ଅଜୟଙ୍କ ନୂଆ ଫିଲ୍ମ ‘ଭୋଳା’ର ଟିଜର ରିଲିଜ, ଭୟଙ୍କର ଅନ୍ଦାଜରେ ନଜର ଆସିଲେ ଅଜୟ
ଅଜୟ ଦେବଗନଙ୍କ ଅପ୍କମିଂ ଫିଲ୍ମ ‘ଭୋଲା’ର ଦ୍ୱିତୀୟ ଟିଜର ରିଲିଜ ହୋଇଛି । ସୂର୍ଯ୍ୟବଂଶୀ ପରେ ପୁଣିଥରେ ଆକ୍ସନ ମୋଡରେ ନଜର ଆସିଛନ୍ତି ଅଜୟ ଦେବଗନ । କିନ୍ତୁ ଏହି ଫିଲ୍ମରେ ଅଜୟଙ୍କ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି । ଫିଲ୍ମରେ ସଂପୂର୍ଣ୍ଣ ରୋମାଞ୍ଚ ଦେଖିବାକୁ ମିଳିବ ତାହା ଟିଜରରୁ ଅନୁମାନ ହେଉଛି । ପ୍ରଥମ ଟିଜରରେ ଅଜୟ ଦେବଗନ ଏବଂ ତାଙ୍କ ଝିଅ ଭୂମିକାରେ ଥିବା ଅଭିନେତ୍ରୀଙ୍କ ଲୁକ୍ ଦେଖିବାକୁ ମିଳିଥିଲା ।
ଦ୍ୱିତୀୟ ଟିଜରରେ ଫିଲ୍ମର ଅନେକ ଜିନିଷ ଦେଖିବାକୁ ମିଳିଛି। ଫିଲ୍ମର ଟିଜର ୨ରେ କାହାଣୀ ବିଷୟରେ ଅନ୍ଦାଜ ଲଗାଯାଇପାରିବ । ଅଜୟଙ୍କ ବ୍ୟତୀତ ଅନ୍ୟ ସମସ୍ତ ଚରିତ୍ରର ଲୁକ୍ ରିଲିଜ କରାଯାଇଛି । ଅଜୟଙ୍କ ଏହି ଫିଲ୍ମରେ ଦର୍ଶକଙ୍କ ପ୍ରତିକ୍ରିୟା ଜୋରଦାର ମିଳିଛି।
Jab ek chattaan, sau shaitaanon se takrayega… #BholaaTeaser2 Out Now.https://t.co/AJKfRjSdPH #Bholaain3D #Tabu @vineetkumar_s @imsanjaimishra @raogajraj #DeepakDobriyal pic.twitter.com/LHr61e8b4G
— Ajay Devgn (@ajaydevgn) January 24, 2023
ସୂଚନାଯୋଗ୍ୟ, ଅଜୟଙ୍କ ଫିଲ୍ମ ‘ଭୋଲା’ ସାଉଥ ଫିଲ୍ମ କୈଥିର ରିମେକ । ଆଉ ଯେଉଁମାନେ କୈଥି ଦେଖିଛନ୍ତି, ସେମାନେ ଏହି ଫିଲ୍ମର ଟିଜରକୁ ପସନ୍ଦ କରୁନାହାନ୍ତି । ଏହାକୁ ଦେଖି ଫ୍ୟାନ୍ସ କହିଛନ୍ତି, ଫିଲ୍ମର ଟିଜରରେ ଅରିଜିନାଲ ଫିଲ୍ମର ମଜା ନଷ୍ଟ ହୋଇଯାଇଛି । ଅନ୍ୟ ଜଣେ କହିଛନ୍ତି, ଏହା ବିଲକୁଲ କୈଥିର ରିମେକ ଭଳି ଲାଗୁନି ।
AJAY DEVGN UNVEILS ‘BHOLAA’ ACTION-PACKED TEASER 2… #BholaaTeaser2 is here…The #AjayDevgn directorial arrives on 30 March 2023 in #3D and #IMAX.#Bholaain3D pic.twitter.com/0EMBIzKNav
— taran adarsh (@taran_adarsh) January 24, 2023
ଅଜୟ ଦେବଗନଙ୍କ ବ୍ୟାକ ଟୁ ବ୍ୟାକ୍ ଫିଲ୍ମ ବ୍ଲକବଷ୍ଟର ହୋଇଛି । ଏହି ଫିଲ୍ମ ୩୦ ମାର୍ଚ୍ଚରେ ରିଲିଜ ହେବ । ତେବେ ଫିଲ୍ମଟି ବକ୍ସ ଅଫିସରେ କିଭଳି ଆୟ କରିବ, ତାହା ପରେ ଦେଖିବାକୁ ମିଳିବ ।