ଅଜୟ ଦେବଗନଙ୍କ ଧଳା ଦାଢି ଲୁକ୍‌ ଭାଇରଲ, ଫିଲ୍ମ‘ଥ୍ୟାଙ୍କ ଗଡ’ରେ ଦେଖିବାକୁ ମିଳିବ Dapper Look

ବଲିଉଡର ସିଙ୍ଘମ ଅଜୟଦେବଗନ ସବୁବେଳେ ନିଜର ଷ୍ଟାଇଲିଶ ଲୁକ ଏବଂ ଭିନ୍ନ ଅନ୍ଦାଜରେ ତାଙ୍କ ଫ୍ୟାନମାନେ ଦେଖିଥିବେ। କିନ୍ତୁ ଏବେ ଯେଉଁ ଲୁକ୍‌ ତାଙ୍କର ଭାଇରଲ ହେଉଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଦିକଟରେ ସୋସିଆଲ ମିଡିଆରେ ଅଜୟ ଦେବଗନଙ୍କ ଦାଢିବାଲା ଲୁକ୍‌ ଭାଇରଲ ହୋଇଛି, ଯାହାକୁ ଦେଖି ଫ୍ୟାନ ପୁରା ପାଗଳ ହୋଇଛନ୍ତି।

ସୂଚନା ମୁତାବକ, ଅଜୟ ଦେବଗନଙ୍କ ଏହି ଲୁକ୍‌ ଫିଲ୍ମ ‘ଥ୍ୟାଙ୍କ ଗଡ୍‌’ ପାଇଁ ରଖିଛନ୍ତି। ଏହି ଲୁକ୍‌କୁ ପ୍ରଶଂସକଙ୍କୁ ବେଶ ପସନ୍ଦ ଆସିଛି। ସେଲିବ୍ରିଟି ହେୟାର ଷ୍ଟାଇଲିଶ ଆଲିମହକିମ ଏହି ଲୁକ୍‌ ଦେଇଛନ୍ତି। ଆଲିମ ଏହି ଫଟୋ ସେୟାର କରିଛନ୍ତି। ସେ ଲେଖିଛନ୍ତି, ଡେଡଲି ଅଜୟ ଦେବଗନଙ୍କ ଡେଡଲି ଲୁକ୍‌।

 

View this post on Instagram

 

A post shared by Aalim Hakim (@aalimhakim)

ଇନ୍ଦ୍ର କୁମାରଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେଉଥିବା ଏହି ଫିଲ୍ମ ‘ଥ୍ୟାଙ୍କ ଗଡ୍‌’ ମଧ୍ୟ କମେଡି ଫିଲ୍ମ। ଯେଉଁଥିରେ ଅଜୟ ଦେବଗନ (ଈଶ୍ୱର)ଙ୍କ ଭୂମିକାରେ ନଜର ଆସିବେ। ଏଥିରେ ସିଦ୍ଧାର୍ଥ ମଲହୋତ୍ରା ଏବଂ ରାକୁଲ ପ୍ରୀତ ସିଂହ ମଧ୍ୟ ନଜର ଆସିବେ।

Leave A Reply

Your email address will not be published.