ପୁଣି ଚାଲିଲା ଅମୀୟ ପଟ୍ଟନାଏକଙ୍କ ଯାଦୁ, ବକ୍ସ ଅଫିସରେ ଆୟ କଲା ୭୦ କୋଟିରୁ ଅଧିକ ଟଙ୍କା

ବଲିଉଡ ଅଭିନେତା ଅଜୟଦେବଗନଙ୍କ ଫିଲ୍ମ ’ରେଡ୍ ୨’ ନିକଟରେ ରିଲିଜ ହୋଇଛି । ଯାହା ସଫଳତାର ସହ ଗୋଟି, ସପ୍ତାହକୁ ଅତିକ୍ରମ କରିସାରିଛି । ଫିଲ୍ମ ତା’ର ପ୍ରଥମ ସପ୍ତାହରେ କରିଥିବା କଲେକ୍ସନକୁ ନେଇ ଅପଡେଟ୍ ଆସିଛି  । ଏହା ଛଡା ଅଜୟ ଦେବଗନ ଖୁବ୍ ସୁନ୍ଦର କଳାକାର ଭାବେ ପରିଚିତ ହୋଇ ଆସୁଛନ୍ତି । ତାଙ୍କର ଅଭିନୟ ମାଧ୍ୟମରେ ଲୋକଙ୍କ ହୃଦୟରେ ଗୋଟିଏ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛନ୍ତି । ବର୍ତ୍ତମାନ କିନ୍ତୁ ରିଲିଜ ହୋଇଥିବା ତାଙ୍କ ’ରେଡ୍ ୨’ ଫିଲ୍ମର ବକ୍ସ ଅଫିସ କଲେକ୍ସନକୁ ନେଇ ଚର୍ଚ୍ଚା ଉଠିଛି ।

ସୂଚନା ଅନୁଯାୟୀ, ରିଲିଜ ହୋଇଥିବା ’ରେଡ୍ ୨’ଫିଲ୍ମର ପ୍ରଥମ ପାର୍ଟଟି ସୁପରହିଟ୍ ହୋଇଥିବାବେଳେ ଦ୍ବିତୀୟ ପାର୍ଟଟି IMDbରେ ୮.୧ ରେଟିଙ୍ଗ୍ ପାଇଛି । ଏହା ସହିତ ଫିଲ୍ମଟିର ବଜେଯ ମଧ୍ୟମ ଧରଣର ଥିଲା । ଯେଉଁଥି ପାଇଁ ଫିଲ୍ମକୁକୁ ନେଇ ଲୋକଙ୍କ ମନରେ ଅନେକ ଆଶା ସୃଷ୍ଟି ହୋଇଥିଲା । ଫିଲ୍ମଟିକୁ ଦେଖିବା ପରେ ଦର୍ଶକଙ୍କ ପଇସା ଅସୁଲ ହୋଇପାରିଛି । ତେବେ ଆସନ୍ତୁ ’ରେଡ୍ ୨’ର ବକ୍ସ ଅଫିସ କଲେକ୍ସନ କେତେ ହୋଇଛି ସେ ସମ୍ପର୍କରେ ଜାଣିବା ।

’ରେଡ୍ ୨’ ଫିଲ୍ମ ବକ୍ସ ଅଫିସ କଲେକ୍ସନର ପ୍ରଥମ ଦିନରେ ୧୯.୨୫ କୋଟି ଟଙ୍କା କମାଇଥିଲା । ଦ୍ବିତୀୟ ଦିନରେ ୧୨ କୋଟି, ତୃତୀୟ ଦିନରେ ୧୮ କୋଟି ଟଙ୍କା ଏବଂ ଚତୁର୍ଥ ଦିନରେ ୨୧.୫୦ କୋଟି ଟଙ୍କା ରୋଜଗାର କରିଥିଲା । ଏହି ଫିଲ୍ମଟି ମୋଟ୍ ୭୦.୭୫ କୋଟି ଟଙ୍କା ବକ୍ସ ଅଫିସରେ କଲେକ୍ସନ କରିଥିଲା ।

ରବିବାର ରୋଜଗାର ପରଠାରୁ ଫିଲ୍ମଟି ୧୦୦ କୋଟି ଟଙ୍କା ବକ୍ସ ଅଫିସରେ କଲେକ୍ସନ କରିପାରିବ ବୋଲି ଆଶା କରାଯାଉଛି । ଆଗାମୀ ଦିନରେ ବକ୍ସ ଅଫିସ କଲେକ୍ସନ ମଧ୍ୟ କମିପାରେ । ଯାହା ଦ୍ବାରା ରୋଜଗାର ହ୍ରାସ ପାଇବ । କିନ୍ତୁ ଫିଲ୍ମଟି କେତେ ଦିନରେ ୧୦୦ କୋଟି ଟଙ୍କା ଛୁଇଁବ ତାହା ଖାଲି ଦେଖିବାକୁ ବାକି ରହିଲା ।

ଏପଟେ ଫିଲ୍ମଟି ସକାଳେ ୧୯.୩୮ ପ୍ରତିଶତ ଦର୍ଶକ ଆସୁଛନ୍ତି । ସେହିପରି ମଧ୍ୟାହ୍ନ ଶୋରେ ୪୫.୩୪ ପ୍ରତିଶତ ରହୁଛନ୍ତି । ସନ୍ଧ୍ୟା ଶୋରେ ୫୫.୦୭ ପ୍ରତିଶତ ରହୁଥିବାବେଳେ ରାତି ଶୋରେ ୩୯.୪୨ ପ୍ରତିଶତ ଦର୍ଶକ ରହୁଛନ୍ତି । ସନ୍ଧ୍ୟା ସମୟରେ ଦର୍ଶକଙ୍କ ସଂଖ୍ୟା  ସର୍ବାଧିକ ରହୁଥିବା ସୂଚନା ମିଳୁଛି ।

ଅନ୍ୟପଟେ ଚେନ୍ନାଇ,ବେଙ୍ଗାଲୁରୁ, ମୁମ୍ବାଇ, ପୁନେ, ଅହମଦାବାଦ ଏବଂ ଜୟପୁରରୁ ଦର୍ଶକଙ୍କଠାରୁ ଅଧିକ ପ୍ରତିକ୍ରିୟା ପାଉଛି  । ଅଜୟ ଦେବଗନଙ୍କ ପୂର୍ବ ଫିଲ୍ମ ଗୋଲମାଲ ରିଟର୍ଣ୍ଣସ୍, ମୈଦାନ, ସତ୍ୟାଗ୍ରହ, ଦୃଶ୍ୟମ ଏବଂ ଥ୍ୟାଙ୍କ୍ ଗଡ୍ ଭଳି ଫିଲ୍ମ ପଛରେ ପକାଇ ’ରେଡ୍ ୨’ ଫିଲ୍ମ ଦ୍ରୁତ ଗତିରେ ଆଗକୁ ମାଡି ଚାଲିଛି । ଆଗାମୀ ଦିନର ଶେଷ ପର୍ଯ୍ୟାୟରେ ’ରେଡ୍ ୨’ ଫିଲ୍ମର ବକ୍ସ ଅଫିସର ଟୋଟାଲ କଲେକ୍ସନ ସମ୍ପର୍କରେ ଜଣା ପଡିବ ।

Also Read : କାର୍ ଦୁର୍ଘଟଣାର ଶିକାର ହେଲେ ଇଣ୍ଡିଆନ ଆଇଡଲ ୧୨ର ୱିନର ପୱନଦୀପ, ଗୁରୁତର ଆଘାତ