ଲକଡାଉନ୍ ମଧ୍ୟରେ ଜୁହୁରେ ନୂଆ ଘର କିଣିଲେ ଅଜୟ ଦେବଗନ୍, ଦାମ୍ ଶୁଣିଲେ ଉଡ଼ିଯିବ ହୋସ୍

କରୋନା ମହାମାରୀ ସମୟରେ ଅଭିନେତା ତଥା ପ୍ରଯୋଜକ ଅଜୟ ଦେବଗନ୍ ମୁମ୍ବାଇର ଜୁହୁରେ ଏକ ଘର କିଣିଛନ୍ତି। ସେ ପ୍ରାୟ ୬୦ କୋଟି ଟଙ୍କାରେ ଏହି ଘରକୁ ନିଜ ନାଁରେ କରିଛନ୍ତି। ଅଜୟଙ୍କ ମ୍ୟାନେଜର କହିଛନ୍ତି, ସେ ଗତ ବର୍ଷେ ହେଲା ଏକ ଘର କିଣିବାକୁ ଚିନ୍ତା କରୁଥିଲେ। ଏବେ ସେ ଏହି ଘର କିଣିଛନ୍ତି।

 

View this post on Instagram

 

A post shared by Ajay Devgn (@ajaydevgn)

ଅଜୟ ଦେବଗନ୍ କିଣିଥିବା ଏହି ଘର ୫୯୦ ବର୍ଗ ଗଜର। ଏହା ତାଙ୍କ ଘର ନିକଟରେ ହିଁ। ଏହି ଅଞ୍ଚଳରେ ଅମିତାଭ ବଚ୍ଚନ, ଧର୍ମେନ୍ଦ୍ର, ଅକ୍ଷୟ କୁମାର ପ୍ରମୁଖ ସବୁ ବଡ଼ ବଡ଼ ବଲିଉଡ ଷ୍ଟାର ରହୁଛନ୍ତି। ଅଜୟ ଏହି ଘରକୁ ପୁଷ୍ପା ବାଲିଆ ନାମ୍ନୀ ମାଲିକଙ୍କ ଠାରୁ କିଣିଛନ୍ତି।

ସୂଚନାଯୋଗ୍ୟ ଯେ ଆଗକୁ ଅଜୟ ଦେବଗନଙ୍କୁ ମୈଦାନ ଫିଲ୍ମରେ ଦେଖିବାକୁ ପାଇବେ ଦର୍ଶକ। ଏଥିସହ ଆରଆରଆର ରେ ବି ନଜର ଆସିବେ ଅଜୟ ଦେବଗନ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.