କରୋନା କାଳରେ ଆଲିସାନ ବଙ୍ଗଳା କିଣିଲେ ଅଜୟ ଦେବଗନ, ଜଣାଇଲେ ପ୍ରକୃତ ଦାମ

କରୋନା କାଳରେ ଲକଡାଉନ କାରଣରୁ ସାଧାରଣ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ଆର୍ଥିକ ସ୍ଥିତିରେ ଅନେକ ଖରାପ ପ୍ରଭାବ ପଡିଛି । ତେବେ ଏହା ବଲିଉଡ଼ ଅଭିନେତାଙ୍କ ଉପରେ ବିଶେଷ କିଛି ପ୍ରଭାବ ପକାଇ ନାହିଁ ।
କରୋନା କାଳରେ ଲୋକ ଆର୍ôଥକ ସମସ୍ୟାରେ ଗତି କରୁଥିବା ବେଳେ ଅଭିନେତା ମୁମ୍ବାଇରେ ଘର କୋଟିଏ ଟଙ୍କାରେ କିଣୁଛନ୍ତି । ଏବେ ଏହି ଲିଷ୍ଟରେ ଅଜୟ ଦେବଗନଙ୍କ ନାଁ ଯୋଡଇ ହୋଇଛି ।
625465
pc: yahoo news india
ରିପୋର୍ଟ ଅନୁଯାୟୀ, ଅଜୟ ଦେବଗନ କିଛି ଦିନ ପୂର୍ବେ ବଙ୍ଗଳା କିଣିବା ପାଇଁ ମଡିଆକୁ ଖବର ଦେଇଥିଲେ । ତେବେ ଏହାର ଦାମ ସେ ୬୦ କୋଟିି ଟଙ୍କା କହିଥିଲେ । ତେବେ ଏରିଆ ୪୭୪.୪ ସ୍କୋୟାର ମିଟର ରହିଥିବା ବେଳେ କନଷ୍ଟ୍ରକ୍ଟେଡ ଲରିଆ ୬,୫୦୦ ସ୍କୋୟାର ଫୁଟ ରହିଛି ।
ଅଜୟ ଜୁହୁର କୋ ଅପରେଟିଙ୍ଗ ହାଉସିଂ ସୋସାଇଟିରେ ଏହାକୁ କିଣିଛନ୍ତି । ତେବେ ଏହାର ପ୍ରକୃତ ଦାମ ୪୭.୫୦ କୋଟି ରହିଥିଲା । ଏବେ ଅଜୟ ଶିବଶକ୍ତି ବଙ୍ଗଳାରେ ରହୁଛନ୍ତି ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.