିନ୍ତାଧାରାରେ ଯାହା ସେୟାର କରିଥିଲେ ତାହା ଚର୍ଚ୍ଚାର ବିଷୟ ପାଲଟିଛି । ଏହାପରେଐଶ୍ଵର୍ଯ୍ୟା କ୍ୟାନ୍ସର ସହ ଡଡିତ ସଂଗଠନ ସହ ମିଶି ଲୋକଙ୍କୁ ସଚେତନତା ସୃଷ୍ଟି କରିବା ସହ କାମ କରୁଛନ୍ତି ବୋଲି କହିଥିଲେ ।

ଐଶ୍ଵର୍ଯ୍ୟା ରାୟଙ୍କ ଭାଷଣ କିଛିଦିନ ହେଲା ବେଶ ଭାଇରାଲ ହେବାରେ ଲାଗିଛି । ଏହି ସମୟରେ ସେ ଫିଲ୍ମ କରିବା ସହ ବାକି ସମୟ କଣ କରନ୍ତି ତାହା ସେ ସେୟାର କରିଥିଲେ । ଐଶ୍ଵର୍ଯ୍ୟା ଙ୍କ ଏହିସବୁ କଥା ବେଶ ଚର୍ଚ୍ଚା ହେବାରେ ଲାଗିଛି । ଏହା ଏକ ଏଭଳି ମଞ୍ଚ ଯେଉଁଠାରେ ସମସ୍ତେ ମିଶି ଗୋଟିଏ ବିଷୟ ପ୍ରତି ନିଜ ସ୍ୱର ଉଠାଇପାରିବେ । ଯାହାଦ୍ୱାରା ସମାଜରେ ପରିବର୍ତନ ଆସିପାରିବ ।

ଏହା ସମାନତା ଦିଗରେ ମଧ୍ୟ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇବା ସହ ଦୁନିଆରେ ରହୁଥିବା ସମସ୍ତ ମହିଳାଙ୍କୁ ପାଇଁ ଏକ ସୁଯୋଗର ରାସ୍ତାଟିଏ ଖୋଲିବ । ଏହାପରେ ସେ ଆଉ ଏକ କଥାର ଖୁଲାସା କରିଥିଲେ । ସେ କହିଥିଲେ କି ଦୀର୍ଘ ସମୟ ଧରି କ୍ୟାନ୍ସର ରୋଗୀ ସହାୟତା ସଂଘ ସହ ମିଶି ଜାଗରଣ ସୃଷ୍ଟି କରୁଛନ୍ତି । ଟଙ୍କା ଯୋଗାଡ କରିବା କାମ ସେ କରି ଆସୁଛନ୍ତି । ସେ ଏକ ସଂଗଠନ ସହ ଦୀର୍ଘ ଦିନ ଧରି କାମ କରୁଛନ୍ତି । ଏହା ଏଭଳି ଏକ ସଂଗଠନ ଯାହା ପିଲାମାନଙ୍କ ପାଇଁ ମାଗଣାରେ ଅସ୍ତ୍ରପ୍ରଚାର କରିଥାଏ ।

ଐଶ୍ଵର୍ଯ୍ୟା ଯେତେବେଳେ ଏହି ଡିବେଟରେ ଷ୍ଟେଜକୁ ଆସିଥିଲେ ସେହି ସମୟରେ ବଡ ପରଦାରେ ତାଙ୍କ ନାମ ଏବଂ ପ୍ରୋଫେସନ ଐଶ୍ଵର୍ଯ୍ୟା ରାୟ ଇଣ୍ଟରନାସନାଲ ଷ୍ଟାର ଲେଖା ହୋଇଥିଲା ଏହାକୁ ଦେଖିବା ପରେ ତାଙ୍କ ବିବାହ ବିଚ୍ଛେଦକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା କି ସେ ତାଙ୍କ ନାମରୁ ବଚ୍ଚନ ସରନେମ ହଟାଇ ଦେଇଛନ୍ତି ।

You might also like